ବେଲପତ୍ର ଖାଇବା ଦ୍ଵାରା ଆମକୁ କେଉଁ ସବୁ ଫାଇଦା ମିଳିଥାଏ ଜାଣନ୍ତୁ ?

ଭଗବାନ ଶିବଙ୍କୁ ସନ୍ତୁଷ୍ଟ କରିବା ପାଇଁ ଆମେ ବେଲପତ୍ର ଅର୍ପଣ କରିଥାଉ । ଏହି ପତ୍ର ଶିବଙ୍କର ବହୁତ ପ୍ରିୟ । ଆପଣ ଜାଣିଛନ୍ତି କି ବେଲପତ୍ର ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ ଉପକାରୀ । ବେଲପତ୍ରରେ ଭିଟାମିନ-ଏ,ବି,ସି କ୍ୟାଲସିୟମ ଓ ଆଇରନ ଗୁଣ ରହିଛି । ଏଥି ପାଇଁ ବେଲପତ୍ର ତ୍ୱଚା ଓ କେଶର ସୌନ୍ଦର୍ଯ୍ୟ ବଢାଇବାରେ ବେଶ ଉପଯୋଗୀ ।

ବେଲପତ୍ରର ଫାଇଦା :-

  • ନିୟମିତ ବେଲପତ୍ରକୁ ସେବନ କରିବା ଦ୍ୱାରା କେଶ ଝଡିବା ସମସ୍ୟାରୁ ମୁକ୍ତି ମିଳିଥାଏ ।
  • ବେଲପତ୍ର କାଢ଼ା ପିଇବା ଦ୍ୱାରା ଜ୍ୱର ବ୍ୟାଧିରୁ ସଙ୍ଗେ ସଙ୍ଗେ ଉପଶମ ମିଳିଥାଏ । ଏହା ସହିତ ହୃଦ୍‌ଘାତ ଭଳି ବଡ ବଡ଼ ରୋଗରୁ ମଧ୍ୟ ରକ୍ଷା କରିଥାଏ ।
  • ଯଦି ଆପଣଙ୍କ ପାଟିରେ ଘା’ ହେଉଛି ତେବେ ନିୟମିତ ସକାଳେ ବେଲପତ୍ର ଖାଇବା ଦ୍ୱାରା ଏଥିରୁ ମୁକ୍ତି ମିଳିଥାଏ ।
  • ଶରୀରରୁ ଦାଗ, ବ୍ରଣ, କାଛୁକୁଣ୍ଡିଆର ଦାଗ ସମସ୍ୟାରୁ ରକ୍ଷା ପାଇବା ପାଇଁ ଜିରା ସହ ବେଲପତ୍ର ରସକୁ ମିଶେଇ ପିଅନ୍ତୁ ।
  • ଶରୀରର ଦୁର୍ଗନ୍ଧରୁ ମୁକ୍ତି ପାଇବା ପାଇଁ ବେଲପତ୍ର ରସକୁ ଶରୀରରେ ଏକ ଘଣ୍ଟା ପର୍ଯ୍ୟନ୍ତ ଲଗାଇ ରଖନ୍ତୁ ତାପରେ ଧୋଇ ନିଅନ୍ତୁ ।

ପଢନ୍ତୁ ;

ଉର୍ବଶୀ ରୌତେଲାଙ୍କ ଜାଲ୍ ଆଧାର କାର୍ଡ

Related posts

ଆପଣଙ୍କ ଓଠ ଫାଟୁଛି କି ? ତେବେ ଜାଣିରଖନ୍ତୁ ଏହି ଘରୋଇ ଉପଚାର

ସକାଳୁ ଗରମ ଲେମ୍ବୁ ପାଣି ପିଇବା ଦ୍ଵାରା କଣ ଫାଇଦା ମିଳିଥାଏ? ଜାଣନ୍ତୁ

ଦହି ପାଣି ପିଇବା ଦ୍ଵାରା କଣ ଲାଭ ମିଳିଥାଏ? ଆସନ୍ତୁ ଜାଣିବା ସେ ସମ୍ପର୍କରେ