ଆସନ୍ତୁ ଜାଣିବା ଅମୃତଭଣ୍ଡା କେତେ ଉପକାରୀ ଓ ଶରୀରକୁ ନିରୋଗ ରଖିବାରେ ଏହାର ଭୂମିକା କଣ

ବାଡିବଗିଚାରେ ସହଜରେ ମିଳୁଥିବା ପରିବାଟି ହେଲା ଅମୃତଭଣ୍ଡା । ଏହାକୁ ଉଭୟ କଞ୍ଚା ଓ ପାଚିଲା ଖାଇହୁଏ ଓ ସ୍ୱାସ୍ଥ୍ୟ ପାଇଁ ବେଶ ଉପକାରୀ । ଭିଟାମିନ ଏ, ବି, ସି ଓ ଫାଇବରରେ ଭରପୁର ଥିବାରୁ ଏହା ଆଖି ଓ ତ୍ୱଚା ପାଇଁ ବହୁତ ଉପକାରୀ । ଏହା ବ୍ୟତିତ ଅମୃତଭଣ୍ଡାରେ ଆଇରନ, ପ୍ରୋଟିନ, ପୋଟାସିୟମ, ଆଣ୍ଟିଅକ୍ସିଡାଂଟ ଆଦି ମହଜୁଦ ଥାଏ ଯାହା ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ଜରୁରୀ । ଆସନ୍ତୁ ଜାଣିବା ଏହି ପରିବାଟି କେତେ ଉପକାରୀ ଓ ଶରୀରକୁ ନିରୋଗ ରଖିବାରେ ଏହାର ଭୂମିକା କଣ ?

୧. ଅମୃତଭଣ୍ଡା ଖାଇବା ଦ୍ଵାରା ପାଚନ କ୍ରିୟା ଭଲ ରହେ । ଏହାକୁ ପ୍ରତିଦିନ ଖାଇଲେ ମଳକଣ୍ଟକ ରୋଗରୁ ମଧ୍ୟ ରକ୍ଷା ମିଳେ ।

୨. ଅମୃତଭଣ୍ଡା ଯକୃତ ପାଇଁ ମଧ୍ୟ ବହୁତ ଭଲ, କାରଣ  ଏହା ଶରରୀରରୁ ବିଷାକ୍ତ ପଦାର୍ଥ ବାହାର କରିବାରେ ସାହାଯ୍ୟ କରିଥାଏ ।

୩. ପାଚିଲା ଅମୃତଭଣ୍ଡାକୁ ଶରୀରରେ ଲଗାଇବା ଦ୍ଵାରା ତ୍ଵଚା ଉଜ୍ଜଳ ଓ ପରିଷ୍କାର ହୁଏ । ଏହାକୁ ଖାଲି କିମ୍ବା ବେସନ ଓ ମହୁ ସହ ମିଶାଇ ଲଗାଯାଇପାରିବ ।

୪. ଅମୃତଭଣ୍ଡାରେ ଥିବା ଭିଟାମିନ ଏ ଆଖି ପାଇଁ ବହୁତ ଭଲ । ଅମୃତଭଣ୍ଡାରେ କ୍ୟାଲସିୟମ , କେରୋଟିନ , ଭିଟାିମନ ଏ ଓ ବି, ସି ଥାଏ ଯାହା ଚକ୍ଷୁଗତ ସମସ୍ୟାରୁ ରକ୍ଷା କରିବାରେ ସାହାଯ୍ୟ କରିଥାଏ ।

୫. ନିୟମିତ ଭାବେ ସକାଳୁ ଖାଲି ପେଟରେ ଅମୃତଭଣ୍ଡାକୁ ଖାଆନ୍ତୁ । ଏହା ଶରୀରରୁ ଓଜନ ହ୍ରାସ କରିବାରେ ମଧ୍ୟ ସାହାଯ୍ୟ କରିଥାଏ ।

ଯାଣନ୍ତୁ ଗାଜରର ଉପକାରୀ ଗୁଣ ବିଷୟରେ

Related posts

ଉଚ୍ଚ ରକ୍ତଚାପର ଲକ୍ଷଣ ଓ ଘରୋଇ ଉପଚାର ବିଷୟରେ ନଜର ପକାନ୍ତୁ

ଚର୍ମ ଜନିତ ସମସ୍ୟାରୁ ମୁକ୍ତି ପାଇବା ପାଇଁ କିଛି ଘରୋଇ ଉପଚାର ବିଷୟରେ ଜାଣନ୍ତୁ

୧୦ ମିନିଟ କଠିନ ବ୍ୟାୟାମ ରେ ଶରୀରକୁ କି ଉପକାର ମିଳେ ନଜର ପକାନ୍ତୁ