ଅଗଷ୍ଟ ପହିଲାରୁ ଉତ୍ତର ଓଡିଶାରେ ପ୍ରବଳ ବର୍ଷା

ପାଣିପାଗର ବିଚିତ୍ର ରୂପ। ଓଡିଶାରୁ ଉତ୍ତରପ୍ରଦେଶ ଆଡକୁ ଯାଇଥିବା ଲଘୁଚାପ ୟୁ-ଟର୍ନ ନେଇ ଫେରିବ। ପୁଣି ଓଡିଶାରେ ବର୍ଷା କରାଇବ। ଅଗଷ୍ଟ ପହିଲାରୁ ୫ ତାରିଖ ଯାଏଁ ଉତ୍ତର ଓଡିଶାରେ ଅଧିକ ବର୍ଷା ହେବ। କେତେକ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ବାଲେଶ୍ୱର, ଭଦ୍ରକ, କେନ୍ଦୁଝର, ଯାଜପୁର, ସୁନ୍ଦରଗଡ଼ ଆଦି ଜିଲାରେ ବର୍ଷା ପରିମାଣ ବଢିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଆସନ୍ତା ୨ ଦିନ ଯାଏ ରାଜ୍ୟରେ ବର୍ଷାର କୌଣସି ସମ୍ଭାବନା ନାହିଁ। ଘୂର୍ଣ୍ଣିବଳୟ ଯୋଗୁ ରାଜ୍ୟର ଅଳ୍ପ କେତେକ ସ୍ଥାନରେ ମଧ୍ୟମଧରଣର ବର୍ଷା ହେଉଛି। ଆସନ୍ତା ୨୯ ତାରିଖ ଯାଏ ରାଜ୍ୟରେ ପ୍ରବଳ ବର୍ଷାର କୌଣସି ସମ୍ଭାବନା ନାହିଁ।

ଗତ ୨୪ ଘଣ୍ଟା ମଧ୍ୟରେ ବାଙ୍ଗିରିପୋଷି ଓ ନିଆଳିରେ ସର୍ବାଧିକ ୬୦ ମିମିରୁ ଅଧିକ ବର୍ଷା ହୋଇଛି। ଚନ୍ଦନପୁରରେ ୫୦ମିମି, ବିଷମ-କଟକରେ ୩୦ ମିମିରୁ ଅଧିକ ବର୍ଷା ହୋଇଛି। ବିଶେଷକରି ମୟୂରଭଞ୍ଜ, ବାଲେଶ୍ୱର, କୋରାପୁଟ ଓ ରାୟଗଡ଼ାର ଅଧିକାଂଶ ଅଞ୍ଚଳରେ ୧୦ରୁ ୨୦ ମିମି ଲେଖାଏଁ ବର୍ଷା ରେକର୍ଡ଼ କରାଯାଇଛି।

ପଢନ୍ତୁ; ଜାଣନ୍ତୁ, ହିନ୍ଦୁଶାସ୍ତ୍ର ଅନୁସାରେ କେଉଁ ବୃକ୍ଷକୁ ପୂଜାକଲେ କେଉଁ ବାଧାରୁ ମୁକ୍ତି ମିଳେ

Related posts

ଶିଳ୍ପପତି ମହିମା ମିଶ୍ରଙ୍କ ମିଳିଥିବା ଜାମିନକୁ ଖାରଜ କଲେ ସୁପ୍ରିମକୋର୍ଟ

ବିବାହରେ ବରକୁ ମିଳିଲା ପେଟ୍ରୋଲ ଉପହାର

ସୁଷ୍ଟିହେବ ଦେଶର ତୃତୀୟ ବୃହତ ବ୍ୟାଙ୍କ,କୌଣସି କର୍ମଚାରୀ ଛଟେଇ ହେବେନି: ଜେଟଲୀ