ସୁଷ୍ଟିହେବ ଦେଶର ତୃତୀୟ ବୃହତ ବ୍ୟାଙ୍କ,କୌଣସି କର୍ମଚାରୀ ଛଟେଇ ହେବେନି: ଜେଟଲୀ

କେନ୍ଦ୍ର ସରକାର ଦେଶର ପ୍ରମୁଖ ୩ଟି ବ୍ୟାଙ୍କକୁ ଏକତ୍ରୀକରଣ କରିବାକୁ ସୋମବାରେ ଘୋଷଣା କରିଛନ୍ତି। ବିଜୟା ବ୍ୟାଙ୍କ, ଦେନା ବ୍ୟାଙ୍କ ଓ ବ୍ୟାଙ୍କ ଅଫ ବରୋଦାର ଏକତ୍ରୀକରଣ ହେବ।ତେବେ କେବେ ହେବ ଏ ସମ୍ପର୍କରେ କେନ୍ଦ୍ର ସରକାର କୌଣସି ନିଷ୍ପତ୍ତି ନେଇ ନାହାନ୍ତି। ଏପରିକି ୩ଟି ବ୍ୟାଙ୍କ ଏକତ୍ରୀକରଣ ହେବା ପରେ ନୂଆ ବ୍ୟାଙ୍କର ନାମ କ’ଣ ହେବ ଏ ସମ୍ପର୍କରେ ମଧ୍ୟ କେନ୍ଦ୍ର ସରକାର କୌଣସି ନିଷ୍ପତ୍ତି ଗ୍ରହଣ କରିନାହାନ୍ତି। ଯେବେ ହେବ ସେତେବେଳେ ଗ୍ରାହକଙ୍କ ପାଇଁ କି ପରିବର୍ତ୍ତନ ହେବ ଏହା ଜାଣି ରଖିବାର ଆବଶ୍ୟକତା ରହିଛି।

ଏହି ମିଶ୍ରଣ ବ୍ୟାଙ୍କ ଗୁଡିକୁ ଅଧିକ ସୁଦୃଢ କରିବା ସହ ସେମାନଙ୍କ ଋଣ ଯୋଗାଣ କ୍ଷମତା ବଢାଇବ ବୋଲି ଅର୍ଥମନ୍ତ୍ରୀ କ ହିଛନ୍ତି। ଏହାସହ ପ୍ରତିଯୋଗୀତା ମଧ୍ୟ ବଢିବ ଏବଂ ଉପଭୋକ୍ତାଙ୍କୁ ଭଲ ସେବା ମିଳିବ। ମିଶ୍ରଣ ପ୍ରସ୍ତାବ ଉପରେ ବିଚାର କରିବାକୁ ତିନି ବ୍ୟାଙ୍କର କର୍ତ୍ତୁପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ଆର୍ଥିକ ସେବା ସଚିବ ରାଜୀବ କୁମାର କହିଛନ୍ତି। ତେବେ ଏହି ତିନୋଟି ବ୍ୟାଙ୍କର କର୍ମଚାରୀ ପ୍ରଭାବିତ ହେବେ ନାହିଁ ବୋଲି ଅରୁଣ ଜେଟ୍‌ଲୀ କହିଛନ୍ତି। ଗତ ଚାରି ବର୍ଷରେ ବ୍ୟାଙ୍କିଙ୍ଗ କ୍ଷେତ୍ରରେ ଋଣ ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ଅନେକ ସୁଧାର କରାଯାଇଛି।

ପଢନ୍ତୁ; ବୃଦ୍ଧାଶ୍ରମରେରେ ଜନ୍ମଦିନ ପାଳିଲେ ଆକାଶ

Related posts

ଜରିନ୍‌ ଖାନ୍‌ଙ୍କ କାର ସହ ପିଟି ହୋଇ ବାଇକ୍‌ ଆରୋହୀ ମୃତ

ଟ୍ରେନ ଏବଂ ରେଳ ଷ୍ଟେସନରେ ଲାଗିବ ସିସିଟିଭି କ୍ୟାମେରା

ବରଗଡ଼ ଧନୁଯାତ୍ରା ଶୁଭସ୍ତମ୍ଭ ସ୍ଥାପିତ