ଅନଲାଇନ୍ ଟ୍ରାନଜାକ୍ସନ୍ ପାଇଁ ଏବେ ଗ୍ରାହକଙ୍କୁ ଶୁଳ୍କ ଦେବାକୁ ପଡିବନି : ଏଚଡ଼ିଏଫସି ବ୍ୟାଙ୍କ

ଏଚଡ଼ିଏଫସି ବ୍ୟାଙ୍କ ଏକ ବଡ଼ ଘୋଷଣା କରିଛି । ଗ୍ରାହକଙ୍କ ସୁବିଧା ପାଇଁ , ବ୍ୟାଙ୍କ୍ ଅନଲାଇନ୍ ଜରିଆରେ ହେଉଥିବା ଆରଟଇଜିଏସ୍, ଏନଇଏଫଟି ନେଣଦେଣକୁ ମାଗଣା କରିଦେଇଛି । ଅନ୍ୟପଟେ ଆଗାମୀ ମାସରେ ଚେକ୍ ଜରିଆରେ ନେଣ ଦେଣ ଉପରେ ବିଭିନ୍ନ ଶୁଳ୍କକୁ ବଢ଼ାଇବା ପାଇଁ ମଧ୍ୟ ବ୍ୟାଙ୍କ୍ ଘୋଷଣା କରିଛି ।

ସୂଚନା ମୁତାବକ , ପୂର୍ବରୁ ବ୍ୟାଙ୍କ ୨-୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆରଟିଜିଏସ୍ ଉପରେ ୨୫ ଟଙ୍କା ଶୁଳ୍କ ଆଦାୟ କରୁଥିଲା । ଏନଇଏଫଟି ଜରିଆରେ ୫ ଲକ୍ଷ ଠାରୁ ଅଧିକ ଟଙ୍କା ପଠାଇବା ଉପରେ ୫୦ ଟଙ୍କା ଦେବାକୁ ପଡ଼ୁଥିଲା । ମାତ୍ର ଏବେ ବ୍ୟାଙ୍କ୍ ଶାଖା ଜରିଆରେ ଏନଇଏଫଟି ଓ ଆରଟିଜିଏସ୍ ନେଣ ଦେଣ ଉପରେ ଶୁଳ୍କ ଲାଗୁ ହେବ । ଏନଇଏଫଟି/ଆରଟିଜିଏସ୍ ଅନଲାଇନ୍ ଶୁଳ୍କରେ କରାଯାଇଥିବା ଏହି ପରିବର୍ତ୍ତନ ସମସ୍ତ ବେତନଭୋଗୀ ଓ ଗ୍ରାହକଙ୍କ ପାଇଁ ୧, ନଭେମ୍ବର ୨୦୧୭ରୁ ଲାଗୁ ହୋଇଯାଇଛି ।

ବ୍ୟାଙ୍କ୍ ସୂଚନା ଦେଇଛି, ଗ୍ରାହକଙ୍କୁ ଏକ ବର୍ଷରେ ୨୫ ପୃଷ୍ଠାର ଏକ ଚେକ୍ ବୁକ୍ ନିଶୁଳ୍କ ମିଳିବ । ୨୫ ପୃଷ୍ଠାର ଅତିରିକ୍ତ ଚେକବୁକ୍ ପାଇଁ ୭୫ ଟଙ୍କାର ଶୁଳ୍କ ଅପରିବର୍ତ୍ତିତ ରହିବ ।

ପଢନ୍ତୁ, ଏସବିଆଇରେ ୪ ମିନିଟରେ ଆକାଉଣ୍ଟ ଖୋଲିପାରିବେ ଓ ୫ ମିନିଟ୍ରେ ଟଙ୍କା ଟ୍ରାନ୍ସଫର

Related posts

ସିବିଆଇକୁ ଆନ୍ଧ୍ର ପ୍ରଦେଶ , ପ.ବଙ୍ଗ ମନା

ଏକାମ୍ର କ୍ଷେତ୍ର ପୁରୁଣା ଭୁବନେଶ୍ୱର ପାଇବ ନୂଆ ରୂପ,ଦେବ ଆଇ ଲଭ୍ ଭୁବନେଶ୍ଵରର ପରିଚୟ

ସ୍କୁଲ୍ ବସ୍ ଦୁର୍ଘଟଣାଗ୍ରସ୍ତ, ୧୨ ଛାତ୍ରୀଛାତ୍ର ଆହତ