କାଳବୈଶାଖୀ ତାଣ୍ଡବ: ବଜ୍ରପାତରେ ଜଳିଗଲା ୪ ପରିବାରର ୮ ବଖରା

କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବରକନ୍ଦା ପଞ୍ଚାୟତ ଗୋଜାବନ୍ଧ ଗ୍ରାମରେ ରବିବାର ରାତିରେ ବଜ୍ରପାତ ଯୋଗୁ ଅଗ୍ନିକାଣ୍ଡ ଘଟି ୪ ପରିବାରର ୮ ବଖରା ପୋଡ଼ିଯାଇଛି। ଗତକାଲି ବିଳମ୍ବିତ ରାତିରେ କାଳବୈଶାଖୀ ପ୍ରଭାବରେ ଏହି ଅଗ୍ନିକାଣ୍ଡ ଘଟିଛି।

ସୂଚନାନୁଯାୟୀ, ପ୍ରଥମେ କାଳନ୍ଦୀ ନାୟକଙ୍କ ଘରେ ବଜ୍ରପାତ ଯୋଗୁ ନିଆଁ ଲାଗିଯାଇଥିଲା। ନିଆଁର ପ୍ରକୋପ ଅଧିକ ଥିବାରୁ ଏହା ଅନ୍ୟ ୩ ପରିବାରକୁ ବ୍ୟାପୀ ଯାଇଥିଲା। ଫଳରେ ଅକ୍ଷୟ ନାୟକ, ରମାକାନ୍ତ ନାୟକ ଓ ବାବୁଲି ନାୟକଙ୍କ ଘର ଜଳିଯାଇଥିଲା।

ଏଥିରେ କ୍ଷତିଗ୍ରସ୍ତଙ୍କ ସର୍ବସ୍ବ ପୋଡ଼ିଯାଇଥିବା ଜଣାପଡ଼ିଛି। ଖବର ପାଇ ମହାକାଳପଡ଼ା ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ଅଗ୍ନିବିପନ୍ନଙ୍କୁ ଯଥାଶୀଘ୍ର ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀଙ୍କ ପକ୍ଷରୁ ଦାବି ହୋଇଛି। ଖବର ଅନୁଯାୟୀ ଏହି ଅଗ୍ନିକାଣ୍ଡରେ ଜଣେ ଆହତ ହୋଇଥିବାର ଜଣାପଡିଛି।

ପଢନ୍ତୁ; ନୂତନ ଗୃହରେ ପ୍ରବେଶ କରିବା ପୂର୍ବରୁ ଧ୍ୟାନରେ ରଖନ୍ତୁ ଏହି ସବୁ କଥା, ନଚେତ ହୋଇପାରେ ଅନେକ ସମସ୍ୟା!

Related posts

ପୋଲିସ ଅପରେସନ ପାଇଁ ଆଇଇଡି ଖଞ୍ଜିଥିଲେ ମାଓବାଦୀ,ଡ୍ରୋନ୍‌ ବଞ୍ଚାଇଲା ଜୀବନ

ଏଣିକି ଛେଳି ଲିଭାଇବେ ନିଆଁ, ଗଠନ କରାଗଲା ଛେଳି ସେନା

ମାଙ୍କଡଙ୍କ ଦରଦୀ ବନ୍ଧୁ କୃପାସିନ୍ଧୁ, ଆନ୍ତରିକତାରେ ବନ୍ଧା ପଡ଼ିଛନ୍ତି ୧୦୦ ବଣୁଆ ମାଙ୍କଡ଼