‘ରାଇଜିଙ୍ଗ ଷ୍ଟାର-୨’ ସୋ’ର ବିଜେତା ହେଲେ ହେମନ୍ତ ବ୍ରିଜବାସୀ

ହେମନ୍ତ ବିଜୟୀ ହୋଇଥିବା ବେଳେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ପଞ୍ଜାବର ରୋହନପ୍ରୀତ

ଦେଶର ପ୍ରଥମ ଲାଇଭ ସୋ’ ଭାବେ ପରିଚିତ ରାଇଜିଙ୍ଗ ଷ୍ଟାରର ଦ୍ୱିତୀୟ ସଂସ୍କରଣର ବିଜେତା ଘୋଷଣା କରାଯାଇଛି । ସଂଗୀତଭିତ୍ତିକ ଏହି ରିଆଲି ସୋ’ରେ ବିଜେତା ସାଜିଛନ୍ତି ମଥୁରାର ହେମନ୍ତ ବ୍ରିଜବାସୀ । ଏହା ପୂର୍ବରୁ ମଧ୍ୟ ହେମନ୍ତ ପ୍ରାୟ ୯ ବର୍ଷ ପୂର୍ବେ ଜିଟିଭି ସୋ’ ସାରେଗାମାପା ଲିଟିଲ ଚାମ୍ପସ୍‌ର ବିଜେତା ହୋଇ ସାରିଛନ୍ତି ।

ଗତ ରବିବାର ଦିନ ରିଆଲିଟି ସୋ’ର ଫାଇନାଲରେ ସୋଚ କି ଦିଓ୍ଵାର ଉଠାଇ ବିଜେତା ହୋଇଛନ୍ତି ହେମନ୍ତ । ତାଙ୍କୁ ୨୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ମିଳିଛି । ହେମନ୍ତ ବିଜୟୀ ହୋଇଥିବା ବେଳେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ପଞ୍ଜାବର ରୋହନପ୍ରୀତ ଏବଂ ତୃତୀୟ ସ୍ଥାନରେ ରହିଛନ୍ତି କେରଳର ବଷ୍ଣୁମୟ ରମେଶ ।

ହେମନ୍ତ ପ୍ରଥମ ଥର ପାଇଁ କୌଣସି ରିଆଲିଟି ସୋ’ରେ ଭାଗ ନେଉ ନାହାନ୍ତି ।  ସେ ଏହା ପୂର୍ବରୁ ଇଣ୍ଡିଆର ଗଟ ଟ୍ୟାଲେଣ୍ଟ ଏବଂ ଜୋ ଜିତା ଓ୍ଵହି ସିକନ୍ଦର ଆଦି ରିଆଲିଟି ସୋ’ରେ ପ୍ରତିଯୋଗୀ ରହିସାରିଛନ୍ତି ।

ପଢନ୍ତୁ ;

ହ୍ୱାଟ୍‌ସଆପ୍‌ ଆଣିଲା ୟୁଜର୍ସଙ୍କ ପାଇଁ ନୂଆ ଫିଚର

Related posts

ସପ୍‌ନା ଚୌଧୁରୀଙ୍କ କାର୍ଯ୍ୟକ୍ରମରେ ଦଳାଚକଟା, ଜଣେ ମୃତ

ବିବାହ ପରେ ଦୀପ-ବୀରଙ୍କ ପ୍ରଥମ ଝଲକ, ସୋସିଆଲ ମିଡିଆରେ ହେଲା ଭାଇରାଲ

ରାକ୍ଷୀଙ୍କୁ କାନ୍ଧରେ ଉଠାଇ ତଳେ କଚାଡିଲେ ରେସଲର ରୋବେଲ୍,ଜାଣନ୍ତୁ ତାପରେ କଣ ହେଲା?