ଆନ୍ତଃଜାତି ବିବାହ କଲେ ମିଳିବ ଅଢେଇ ଲକ୍ଷ ଟଙ୍କା

ଅନ୍ୟ ଜାତିରେ ବିବାହ କଲେ ଅଢେଇ ଲକ୍ଷ ପ୍ରୋତ୍ସାହନ

ରାଜ୍ୟ ସରକାର ମଙ୍ଗଳବାର ଆନ୍ତଃଜାତି ବିବାହ ପ୍ରୋତ୍ସାହନ ରାଶି ଅଢେଇ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି।ଏହି ଆନ୍ତଃଜାତି ବିବାହ ପ୍ରୋତ୍ସାହନ ରାଶି ଥିଲା ୧ ଲକ୍ଷ ଟଙ୍କା। ଏହି ରାଶି ଗ୍ରହଣ ନିମନ୍ତେ ଆୟର ସୀମା ରଖାଯାଇ ନାହିଁ। ପୂର୍ବରୁ ଦରଖାସ୍ତ ସମ୍ବନ୍ଧୀୟ ସମସ୍ତ ପ୍ରକ୍ରିୟା ବଳବତ୍ତର ରହିଛି।

ଜାତୀୟ ବ୍ୟାଙ୍କରେ ଦମ୍ପତିଙ୍କ ଯୁଗ୍ମ ଆକାଉଣ୍ଟରେ ପ୍ରଥମ ନାମ ମହିଳାଙ୍କର ରହିବ। ଏହି ଅର୍ଥ ରାଶିକୁ ୩ବର୍ଷ ପର୍ଯ୍ୟନ୍ତ ବ୍ୟାଙ୍କରୁ ଉଠାଇ ପାରିବେ ନାହିଁ। ବର୍ତ୍ତମାନ ସୁଦ୍ଧା ୨୦୧୭-୧୮ ଆର୍ଥିକ ବର୍ଷରେ ଓଡିଶାରେ ୫୪୩ ହିତାଧିକାରୀ ଦମ୍ପତି ଏହି ପ୍ରୋତ୍ସାହନ ରାଶି ଦ୍ୱାରା ଉପକୃତ ହୋଇଛନ୍ତି। ଏଥିରେ ସମୁଦାୟ ୨କୋଟି ୬୫ଲକ୍ଷ ୩୬ହଜାର ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଛି। ଗତ ୫ବର୍ଷ ମଧ୍ୟରେ ପ୍ରାୟ ୩ହଜାର ୮୦୦ ଦମ୍ପତି ଏହା ଦ୍ୱାରା ଉପକୃତ ହୋଇଛନ୍ତି। ବାଲେଶ୍ୱର ଜିଲ୍ଲାର ଦମ୍ପତ୍ତି ସବୁଠୁ ଅଧିକ ଉପକୃତ ହୋଇଥିବା ବେଳେ ଦ୍ୱିତୀୟରେ କଟକ ଏବଂ ତୃତୀୟରେ ଜଗତସିଂହପୁର ଜିଲ୍ଲାର ହିତାଧିକାରୀ ଏହି ପ୍ରୋତ୍ସାହନ ରାଶି ଦ୍ୱାରା ଉପକୃତ ହୋଇଛନ୍ତି।

ପଢନ୍ତୁ; ବରିଷ୍ଠ ସାମ୍ବାଦିକ ରଜତ ଶର୍ମା ହେଲେ ଡିଡିସିଏ ନୂଆ ଅଧ୍ୟକ୍ଷ

Related posts

ତାଳଚେରରେ ସାରକାରଖାନାର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

ବିଶିଷ୍ଟ ଚଳଚ୍ଚିତ୍ର ପ୍ରଯୋଜକ ସୁବାସ ରାଉତଙ୍କର ପରଲୋକ

ମାଲକାନଗିରିରେ ବନ୍ୟା ପରିସ୍ଥିତି,୮ଟି ସ୍ଥାନରେ ମାଗଣା ରନ୍ଧାଖାଦ୍ୟ