ଚର୍ମରୋଗ ଦୂର କରିଥାଏ “ହଳଦୀ”! ଜାଣନ୍ତୁ ଏହାର ଔଷଧୀୟ ଗୁଣ ସମ୍ପର୍କରେ

ଖାଦ୍ୟର ରଙ୍ଗ ଓ ସ୍ଵାଦ ବଢାଇବା ପାଇଁ ହଳଦୀ ବ୍ୟବହାର କରାଯାଇଥାଏ। ହେଲେ ଏହି ହଳଦୀ ସ୍ୱାସ୍ଥ୍ୟ ପାଇଁ ବେଶ୍‌ ଲାଭଦାୟକ। ପୂର୍ବରୁ ଚର୍ମକୁ ସୁସ୍ଥ ରଖିବା ପାଇଁ ହଳଦୀର ବହୁଳ ବ୍ୟବହାର କରାଯାଉଥିଲା। ହଳଦୀରେ ରହିଥିବା ଔଷଧୀୟ ଗୁଣ ସମ୍ପର୍କରେ ଆୟୁର୍ବେଦରେ ମଧ୍ୟ ବର୍ଣ୍ଣନା କରାଯାଇଛି।

ଆସନ୍ତୁ ଜାଣିବା ଏହାର ଔଷଧୀୟ ଗୁଣ ସମ୍ପର୍କରେ-

  • ସାଧାରଣତଃ ବିଛା କାମୁଡିଲେ ଅନେକ ଲୋକ ଡରି ଯାଇଥାନ୍ତି। ଏପରିକି ବିଛା ଦଂଶନ କରିବା ଦ୍ୱାରା ପ୍ରବଳ ମାତ୍ରାରେ କଷ୍ଟ ଅନୂଭୁତ ହୋଇଥାଏ। ତେବେ ଏଭଳି ସମୟରେ ଆଦୌ ଚିନ୍ତିତ ନ ହୋଇ କ୍ଷତ ସ୍ଥାନରେ ହଳଦୀ ଓ ଚୂନର ପେଷ୍ଟ ଲଗାଇ ଦିଅନ୍ତୁ। ଏହାଦ୍ୱାରା ଯନ୍ତ୍ରଣାରୁ କିଛି ମାତ୍ରାରେ ଉପଶମ ମିଳିଥାଏ।
  • ହଳଦୀ ଗୁଣ୍ଡ ସହିତ ଗୋମୂତ୍ର ମିଶାଇ ସେବନ କଲେ ସୋଥ, ବ୍ରଣ, ମଚଳା, କୁଣ୍ଡିଆ ଆଦି ରୋଗରୁ ମୁକ୍ତି ମିଳିଥାଏ।

  • ଦେହରେ ରମ୍ପା କିମ୍ୱା କୁଣ୍ଡିଆ ହୋଇଥିଲେ ତେନ୍ତୁଲି ପତ୍ର ଏବଂ ହଳଦୀକୁ ବାଟି ଏକ ସପ୍ତାହ ଦେହରେ ଲଗାଇଲେ ରମ୍ପା, କୁଣ୍ଡିଆ ଭଲ ହୋଇଥାଏ।
  • ଆଣ୍ଠୁଗଣ୍ଠି ବାତ, ଅଣ୍ଟା ବିନ୍ଧା ପାଇଁ ହଳଦୀ ବଟା ସହିତ ମହୁ ମିଶାଇ ଖାଇଲେ ରୋଗ ଭଲ ହୋଇଥାଏ।

  • ଗଳାଦରଜ ହୋଇଥିଲେ ରାତିରେ ଶୋଇବା ପୁର୍ବରୁ କିଛି କଞ୍ଚା ହଳଦୀ ଖଣ୍ଡ ଚୋବାଇ ଶୋଇ ପଡନ୍ତୁ। ସକାଳୁ ଆରାମ ଲାଗିବ।
  • ଏକ ଗ୍ଲାସ ଗରମ କ୍ଷୀର ସହ ଚାମଚେ ହଳଦୀ ମିଶାଇ ପିଇଲେ ଗଳା ଦରଜରୁ ଆରାମ ମିଳିଥାଏ।

 

ପଢନ୍ତୁ; ନିୟମିତ ପିଅନ୍ତୁ ଲାଉ ରସ,ଦୂର ହେବ ଅନେକ ସମସ୍ୟା

Related posts

ଉଚ୍ଚ ରକ୍ତଚାପର ଲକ୍ଷଣ ଓ ଘରୋଇ ଉପଚାର ବିଷୟରେ ନଜର ପକାନ୍ତୁ

ଚର୍ମ ଜନିତ ସମସ୍ୟାରୁ ମୁକ୍ତି ପାଇବା ପାଇଁ କିଛି ଘରୋଇ ଉପଚାର ବିଷୟରେ ଜାଣନ୍ତୁ

୧୦ ମିନିଟ କଠିନ ବ୍ୟାୟାମ ରେ ଶରୀରକୁ କି ଉପକାର ମିଳେ ନଜର ପକାନ୍ତୁ