ଦୈନଦିନ ରୋଷେଇ ଘରେ ବ୍ୟବହୃତ ହଳଦୀର ଉପକାରୀ ଗୁଣ ବିଷୟରେ ଜାଣନ୍ତୁ

ହଳଦୀ ଏକ ବହୁତ ଉପକାରୀ ଜିନିଷ । ଦୈନଦିନ ଜୀବନରେ ରୋଷେଇ ଘରେ ବ୍ୟବହୃତ ଏହି ହଳଦୀ ଖାଲି ଖାଦ୍ୟକୁ ସ୍ଵାଦିଷ୍ଟ କରେନି ଏକ ଉପକାରୀ ଜିନିଷ ଭାବେ ମଧ୍ୟ ବ୍ୟବହାର କରିହୁଏ । ହଳଦୀର ଉପକାରୀ ଗୁଣ ମଧ୍ୟ ଅନେକ ।

ସୁନ୍ଦର ଦେଖାଯିବା ପାଇଁ ଆମେ ଅନେକ ଉପାୟ ଆପଣାଇ ଥାଉ ଏବଂ ଏଥିପାଇଁ ଅନେକ ବ୍ୟୁଟି ପ୍ରଡକ୍ଟ ବ୍ୟବହାର ମଧ୍ୟ କରିଥାଉ । କିନ୍ତୁ ଆପଣ ଜାଣନ୍ତି କି ଏପରି କିଛି ଦେଶୀ ଉପାୟ ଅଛି ଯାହା ଆପଣଙ୍କୁ ସୁନ୍ଦର କରିବା ସହ ଆପଣଙ୍କ ତ୍ୱଚାକୁ ଚମକ ପ୍ରଦାନ କରିଥାଏ । ସମସ୍ତେ ସୁନ୍ଦର ହେବାପାଇଁ ଚାହାନ୍ତି, କିନ୍ତୁ ବାହାର ସୁନ୍ଦରତା ସହ ଭିତର ସୁନ୍ଦରତା ମଧ୍ୟ ଜରୁରୀ । ସୁନ୍ଦରତା ପାଇଁ ହଳଦୀର ବ୍ୟବହାର ଓ ହଳଦୀର ଉପକାରୀ ଗୁଣ ବିଷୟରେ ଜାଣନ୍ତୁ –

– ହଳଦୀକୁ ବାଟି ପେଷ୍ଟ ତିଆରି କରି ଚେହେରାରେ ଲଗାନ୍ତୁ, ଏପରି କରିବା ଦ୍ୱାରା ମୁହଁରେ ଚମକ ଆସିଥାଏ ଓ କଳା ଦାଗ ଦୂର ହେଇଥାଏ।

– ହଳଦୀ ଓ ଚନ୍ଦନର ପେଷ୍ଟ ମୁହଁରେ ଲଗାଇଲେ ବ୍ରଣ ସମସ୍ୟା ମଧ୍ୟ ଦୂର ହେବା ସହ ଗୋରାପଣ ବଢିଥାଏ ।

– ଶରୀରରେ ହଳଦୀ ଓ ସୋରିଷ ତେଲର ପେଷ୍ଟ ମାଲିସ କରିବା ଦ୍ଵାରା ଶରୀରରୁ ହାତ ଓ ଗୋଡରେ ଥିବା ଅନାବଶ୍ୟକ ରୁମ ସଫା ହେଇଯାଏ ଓ ତ୍ଵଚା ପରିଷ୍କାର ଦିଶେ ।

– କେବଳ ସୁନ୍ଦରତା ତାହା ନୁହଁ ଆପଣ କଞ୍ଚା ହଳଦୀକୁ ବାଟି ସକାଳେ ଖାଲିପେଟରେ ସେବନ  କରନ୍ତୁ । ଏପରି କରିବା ଦ୍ୱାରା ପେଟ ଜନିତ ସମସ୍ୟାରୁ ରକ୍ଷା ମିଳେ ଓ କୃମି ମଧ୍ୟ ହୁଏନାହିଁ । ଏହା ଛୋଟ ପିଲାଙ୍କ କୃମିଦୋସ ଦୂର କରେ ।

– କେଶକୁ ସୁସ୍ଥ ଓ ସୁନ୍ଦର କରିବା ପାଇଁ କଞ୍ଚା ହଳଦୀ ସହ ତିନ୍ତୁଳି ମଣ୍ଡର ପେଷ୍ଟକୁ ମୁଣ୍ଡରେ ଲଗାନ୍ତୁ ଏବଂ ଅଧା ଘଂଟା ପରେ କେଶକୁ ଧୋଇ ଦିଅନ୍ତୁ । ନିୟମିତ ବ୍ୟଧାନରେ ଏପରି କରିବା ଦ୍ୱରା କେଶରେ ଚମକ ଆସିବା ସହ କେଶ ସିଲ୍କି ହୋଇଥାଏ  ଓ ରୂପୀ ସମସ୍ୟାରୁ ରକ୍ଷା ମିଳେ ।

– ଉଷୁମ କ୍ଷୀର ସହ ହଳଦୀକୁ ମିଶାଇ ପିଇଲେ ଶରୀର ପୀଡାରୁ ଉପସମ ମିଳେ ଓ ଥଣ୍ଡା ସମସ୍ୟାରୁ ମୁକ୍ତି ମିଳେ ।

ସପନର ପଥେ ପଥେ ଓଡିଆ ସିନେମାର ପ୍ରିମିୟର ଶୋ ଭିଡିଓ ଦେଖନ୍ତୁ

Related posts

ଗୋରା ରଙ୍ଗ ପାଇଁ ଇଚ୍ଛୁକ କି? ଆପଣାନ୍ତୁ ସହଜ ଉପାୟ

ଫିଡସ୍ ଭଳି ରୋଗକୁ ସମୂଳେ ନାଶ କରିବା ଭଳି ସାହସ ରଖେ ଏହି ଆୟୁର୍ବେଦିକ ବିଧି

ସିଝା ବାଦାମ୍ ଦିଏ ଅନେକ ରୋଗରୁ ମୁକ୍ତି, ଜାଣନ୍ତୁ ଏହାର ଉପକାରିତା ସମ୍ପର୍କରେ