ଡ୍ରୋନ୍ ନିୟନ୍ତ୍ରଣ ପାଇଁ ସରକାର ଘୋଷଣା କଲେ ନିୟମ

୨୦୧୮ ଡିସେମ୍ବର ୧ ତାରିଖରୁ ନୂତନ ନିୟମ ଲାଗୁ

ରିମୋଟଲି ପାଇଲଟେଡ ଏୟାରକ୍ରାଫ୍ଟ ସିଷ୍ଟମ ଡିଜିଟାଲ ସ୍କାଏ ପ୍ଲାଟଫର୍ମ ଦ୍ୱାରା ପରିଚାଳିତ ହେବ

ଡ୍ରୋନ୍ ଏକ ଟେକ୍ନୋଲୋଜି ପ୍ଲାଟଫର୍ମ, ଯାହାଦ୍ୱାରା କି ଫଟୋଗ୍ରାଫିରୁ କୃଷି ଏବଂ ମୌଳିକ ବ୍ୟବସ୍ଥାରୁ ବୀମା କାର୍ଯ୍ୟ ପର୍ଯ୍ୟନ୍ତ ସବୁ କିଛି କରାଯାଇପାରୁଛି । ଏହା କ୍ଷୁଦ୍ର ଆକାରର ହୋଇଥିଲେ ମଧ୍ୟ ଅଧିକ କିଲୋଗ୍ରାମର ଦ୍ରବ୍ୟ ପରିବହନ କରିପାରିବ।

ଦେଶରେ ଏକ ବିଶ୍ୱସ୍ତରୀୟ ଡ୍ରୋନ୍ ଇକୋସିଷ୍ଟମ ପ୍ରଣୟନ ପାଇଁ ବିଗତ କେଇ ବର୍ଷ ଧରି ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଉଦ୍ୟମ କରି ଆସୁଛି । ତେଣୁ ବିଶ୍ୱସ୍ତରୀୟ ମାନାଙ୍କର ଡ୍ରୋନ୍ ପରିଚାଳନା ନିୟମ ମଧ୍ୟ ଆବଶ୍ୟକ, ଯାହାକି ଡ୍ରେନ୍ ଟେକ୍ନୋଲୋଜିର ବ୍ୟାବସାୟିକ ପ୍ରୟୋଗକୁ ମଧ୍ୟ ସୁରକ୍ଷିତ ରଖିପାରିବ । ସିଭିଲ ଆଭିଏସନ ରିକ୍ୱାରମେଣ୍ଟ (CAR) ଏହି ନିୟମ ପ୍ରସ୍ତୁତ କରିବାକୁ କିଛି ବର୍ଷ ସମୟ ନେଇଛି; କାରଣ, ଡ୍ରୋନ୍ ଟେକ୍ନୋଲୋଜିରେ ଦ୍ରୁତ ଗତିରେ ପରିବର୍ତ୍ତନ ହେଉଛି । ଅନେକ ଦେଶ ଏବେ ବି ଏହାର ପରୀକ୍ଷାମୂଳକ ପ୍ରୟୋଗ ଜାରି ରଖିଛନ୍ତି ଏବଂ କୌଣସି ପ୍ରକାର ଆନ୍ତର୍ଜାତିକ ନିୟମ ନାହିଁ । ଭାରତରେ ନିରାପତ୍ତାଜନିତ ସ୍ଥିତି ପାଇଁ ଏଥି ସକାଶେ ଅଧିକ ସତର୍କତା ଲୋଡ଼ା।

ଏବେ ଡ୍ରୋନ୍ ପରିଚାଳନା ପାଇଁ କୌଣସି କାଗଜଭିତ୍ତିକ ପ୍ରକ୍ରିୟା ପରିବର୍ତ୍ତେ ଭାରତ ଏକ ସମ୍ପୂର୍ଣ୍ଣ ଡିଜିଟାଲ ପ୍ରକ୍ରିୟା ଆରମ୍ଭ କରୁଛି । ଡିଜିଟାଲ ସ୍କାଏ ପ୍ଲାଟଫର୍ମ ଏକ ମାନବିହୀନ ଟ୍ରାଫିକ୍ ମ୍ୟାନେଜମେଣ୍ଟ (UTM) ଯାହା ଦ୍ୱାରାକି ନୋ ପରମିସନ, ନୋ ଟେକ୍ଅଫ୍ ନିୟମ ଲାଗୁ ହେବ । ଏଥିପାଇର୍ ଡ୍ରୋନ୍ ବ୍ୟବହାରକାରୀମାନେ ଡ୍ରୋନ୍, ପାଇଲଟ ଓ ମାଲିକାନା ନେଇ ଥରେ ମାତ୍ର ପଂଜିକରଣ କରିବାକୁ ପଡ଼ିବ । ନାନୋ ଶ୍ରେଣୀ ବ୍ୟବତୀତ ଅନ୍ୟ ସମସ୍ତ ଡ୍ରୋନର ଉଡ଼ାଣ ପାଇଁ ମୋବାଇଲ ଆପ୍ ଦ୍ୱାରା ଅନୁମତି ହାସଲ କରିହେବ। ଏଭଳି ଡିଜିଟାଲ ଅନୁମତି ହାସଲ କରି ନଥିବା କୌଣସି ଡ୍ରୋନ୍ ଉଡ଼ାଣର ସୁବିଧା ପାଇପାରିବେନି । ୟୁଟିଏମ୍ ପ୍ରତିରକ୍ଷା ଏବଂ ବେସାମରିକ ଏୟାର ଟ୍ରାଫିକ୍ କଣ୍ଟ୍ରୋଲର ସହ ସମନ୍ୱୟ ରକ୍ଷା କରି ଏହା ନିଶ୍ଚିତ କରିବ ଯେପରିକି ଡ୍ରୋନ୍ ଅନୁମତି ପ୍ରାପ୍ତ ଉଡ଼ାଣ ପଥରେ ଉଡ଼ୁଛି।

କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ସୁରେଶ ପ୍ରଭୁ ସୋମବାର ଏକ ସାମ୍ବାଦିକ ସମ୍ମିଳନୀରେ ଡ୍ରୋନ୍ ନିୟମ ୧.୦ ଘୋଷଣା କରିଛନ୍ତି । ସେ କହିଲେ ଯେ ୨୦୧୮ ଡିସେମ୍ବର ୧ ତାରିଖରୁ ଡ୍ରୋନର ନିରାପଦ ଓ ବ୍ୟାବସାୟିକ ଉଡ଼ାଣ ଏହି ନିୟମ ଦ୍ୱାରା ନିୟନ୍ତ୍ରିତ ହେବ। ଏହି ନିୟମାନୁସାରେ ଦିନ ବେଳା ଡ୍ରୋନ୍ କେବଳ ୪୦୦ ମିଟର ଉଚ୍ଚତାରେ ଉଡ଼ାଣ କରିପାରିବ। ଆକାଶମାର୍ଗକୁ ତନି ଭାଗରେ ବିଭକ୍ତ କରାଯାଇଛି । ଯଥା; ରେଡ୍ ଜୋନ୍ (ଉଡ଼ାଣ ନିଷିଦ୍ଧ), ୟେଲୋ ଜୋନ୍ (ନିୟନ୍ତ୍ରିତ ଆକାଶମାର୍ଗ) ଏବଂ ଗ୍ରୀନ୍ ଜୋନ୍ (ସ୍ୱୟଂ ଭାବେ ଅନୁମତି ମିଳିପାରିବ)।

ପଢନ୍ତୁ;ଭାରତ ୨୦୨୫ ରେ ରପ୍ତାନୀ ଦୁଇଗୁଣ କରିବ: ସୁରେଶ ପ୍ରଭୁ

Related posts

ପୋଲିସ ଅପରେସନ ପାଇଁ ଆଇଇଡି ଖଞ୍ଜିଥିଲେ ମାଓବାଦୀ,ଡ୍ରୋନ୍‌ ବଞ୍ଚାଇଲା ଜୀବନ

ଏଣିକି ଛେଳି ଲିଭାଇବେ ନିଆଁ, ଗଠନ କରାଗଲା ଛେଳି ସେନା

ମାଙ୍କଡଙ୍କ ଦରଦୀ ବନ୍ଧୁ କୃପାସିନ୍ଧୁ, ଆନ୍ତରିକତାରେ ବନ୍ଧା ପଡ଼ିଛନ୍ତି ୧୦୦ ବଣୁଆ ମାଙ୍କଡ଼