ହଳଦୀ ଆମର କେଉଁ କାମରେ ଲାଗେ ଓ ଏହା ଆମ ପାଇଁ କେତେ ଉପଯୋଗୀ ଜାଣନ୍ତୁ ?

ହଳଦୀରେ ବହୁ ଉପକାରିତା ରହିଛି ଏହା ସମସ୍ତେ ଜାଣନ୍ତି । ଏହା ଚର୍ମ ରୋଗକୁ ଚୁଟ୍‌କିରେ ଭଲ କରିଥାଏ । ସୌନ୍ଦର୍ଯ୍ୟ ପାଇଁ ମଧ୍ୟ ଏହା ବେଶ ଉପଯୋଗୀ । ହଳଦୀରେ ରହିଛି ବହୁତ ଆୟୁର୍ବେଦ ଗୁଣ । କେବଳ ଖାଇବା ପାଇଁ ନୁହେଁ ଶରୀରରେ ଲଗାଇବା ପାଇଁ ମଧ୍ୟ ହଳଦୀ ବ୍ୟବହାର କରାଯାଇଥାଏ ।

ହଳଦୀର ଉପକାରିତା :-

  • ମୁହଁରେ ହଳଦୀ ଲେପ ଲଗାଇବା ଦ୍ୱାରା ମୁଖମଣ୍ଡଳ ଉଜ୍ୱଳ ଦିଶିଥାଏ । ଖାଲି ସେତିକି ନୁହେଁ, ଏହା ତ୍ୱଚାକୁ ଯୁବା ରଖିବାରେ ବି ସାହାଯ୍ୟ କରେ।
  • ନିୟମିତ ହଳଦୀ ଲଗାଇବା ଦ୍ଵାରା କଳା ଦାଗ ମଧ୍ୟ ଦୂର ହୋଇଥାଏ । ହଳଦୀରେ ମହୁ ମିଶ୍ରଣ କରି ଲେପ ଦେଳେ ମୁହଁ ଚକ୍କଣ ହୋଇଥାଏ ।
  • ଖିରରେ ହଳଦୀ ଗୁଣ୍ଡ କିଶାଇ ଖାଇବା ଦ୍ୱାରା ରକ୍ତ ପରିଷ୍କାର ହୋଇଥାଏ । ଖିର, ହଳଦୀ ପିଇଲେ ଥଣ୍ଡା କିମ୍ବା ପେଟଜନୀତ ସମସ୍ୟା ହୁଏ ନାହିଁ।
  • ଯଦି ଅନେକ ଦିନ ଧରି ଆପଣଙ୍କ ଆଖି ବିନ୍ଧୁଚି, ପୋଡୁଛି କିମ୍ବା ଡେଉଁଛି ତେବେ ଆପଣ ହଳଦୀ ଚିକିତ୍ସା ନିଅନ୍ତୁ । ଟିକିଏ ହଳଦୀରେ ଆବଶ୍ୟକ ପରିମାଣର ଖିର ମିଶ୍ରଣ କରି ଆଖି ତଳେ ଲେପ ଦିଅନ୍ତୁ। ଏହା ଦ୍ୱାରା ଆଖି ଥଣ୍ଡା ରହିଥାଏ। ଆଖି ତଳ କଳା ପଡ଼ିବା ସମସ୍ୟା ବି ହଳଦୀ ଲେପ ଦେବା ଦ୍ୱାରା କମ୍‌ ହୋଇଥାଏ।
  • ଯାଦୁ, କାଛୁ କିମ୍ବା କୁଣ୍ଡିଆ ଆଦି କୌଣସି ବି ପ୍ରକାର ଚର୍ମ ରୋଗ ପାଇଁ ହଳଦୀ ଖୁବ୍‌ ଭଲ। ନିୟମିତ ହଳଦୀ ଲଗାଇବା ଦ୍ୱାରା ଏହି ସବୁ ରୋଗକୁ ଦୂରେଇ ଦେଇ ହେବ ।

ପଢନ୍ତୁ ;

କେଶ ଝଡିବା ଓ ରୂପି ହେବା ସମସ୍ୟାକୁ ଦୂର କରିଥାଏ ଡାଳିମ୍ବ ଚୋପା! ଆସନ୍ତୁ ଜାଣିବା ଏହି ଚୋପାରେ ଥିବା ଔଷଧୀୟ ଗୁଣ ସମ୍ପର୍କରେ?

Related posts

ବିୟର ଫ୍ୟାକ୍ଟ୍ରି ପାଇଁ କଟା ହେଲା ୧୦୦୦ରୁ ଉର୍ଦ୍ଧ୍ୱ ମୂଲ୍ୟବାନ ଗଛ

ଆପଣଙ୍କ ଓଠ ଫାଟୁଛି କି ? ତେବେ ଜାଣିରଖନ୍ତୁ ଏହି ଘରୋଇ ଉପଚାର

ସକାଳୁ ଗରମ ଲେମ୍ବୁ ପାଣି ପିଇବା ଦ୍ଵାରା କଣ ଫାଇଦା ମିଳିଥାଏ? ଜାଣନ୍ତୁ