ଆଜି ଦିଲ୍ଲୀରେ ପ୍ରବଳ ବର୍ଷା ହୋଇଛି। ରାଜଧାନୀର ରାଜୀବ ଚୌକ, ନୋଏଡା, ଦିଲଶାଦ ଗାର୍ଡେନ୍, ଶାଲିମାର ଗାର୍ଡେନ୍, ମୟୂର ବିହାର, ଓ ନ୍ୟୁ ଅଶୋକ ନଗର ସମେତ ଅନେକ ଅଞ୍ଚଳରେ ବର୍ଷା ପାଣି ଜମି ରହିଛି।
ଦିଲ୍ଲୀରେ ଗତ ୨୪ ଘଣ୍ଟା ମଧ୍ୟରେ ୪୯.୬ ମିମି ବର୍ଷା ହୋଇଛି। ଗତ ତିନିବର୍ଷ ମଧ୍ୟରେ ଅଗଷ୍ଟ ମାସରେ ଦିଲ୍ଲୀରେ ଏହା ସର୍ବାଧିକ ବୃଷ୍ଟିପାତ ବୋଲି କୁହାଯାଉଛି। ବର୍ଷା ଯୋଗୁଁ ଦିଲ୍ଲୀ ସମେତ ଆଖପାଖ ଅଞ୍ଚଳର ତାପମାତ୍ରା ପାଖାପାଖି ୬ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇଛି।
ପ୍ରବଳ ବର୍ଷାରେ ବ୍ୟାପକ ଅଞ୍ଚଳ ଜଳମଗ୍ନ ହୋଇଥିବାରୁ ଟ୍ରାଫିକ୍ ସମସ୍ୟା ସୃଷ୍ଟି ହେବାର ଆଶଙ୍କା ରହିିଛି। ଏଥିପାଇଁ ଦିଲ୍ଲୀ ଟ୍ରାଫିକ୍ ପୁଲିସ ପକ୍ଷରୁ ଟ୍ୱିଟ୍ ଯୋଗେ ଆଗୁଆ ସତର୍କ ସୂଚନା ଜାରି କରାଯାଇଛି। ଗୁରୁଗାଓଁର ଅଧିକାଂଶ ସ୍କୁଲ୍କୁ ଛୁଟି ଘୋଷଣା କରାଯାଇଛି। କେନ୍ଦ୍ରୀୟ ଦିଲ୍ଲୀ, ଦିଲ୍ଲୀ ବିମାନବନ୍ଦର ଓ ଆର କେ ପୁରମ୍ରେ ଘଡ଼ଘଡ଼ି ସହିତ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ତେଣୁ ବିଜୁଳି ସରବରାହ ବିଚ୍ଛିନ୍ନ ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି।
ପଢନ୍ତୁ;ସହିଦ ଅର୍ଦ୍ଧସାମରିକ ବଳ ଯବାନଙ୍କ ପିଲାମାନଙ୍କୁ ସ୍କଲାରସିପ ବଣ୍ଟନ କଲେ ରାଜନାଥ ସିଂହ