ଔଷଧୀୟ ଗୁଣରେ ଭରପୂର ତେଜପତ୍ର , ଜାଣନ୍ତୁ କେଉଁ ସବୁ ରୋଗ ଦୂର କରିଥାଏ ତେଜପତ୍ର ?

ତେଜପତ୍ରକୁ ଆମେ ରୋଷେଇରେ ବ୍ୟବହାର କରିଥାଉ । ତେଜପତ୍ର ତରକାରୀରେ ପଡିବା ଦ୍ଵାରା ଖାଦ୍ୟ ସ୍ଵାଦିଷ୍ଠ ଲାଗିଥାଏ । ଏଥିରେ ଆଣ୍ଟି ଅକ୍ସିଡାଣ୍ଟ, ପୋଟାସିୟମ୍‌, ମାଙ୍ଗାନିଜ୍‌, ସେଲେନିୟମ ଓ ଆଇରନ୍‌ ପ୍ରଚୁର ପରିମାଣରେ ରହିଛି । ଏହା ଆମ ଶରୀରକୁ ସୁସ୍ଥ ମଧ୍ୟ ରଖିଥାଏ । ତେଜପତ୍ରରେ ଭରପୂର ମାତ୍ରାରେ ଔଷଧୀୟ ଗୁଣ ରହିଛି । ଏହା ବିଭିନ୍ନ ରୋଗ ମଧ୍ୟ ଦୂର କରିଥାଏ ।

କେଉଁ ସବୁ ରୋଗ ଦୂର କରିଥାଏ ତେଜପତ୍ର ଜାଣନ୍ତୁ :-

  • ଚା’ରେ ତେଜପତ୍ର ପକାଇ ପିଇଲେ କୋଷ୍ଠ କାଠିନ୍ୟ, ଏସିଡିଟି, ପେଟମୋଡିବା ଆଦି ସମସ୍ୟାରୁ ମୁକ୍ତି ମିଳିଥାଏ ।
  • ଡାଇବେଟିସ୍‌ ବା ମଧୁମେହ ରୋଗୀଙ୍କ ପାଇଁ ତେଜପତ୍ର ଲାଭଦାୟକ ।
  • ଅପସ୍ମାର ବା ମୂର୍ଚ୍ଛା ରୋଗୀଙ୍କ ପାଇଁ ତେଜପତ୍ର ବେଶ୍‌ ଉପକାରୀ। ତେଜପତ୍ର ଧୂଆଁକୁ ଅପସ୍ମାର ରୋଗୀ ସେବନ କଲେ ଏହା ଠିକ୍‌ ହୋଇଥାଏ ।
  • ଯଦି ଶରୀରର କେଉଁ ଅଂଶରେ ଦରଜ ଲାଗୁଛି ତେବେ ତେଜପତ୍ର ବାଟି ମାଲିସ୍‌ କଲେ ଆରାମ ମିଳିଥାଏ ।
  • ଚା’ରେ ତେଜପତ୍ର ପକାଇ ପିଇଲେ ପେଟ ସମସ୍ୟା ଦୂର ହେବା ସହ ହଜମ ଶକ୍ତି ବୃଦ୍ଧି ପାଇଥାଏ ।

ପଢନ୍ତୁ ;

ଆଖିର ଦୃଷ୍ଟି ଶକ୍ତି କମ ହେବାକୁ ନେଇ ଚିନ୍ତିତ ଅଛନ୍ତି କି? ଜାଣିରଖନ୍ତୁ ଏଥିପାଇଁ କିଛି ଘରୋଇ ଉପଚାର!

Related posts

ଭିଟାମିନ-ଡି ବ୍ୟବହାର କରି ଦୂର କରନ୍ତୁ ଡାଏବେଟିସ

ମୁଣ୍ଡବିନ୍ଧାରୁ ମୁକ୍ତି ଦେଇଥାଏ ଅଦା,ଆସନ୍ତୁ ଜାଣିବା ଏହାର ଉପକାରିତା

ସକାଳେ ଖାଆନ୍ତୁ ଡ୍ରାଏ ଫ୍ରୁଟସ୍‌,ମିଳିବ ଅନେକ ସୁଫଳ