ନିୟମିତ ବ୍ୟାୟାମ କରୁଛନ୍ତି କି ? ନିୟମିତ ବ୍ୟାୟାମର ବ୍ୟତିକ୍ରମରେ କଣ ସମସ୍ୟା ଦେଖାଦେଇଥାଏ ,ଜାଣନ୍ତୁ!

ନିୟମିତ ବ୍ୟାୟାମ ଏକ ଭଲ ଅଭ୍ୟାସ । ଏହାଦ୍ଵାରା ସଠିକ ଭାବେ ରକ୍ତ ସଂଚାଳନ ହେବା ଦ୍ଵାରା ଶରୀର ରୋଗ ମୁକ୍ତ ରହେ, ଠିକରେ ଭୋକ ହେବା ସଙ୍ଗେ ସଙ୍ଗେ ଶରୀର ଫୁରତି ରହେ । ଯଦି ଆପଣ ଏଥିରେ ଅଭ୍ୟସ୍ତ ତେବେ ଜାଣିରଖନ୍ତୁ କି ଯଦି ନିୟମିତ ବ୍ୟାୟାମରେ ବ୍ୟତିକ୍ରମ କରାଯାଏ ତେବେ ସ୍ୱାସ୍ଥ୍ୟ ଜନିତ ସମସ୍ୟା ଉପୁଜେ। କେବଳ ସେତିକି ନୁହେଁ ସ୍ମରଣଶକ୍ତି କ୍ଷୟ ହେବାର ମଧ୍ୟ ସମ୍ଭାବନା ରହିଛି। ଆସନ୍ତୁ ଜାଣିବା ନିୟମିତ ବ୍ୟାୟାମରେ ସାମାନ୍ୟ ଅବହେଳା ଆପଣଙ୍କୁ କେଉଁ ପ୍ରକାର ସମସ୍ୟାର ସମ୍ମୁଖୀନ କରାଇବ।

ନିୟମିତ ବ୍ୟାୟାମର ବ୍ୟତିକ୍ରମରେ ସମସ୍ୟା :

ଶରୀରର ଓଜନ ବଢ଼େ:

ଅନେକ ଲୋକ ନିୟମିତ ବ୍ୟାୟାମ କରି ସୁନ୍ଦର ସ୍ୱାସ୍ଥ୍ୟ ପାଇବା ପରେ ବ୍ୟାୟାମ କରିବାରେ ଅବହେଳା କରିଥାନ୍ତି କିମ୍ବା ଛାଡ଼ି ଦିଅନ୍ତି। ଏପରି କରିବା ଦ୍ୱାରା ଶରୀର ଆକାର ଓ ଓଜନରେ ପରିବର୍ତ୍ତନ ଦେଖାଯାଏ। ବିଶେଷ କରି ଅଣ୍ଟା ଓ ପେଟ ବଢ଼ିବା ଦେଖାଯାଏ।

ରକ୍ତଚାପ ବଢ଼ାଏ:

ନିୟିମିତ ବ୍ୟାୟାମ ହଠାତ ବନ୍ଦ କରନ୍ତୁ ନାହିଁ । ବ୍ୟାୟାମ ବନ୍ଦ କରିବା ଦ୍ୱାରା ଶରୀରର ରକ୍ତଚାପ ବଢ଼ିବାକୁ ଲାଗେ।

ରକ୍ତରେ ଶର୍କରାର ମାତ୍ରା ବଢ଼େ:

ନିୟମିତ ବ୍ୟାୟାମ ହାଠତ୍‌ ବନ୍ଦ କଲେ ରକ୍ତରେ ଶର୍କରାର ମାତ୍ରା କିଛିଦିନ ପୂର୍ବ ପରି ସ୍ଥିର ରୁହେ। କିନ୍ତୁ ପରେ ରକ୍ତରେ ଶର୍କରାର ମାତ୍ରା ବଢ଼ିବାକୁ ଲାଗେ । ଏହାପରେ ବି ଯଦି ବ୍ୟାୟାମ ନ କରନ୍ତି ତେବେ ଆପଣଙ୍କୁ ଡାଇବେଟିସ୍‌ ହେବାର ଅଧିକ ସମ୍ଭାବନା ରହିଛି।

ମାନସିକ ସ୍ତରକୁ ପ୍ରଭାବିତ କରେ:

ନିୟମିତ ବ୍ୟାୟାମ ଯେ କେବଳ ଶରୀରକୁ ସୁନ୍ଦର କରେ ତାହା ନୁହେଁ, ମସ୍ତିଷ୍କକୁ ମଧ୍ୟ ଖୁବ୍‌ ସୁସ୍ଥ ରଖେ। କିନ୍ତୁ ବ୍ୟାୟାମ ବନ୍ଦ କରିବାର କିଛିଦିନ ପରେ ମସ୍ତିଷ୍କ ଅଧିକ ପରିମାଣରେ ପ୍ରଭାବିତ ହୁଏ। ମସ୍ତିଷ୍କ କାର୍ଯ୍ୟକ୍ଷମ ହେବାରେ ବାଧା ସୃଷ୍ଟି ହୁଏ ଓ ମାନ୍ଦା ଅନୁଭବ ହୁଏ।

ବିଦ୍ୟା ବାଲାନ ଙ୍କ ଆଗାମୀ ସିନେମା ତୁମହାରି ସୁଲୁ ବିଷୟରେ ଜାଣନ୍ତୁ

Related posts

ବିୟର ଫ୍ୟାକ୍ଟ୍ରି ପାଇଁ କଟା ହେଲା ୧୦୦୦ରୁ ଉର୍ଦ୍ଧ୍ୱ ମୂଲ୍ୟବାନ ଗଛ

ଆପଣଙ୍କ ଓଠ ଫାଟୁଛି କି ? ତେବେ ଜାଣିରଖନ୍ତୁ ଏହି ଘରୋଇ ଉପଚାର

ସକାଳୁ ଗରମ ଲେମ୍ବୁ ପାଣି ପିଇବା ଦ୍ଵାରା କଣ ଫାଇଦା ମିଳିଥାଏ? ଜାଣନ୍ତୁ