ଗଣ୍ଠିବାତ ସମସ୍ୟା ଦୂର କରିଥାଏ ଶଜନାଫୁଲ! ଆସନ୍ତୁ ଜାଣିବା ଏହାର ଆଉ କେତେକ ଚମତ୍କାରିତା ଗୁଣ ସମ୍ପର୍କରେ

ଶଜନାପତ୍ର ଖାଇବା ଶରୀର ପାଇଁ ବେଶ ଲାଭଦାୟକ ହୋଇଥାଏ। କେବଳ ଶଜନାପତ୍ର ନୁହେଁ ଶଜନାଫୁଲରେ ମଧ୍ୟ ରହିଛି ଅନେକ ଉପକାରୀ ଗୁଣ। ଶଜନାଫୁଲରେ କାଲ୍‌ସିୟମ୍‌, ପଟାସିୟମ୍‌ ଏବଂ ଲୌହରେ ଭରପୁର ରହିଥାଏ।

ଆସନ୍ତୁ ଜାଣିବା ଏହାର କିଛି ଉପକାରିତା ସମ୍ପର୍କରେ-

  • ଶଜନାଫୁଲରେ ଭିଟାମିନ୍‌ ସି, କେରୋଟେନୋଇଡ୍‌ସ୍‌, ଫ୍ଲେବୋନୋଡିସ୍‌, କ୍ୱେର୍‌ସିଟିନ୍‌ ଏବଂ ଟାନିନ୍‌ସ୍‌ ଭଳି ଆଣ୍ଟିଅକ୍‌ସିଡାଣ୍ଟ୍‌ ଥାଏ। ପ୍ରଦାହ ଏବଂ ଜୀବକୋଷ ନଷ୍ଟ କରୁଥିବା କ୍ଷତିକାରକ ତତ୍ତ୍ୱ ବିରୋଧରେ ଏହି ଆଣ୍ଟିଅକ୍‌ସିଡାଣ୍ଟ୍‌ ଲଢ଼େଇ କରିଥାଏ।
  • ଟାନିନ୍‌ସ୍‌ ରକ୍ତ ଜମାଟ ବାନ୍ଧିବା, ରକ୍ତଚାପ ଓ ଲିପିଡ୍‌ ସ୍ତର ସ୍ୱଭାବିକ ରଖେ। କ୍ୱେର୍‌ସେଟିନ୍‌ ହୃଦ୍‌ରୋଗ, କର୍କଟ ରୋଗ ପ୍ରତିରୋଧକାରୀ ହେବା ସହ ଗଣ୍ଠିବାତ ଉପସମ କରିବାରେ ସହାୟକ ହୋଇଥାଏ।
  • ଛୁଆମାନଙ୍କୁ ଗୋଳା ଭାବେ ଦିଆ ଯାଉଥିବା ବିଭିନ୍ନ ଶସ୍ୟଗୁଣ୍ଡରେ ଶଜନାଫୁଲ ଗୁଣ୍ଡ ମଧ୍ୟ ଗୋଳାଇ ଖୋଇ ହେବ। ଏହା ଛୁଆ ଆବଶ୍ୟକ କରୁଥିବା ପୁଷ୍ଟିସାର, ଚର୍ବି ଏବଂ ଶ୍ୱେତସାର ଏବଂ ଆମିନୋଏସିଡ୍‌ ଯୋଗାଇଥାଏ।
  • ଶଜନାଫୁଲରେ ରହିଛି ଅନୁଜୀବ ବିନାଶୀ ଶକ୍ତି। ଏଥିରେ ଭୂତାଣୁ, କବକ ଓ ଶୂକ ନାଶକ ତତ୍ତ୍ୱ ରହିଛି। ଶଜନାଫୁଲରେ ଥିବା ଉଚ୍ଚ ସାନ୍ଦ୍ରତାସମ୍ପନ୍ନ ପଲିଫେନଲ୍‌ ଯକୃତ୍‌କୁ ନଷ୍ଟ ଓ ବିଷକ୍ରିୟାରୁ ସୁରକ୍ଷା ଦିଏ। ଏହା ଯକୃତ୍‌ର କ୍ଷତ ମଧ୍ୟ ଉପସମ କରେ। ଗଣ୍ଠିବାତ ପାଇଁ ଶଜନାଫୁଲ ଚିକିତ୍ସା ଅତି ଉତ୍ତମ। ଏଥିରେ ଥିବା ଉପାଦାନ ନୂତନ ଓ ପୁରାତନ ଗଣ୍ଠିବାତଜନିତ ଫୁଲା ଉପସମ କରେ।
  • ଶଜନାଫୁଲ ଚା’ ବା ଝୋଳ ପରିସ୍ରା ନଳୀ ସଂକ୍ରମଣ ଏବଂ ଥଣ୍ଡା ନାଶକ।

ପଢନ୍ତୁ; ଖାଇବା ମଝିରେ ପାଣି ପିଉଛନ୍ତି କି? ସାବଧାନ! ହୋଇପାରେ ମାରାତ୍ମକ ରୋଗ

Related posts

ଆପଣଙ୍କ ଓଠ ଫାଟୁଛି କି ? ତେବେ ଜାଣିରଖନ୍ତୁ ଏହି ଘରୋଇ ଉପଚାର

ସକାଳୁ ଗରମ ଲେମ୍ବୁ ପାଣି ପିଇବା ଦ୍ଵାରା କଣ ଫାଇଦା ମିଳିଥାଏ? ଜାଣନ୍ତୁ

ଦହି ପାଣି ପିଇବା ଦ୍ଵାରା କଣ ଲାଭ ମିଳିଥାଏ? ଆସନ୍ତୁ ଜାଣିବା ସେ ସମ୍ପର୍କରେ