ଆଙ୍ଗୁଳିର କଳାପଣ ଦୂରକରିବାକୁ ଚହୁଁଛନ୍ତି କି ? ତେବେ ଆପଣାନ୍ତୁ ଏହି ସରଳ ଉପାୟ

ଆଙ୍ଗୁଳିର କଳାପଣ ନିଜକୁ ଖରାପ ଲାଗିବା ସହ ଏହା ଦେଖିବା ପାଇଁ ମଧ୍ୟ ଅସୁନ୍ଦର ଲାଗିଥାଏ। ଏହା ସେହି ଲୋକଙ୍କୁ ବେଶୀ ଖରାପ ଦେଖାଯାଏ, ଯାହାର ଶରୀରର ରଙ୍ଗ ଗୋରା । ଏହା ଏମିତି ଏକ ସମସ୍ୟା ଯାହାର କାରଣ ପିଗମେଣ୍ଟେସେନ କିମ୍ବା ସୂର୍ଯ୍ୟର କିରଣରେ ଅଧିକ ସମୟ ବିତାଇବା ମଧ୍ୟ ହୋଇପାରେ ।

ଆଜି ଆମେ ଆପଣଙ୍କୁ ଏମିତ ଉପାୟ ବତାଇବୁୁ ଯାହା ଦ୍ୱାରା ଆପଣ ଖୁବ ସହଜରେ ଏହି ସମସ୍ୟାରୁ ମୁକ୍ତି ପାଇପାରିବେ –

  • ମଲାଇ ଓ ହଳଦୀ – ୧ ଚାମଚ ମଲାଇରେ ଅଧା ଚାମଚ ହଳଦୀ ପାଉଡର ମିଶାଇ ସେଥିରେ ୨-୩ ବୁନ୍ଦା ବାଦାମ ତେଲ ପକାନ୍ତୁ । ଏହି ମିଶ୍ରଣକୁ ହାତରେ ଓ ଅଙ୍ଗୁଳିରେ ୨୦ ମିନିଟ ପର୍ଯ୍ୟନ୍ତ ଲଗାଇ ମାଲିସ କରନ୍ତୁ ଓ ପରେ ଧୋଇ ଦିଅନ୍ତୁ ।
  • ଲେମ୍ବୁ ଓ ଚିନି – ଅଙ୍ଗୁଳିରୁ କଳାପଣ ଦୂର କରିବା ପାଇଁ ପ୍ରଥମେ ହାଲୁକା ଜିନିଷର ବ୍ୟବହାର କରନ୍ତୁ । ଏଥିପାଇଁ ଆପଣଙ୍କୁ ୧ ଚାମଚ ଲେମ୍ବୁ ରସ ଓ ଗୋଟିଏ ଚାମଚ ଚିନି ନେଇ ମିଶାନ୍ତୁ । ଏହି ମିଶ୍ରଶକୁ ଅଙ୍ଗୁଳିରେ ରଗଡନ୍ତୁ । ହାତ ଓ ଅଙ୍ଗୁଳିରେ ମାଲିସ କରିବା ପରେ ୧୫ ମିନିଟ ପର୍ଯ୍ୟନ୍ତ ଏହାକୁ ହାତରେ ରଖନ୍ତୁ ଓ ତା’ପରେ ଧୁଅନ୍ତୁ ।
  • ତେଲରେ କରନ୍ତୁ ଅଙ୍ଗୁଳିକୁ ମଏଶ୍ଚରାଇଜ – ଅଧା ଚାମଚ  ଜଡା ତେଲ , ଅଧା ଚାମଚ ବାଦାମ ତେଲ, ୨ରୁ ୩ ବୁନ୍ଦା ଲେମ୍ବୁ ରସ ମିଶାଇ କଳା ପଡିଥିବା ସ୍ଥାନରେ ଲଗାନ୍ତୁ । ନିୟମିତ ଏହି ମିଶ୍ରଣକୁ ବ୍ୟବହାର କରିବା ଦ୍ୱାରା ଆପଣଙ୍କ ସମସ୍ୟା ଧୀରେ ଧୀରେ ଦୂର ହେବା।

ପଢନ୍ତୁ ;

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ :୨ଜଣ ସାବାଳକଙ୍କ ବିବାହ ନିଷ୍ପତ୍ତିିରେ କେହି ପ୍ରତିବନ୍ଧକ ସୃଷ୍ଟି କରିପାରିବେ ନାହିଁ

Related posts

ବିୟର ଫ୍ୟାକ୍ଟ୍ରି ପାଇଁ କଟା ହେଲା ୧୦୦୦ରୁ ଉର୍ଦ୍ଧ୍ୱ ମୂଲ୍ୟବାନ ଗଛ

ଆପଣଙ୍କ ଓଠ ଫାଟୁଛି କି ? ତେବେ ଜାଣିରଖନ୍ତୁ ଏହି ଘରୋଇ ଉପଚାର

ସକାଳୁ ଗରମ ଲେମ୍ବୁ ପାଣି ପିଇବା ଦ୍ଵାରା କଣ ଫାଇଦା ମିଳିଥାଏ? ଜାଣନ୍ତୁ