ପରଦାକୁ ଆସିଯାଇଛି ଆଉ ଏକ ନୂଆ ଓଡ଼ିଆ ସିନେମା

‘ଗୁଡ଼ୁ ଆଣ୍ଡ୍‌ ଗୁଡ଼ି’

ଗତକାଲି ପରଦାକୁ ଆସୁଛି ଏକ ନୂଆ ଓଡ଼ିଆ ସିନେମା ‘ଗୁଡ଼ୁ ଆଣ୍ଡ୍‌ ଗୁଡ଼ି’। ସୂର୍ଯ୍ୟକାନ୍ତ ସାମଲଙ୍କ ପ୍ରଯୋଜିତ ଏହି ଓଡ଼ିଆ ଛବିର ନିର୍ଦ୍ଦେଶନା ଦେଇଛନ୍ତି ଶୁଭାଶିଷ ପତି। ଶୁଭାଶିଷ ପୂର୍ବରୁ ‘ଗଡ଼ବଡ଼’ ଓ ଗୁଣ୍ଡା’ ଟାଇଟଲରେ ଦୁଇଟି ଓଡ଼ିଆ ଛବିର ନିର୍ଦ୍ଦେଶନା ଦେଇଥିଲେ। ‘ଗୁଡ଼ୁ ଆଣ୍ଡ୍‌ ଗୁଡ଼ି’ହେଉଛି ତାଙ୍କର ତୃତୀୟ ସିନେମା।ସେ ଇଂରାଜି ଅକ୍ଷର ‘g’ରୁ ଟାଇଟଲ୍‌ ଦେଇ ଫିଲ୍ମ ନିର୍ମାଣ କରିବାର ଧାରା ବଜାୟ ରଖିଛନ୍ତି।

ଏହି ସିନେମାରେ ସୀତୁ-ସଞ୍ଜୟ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି। ଏବଂ ସୂର୍ଯ୍ୟକାନ୍ତ,ହିମିକା ଓ ମିହିର ଦାସ ଏହି ସିନେମାରେ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି।ପ୍ରାପ୍ତ ସୂଚନା ଅନୁଯାୟୀ ଏହି ଫିଲ୍ମ କୁ କେନ୍ଦ୍ରୀୟ ଚଳଚ୍ଚିତ୍ର ପ୍ରମାଣନ ବୋର୍ଡ଼(ସିବିଏଫ୍‌ସି)ପକ୍ଷରୁ ୟୁ/ଏ ସାର୍ଟିଫିକେଟ୍‌ ମିଳିଛି। ଏହା ହେଉଛି ହିମିକାଙ୍କ ଦ୍ୱିତୀୟ ଓଡ଼ିଆ ସିନେମା।

ହିମିକା ଏହାପୂର୍ବରୁ  ଶୁଭାଶିଷ ପତିଙ୍କ ନିର୍ଦ୍ଦେଶିତ ‘ଗୁଣ୍ଡା’ରେ ସିଦ୍ଧାନ୍ତଙ୍କ ବିପକ୍ଷରେ ନାୟିକା ସାଜି ପରଦାକୁ ଆସିଥିଲେ। ଏଣୁ ସେ ଓଡ଼ିଆ ଦର୍ଶକଙ୍କ ପାଇଁ ଅଚିହ୍ନା ନୁହନ୍ତି। ତେବେ ଫିଲ୍ମର ହିରୋ ସିନେପ୍ରେମୀମାନଙ୍କ ପାଇଁ ଏକଦମ୍‌ ନୂଆ। ‘ଗୁଡ଼ୁ ଆଣ୍ଡ୍‌ ଗୁଡ଼ି’ର କାହାଣୀ ସିନେମା ଦୁନିଆଁରେ ଚାଲିଥିବା କାଷ୍ଟିଂକାଉଚ୍‌ ପ୍ରସଙ୍ଗ ଉପରେ ଆଧାରିତ ବୋଲି କୁହାଯାଉଛି। ଜଣେ ଯୁବତୀ ନାୟିକା ହେବାର ସ୍ୱପ୍ନରେ ବିଭୋର ହୋଇ କିପରି ସେଥିରେ ଫସିଯାଉଛି ଏବଂ ତାକୁ ତାର ପ୍ରେମିକ କିପରି ରକ୍ଷା କରୁଛି ,ତାହା ଦେଖିବାକୁ ମିଳିବ‘ଗୁଡ଼ୁ ଆଣ୍ଡ୍‌ ଗୁଡ଼ି’ର କ୍ଲାଇମାକ୍ସରେ।

ପଢନ୍ତୁ;

ଡୋନାଲ୍‌ଡ୍‌ ଟ୍ରମ୍ପ୍‌ ଏବଂ ନରେନ୍ଦ୍ର ମୋଦି ଫୋନରେ କଲେ ମାଳଦ୍ୱୀପର ରାଜନୈତିକ ଉପରେ ଆଲୋଚନା

Related posts

ରାକ୍ଷୀଙ୍କୁ କାନ୍ଧରେ ଉଠାଇ ତଳେ କଚାଡିଲେ ରେସଲର ରୋବେଲ୍,ଜାଣନ୍ତୁ ତାପରେ କଣ ହେଲା?

ଶିଶୁ କଣ୍ଠଶିଳ୍ପୀଙ୍କ କଣ୍ଠରୁ ଶୁଣନ୍ତୁ ଏକ ହୃଦୟସ୍ପର୍ଶୀ ସାଇଭଜନ !

ସୋସିଆଲ ମିଡିଆରେ ଭାଇରାଲ ହେଲା ସାହିଦ କପୁରଙ୍କ ପୁଅ ଜୈନର ପ୍ରଥମ ଫଟୋ