ପ୍ରତିଦିନ ସକାଳୁ ପିଅନ୍ତୁ ମାଟି ପାତ୍ରର ପାଣି ଦୂର ହେବ ଅନେକ ସମସ୍ୟା!

ମାଟି ପାତ୍ରର ପାଣି ପିଇବା ଦ୍ଵାରା ଅନେକ ଶାରୀରିକ ସମସ୍ୟା ଦୂର ହୋଇଥାଏ। ମାଟି ପାତ୍ରର ମାଟି କୀଟାଣୁନାଶକ। ତେଣୁ ଏହା ପାଣିରେ ଥିବା ଦୂଷିତ ପଦାର୍ଥକୁ ବାହାର କରିଦେଇଥାଏ। ବିଶେଷ କରି ମାଟି ପାତ୍ରରେ ଥିବା ପାଣି ଶରୀରକୁ ସୁସ୍ଥ ରଖିବା ସହ ଶୀତଳତା ପ୍ରଦାନ କରିଥାଏ। ନିୟମିତ ମାଟି ପାତ୍ରର ପାଣି ପିଇଲେ ଅନେକ ରୋଗ ମଧ୍ୟ ଦୂରେଇ ଯାଇଥାଏ

ଆସନ୍ତୁ ଜାଣିବା ମାଟିପାତ୍ରର ପାଣି ପିଇବା ଦ୍ଵାରା କଣ ଫାଇଦା ମିଳିଥାଏ-

  • ସକାଳୁ ଖାଲି ପେଟରେ ମାଟି ପାତ୍ରର ପାଣି ପିଇଲେ ହୃତପିଣ୍ଡ ଓ ଆଖି ସୁସ୍ଥ ରହିଥାଏ।
  • କ୍ଷତ ସ୍ଥାନରେ ମାଟି ପାତ୍ରର ପାଣି ଢାଳିଲେ ରକ୍ତ ବାହାରିବା ବନ୍ଦ ହୋଇଯାଇଥାଏ।
  • ଗଳା, ଖାଦ୍ୟନଳୀ ଓ ପେଟ ପୋଡାଜଳା ପାଇଁ ମାଟି ପାତ୍ରର ପାଣି ଭଲ କାମ ଦେଇଥାଏ।
  • ନିୟମିତ ଭାବେ ମାଟି ପାତ୍ରକୁ ସଫା କରି ପାଣି ରଖିବା ଭଲ, ହେଲେ ଏହାର ଭିତର ଅଂଶକୁ ରଗଡି ମାଜିବା ଉଚିତ୍‌ ନୁହେଁ। ଏମିତି କଲେ ଏଥିରେ ଥିବା ଛିଦ୍ରସବୁ ବନ୍ଦ ହୋଇଯାଇଥାଏ ଓ ପାଣି ଥଣ୍ଡା ହୋଇ ନ ଥାଏ।
  • ମାଟି ପାତ୍ରର ପାଣି ପିଇଲେ ଥକ୍କାପଣ ଦୂର ହୋଇଥାଏ। ଏହାସହ ପେଟ ଓଜନିଆ ଲାଗୁଥିଲେ ମାଟିପାତ୍ର ପାଣି ଭଲ କାମ ଦିଏ।

ପଢନ୍ତୁ; ନିଜକୁ ଫିଟ୍‌ କିପରି ରଖିବା ଆସନ୍ତୁ ଜାଣିବା

Related posts

ବିୟର ଫ୍ୟାକ୍ଟ୍ରି ପାଇଁ କଟା ହେଲା ୧୦୦୦ରୁ ଉର୍ଦ୍ଧ୍ୱ ମୂଲ୍ୟବାନ ଗଛ

ଆପଣଙ୍କ ଓଠ ଫାଟୁଛି କି ? ତେବେ ଜାଣିରଖନ୍ତୁ ଏହି ଘରୋଇ ଉପଚାର

ସକାଳୁ ଗରମ ଲେମ୍ବୁ ପାଣି ପିଇବା ଦ୍ଵାରା କଣ ଫାଇଦା ମିଳିଥାଏ? ଜାଣନ୍ତୁ