ଧାମରାରେ ପ୍ରତିଷ୍ଠା ହେବ ବାଣିଜ୍ୟିକ ବିମାନ ବନ୍ଦର

ଧାମରାରେ ପ୍ରତିଷ୍ଠା ହେବ ବାଣିଜ୍ୟିକ ବିମାନ ବନ୍ଦର। ଏ ନେଇ ରାଜ୍ୟ ସରକାର ନୀତିଗତ ନିଷ୍ପତ୍ତି ନେଇଛନ୍ତି । ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ହୋଇଛି । ରାଜ୍ୟରେ ଶିଳ୍ପାୟନ ଓ ନିଯୁକ୍ତି ସୁଯୋଗ ସୃଷ୍ଟି ଦିଗରେ ପଦକ୍ଷେପ ସ୍ୱରୂପ ସରକାର ଏହି ନିଷ୍ପତ୍ତି ନେଇଛନ୍ତି।

ବନ୍ଦର ନିର୍ମାଣ ପାଇଁ ଜମି ନିର୍ଦ୍ଧାରଣ କାର୍ଯ୍ୟ ତ୍ୱରାନ୍ୱିତ କରିବା ଲାଗି ଭଦ୍ରକ ଜିଲ୍ଲାପାଳଙ୍କୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେବା ସହ ବନ୍ଦର ବିକାଶ କାର୍ଯ୍ୟର ମଧ୍ୟ ସମୀକ୍ଷା କରିଥିଲେ। ଶିଳ୍ପାଞ୍ଚଳ ପ୍ରତିଷ୍ଠା ଓ ବିମାନ ବନ୍ଦର ପାଇଁ ଜାଗା ଚିହ୍ନଟ ହୋଇଛି। ଶିଳ୍ପାଞ୍ଚଳ ପାଇଁ ୫୦୦ଏକର ଓ ବିମାନ ବନ୍ଦର ପାଇଁ ୪୪୪ ଏକର ଜାଗା ଚିହ୍ନଟ ହୋଇଥିବା ଭଦ୍ରକ ଜିଲ୍ଲାପାଳ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ,ଧାମରା ବନ୍ଦର ନିର୍ମାଣ ଓ ବିକାଶରେ ବନ୍ଦର କମ୍ପାନୀ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାୟ ୮ହଜାର କୋଟି ଟଙ୍କା ବିନିଯୋଗ କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ବନ୍ଦରରେ ୨୫ ନିୟୁତ ଟନ୍ କାର୍ଗୋ କାରବାର କ୍ଷମତା ବିଶିଷ୍ଟ ୨ଟି ଆମଦାନୀ ଓ ରପ୍ତାନୀ ବର୍ଥ କାର୍ଯ୍ୟକ୍ଷମ ରହିଛି । ୧୮ କିଲୋମିଟର ପର୍ଯ୍ୟନ୍ତ ନାଗିଭେସନ ଚାନେଲ ପ୍ରସ୍ତୁତ କରାଯାଇଛି । ଏବଂ ୬୨ କିଲୋମିଟର ବାଣିଜ୍ୟ କରିଡୋର ନିର୍ମାଣ କରାଯାଇଛି । ୨୦୧୭-୧୮ ମସିହାରେ ଏହି ବନ୍ଦର ମାଧ୍ୟମରେ ସବୁଦାୟ ୨୧.୪୩ ନିୟୁତ ଟନର ପଦାର୍ଥ ଆମଦାନୀ ଓ ରପ୍ତାନୀ କରାଯାଇଛି।

ପଢନ୍ତୁ;କେଉଁ ରଙ୍ଗର ଗଣେଶ ମୂର୍ତି ପୂଜା କଲେ ଶୁଭ ମିଳିଥାଏ ଜାଣନ୍ତୁ?

Related posts

ତାଳଚେରରେ ସାରକାରଖାନାର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

ବିଶିଷ୍ଟ ଚଳଚ୍ଚିତ୍ର ପ୍ରଯୋଜକ ସୁବାସ ରାଉତଙ୍କର ପରଲୋକ

ମାଲକାନଗିରିରେ ବନ୍ୟା ପରିସ୍ଥିତି,୮ଟି ସ୍ଥାନରେ ମାଗଣା ରନ୍ଧାଖାଦ୍ୟ