ଘରୋଇ ଉପାୟରେ ତ୍ୱଚାକୁ ଆକର୍ଷଣୀୟ କରିବା ପାଇଁ ଆପଣନ୍ତୁ ଏହି ସବୁ ଉପାୟ !

ସୁନ୍ଦର ଦେଖାଯିବା ପାଇଁ ସମସ୍ତେ ପସନ୍ଦ କରିଥାଆନ୍ତି । ଆଉ ଏଥିପାଇଁ ବିୟୁଟିପାର୍ଲର ଯିବାଠୁ ଆରମ୍ଭ କରି ବିଭିନ୍ନ ପ୍ରସାଧନ ସାମଗ୍ରୀ ବି ବ୍ୟବହାର କରିଥାନ୍ତି । ହେଲେ ଆପଣ ଚାହିଁଲେ କେତୋଟି ଘରୋଇ ଉପାୟରେ ନିଜ ସୌନ୍ଦର୍ଯ୍ୟ ବୃଦ୍ଧି କରିପାରିବେ । ଘରୋଇ ଉପାୟରେ ତ୍ୱଚାକୁ ଆକର୍ଷଣୀୟ କରି ପାରିବେ ।

ଆକର୍ଷଣୀୟ ତ୍ୱଚା ପାଇଁ ଘରୋଇ ଉପଚାର :-

  • ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ ଦୁଇ ତିନି ବୁନ୍ଦା ଅଲିଭ୍‌ ଅଏଲ୍‌ ନେଇ ମୁହଁରେ ମସାଜ କରନ୍ତୁ । ମୁହଁରେ ଗୋଲାକାରରେ ତଳୁ ଉପରକୁ ୨-୩ ମିନିଟ୍‌ ମସାଜ କରିବା ପରେ ଏକ ଟାଓ୍ବାଲ୍‌କୁ ଉଷୁମ ପାଣିରେ ବୁଡାଇ ଚିପୁଡି ମୁହଁରେ ୩୦-୪୦ ସେକେଣ୍ଡ ପର୍ଯ୍ୟନ୍ତ ଷ୍ଟିମ୍‌ ଦିଅନ୍ତୁ । ଏହାଦ୍ୱାରା ତ୍ୱଚାରେ ରକ୍ତ ସଞ୍ଚାଳନ ଭଲ ଭାବେ ହୋଇଥାଏ । ଏହା ତ୍ୱଚାକୁ ମଶ୍ଚରାଇଜ୍‌ ରଖିବା ସହ ଉଜ୍ଜ୍ୱଳ ବି କରିଥାଏ ।
  • ଦୁଇ ଚାମଚ ଘିକୁଆଁରି, ଅଳ୍ପ ହଳଦୀଗୁଣ୍ଡ, ଏକ ଚାମଚ ଲେଖାଏଁ ମହୁ ଏବଂ କ୍ଷୀରକୁ ଭଳ ଭାବେ ମିଶା ଦିଅନ୍ତୁ । ଏହି ମିଶ୍ରଣକୁ ମୁହଁ ଏବଂ ବେକରେ ଭଲ ଭାବେ ଲଗାନ୍ତୁ । ୨୦ ମିନିଟ୍‌ ରଖିବା ପରେ ନଖଉଷୁମ ପାଣିରେ ଧୋଇ ଦିଅନ୍ତୁ। ସପ୍ତାହରେ ଦୁଇଥର ଏପରି କରିବା ଦ୍ୱାରା ତ୍ୱଚାର ପ୍ରାକୃତିକ ଉଜ୍ଜ୍ୱଳତା ଆସିଥାଏ ।
  • ପାଚିଲା ଅମୃତଭଣ୍ଡା ବଟା, ଚନ୍ଦନ ପାଉଡର କିମ୍ବା ମୁଲତାନି ମାଟି, ମହୁକୁ ମିଶାଇ ପ୍ୟାକ୍‌ ପ୍ରସ୍ତୁତ କରନ୍ତୁ । ଏହାକୁ ମୁହଁ ଏବଂ ବେକରେ ଲଗାଇ ୨୦ ମିନିଟ୍‌ ରଖିବା ପରେ ଥଣ୍ଡା ପାଣିରେ ମୁହଁ ଧୋଇଦିଅନ୍ତୁ । ତ୍ୱଚାରେ ତେଲିଆ ଏବଂ ବ୍ରଣ ଆଦି ସମସ୍ୟା ଦୂର ହୋଇଯିବ ।
  • କ କପ୍‌ ମସୁର ଡାଲି, ଅଧା କପ୍‌ ଓଟ୍‌ମିଲ୍‌, ୧/୪ କପ୍‌ ଚାଉଳ, ୮-୯ଟି ଆଲମଣ୍ଡକୁ ଏକାଠି ଗ୍ରାଇଣ୍ଡ କରି ଦିଅନ୍ତୁ। ଏହି ମିଶ୍ରଣରେ ଅଳ୍ପ ହଳଦୀଗୁଣ୍ଡ ଏବଂ ଆବଶ୍ୟକ ଅନୁଯାୟୀ ଗୋଲାପଜଳ ମିଶାଇ ପ୍ୟାକ୍‌ ପ୍ରସ୍ତୁତ କରନ୍ତୁ। ଏହାକୁ ମୁହଁ ଏବଂ ବେକରେ ଲଗାନ୍ତୁ ।

ପଢନ୍ତୁ ;

ଆଣ୍ଠୁଗଣ୍ଠି ବାତ ରୋଗରେ କଷ୍ଟ ପାଉଛନ୍ତି କି? ଆସନ୍ତୁ ଜାଣିବା ଏହିରୋଗ ପାଇଁ କିଛି ଘରୋଇ ଉପଚାର

Related posts

ଚର୍ମ ଜନିତ ସମସ୍ୟାରୁ ମୁକ୍ତି ପାଇବା ପାଇଁ କିଛି ଘରୋଇ ଉପଚାର ବିଷୟରେ ଜାଣନ୍ତୁ

୧୦ ମିନିଟ କଠିନ ବ୍ୟାୟାମ ରେ ଶରୀରକୁ କି ଉପକାର ମିଳେ ନଜର ପକାନ୍ତୁ

ଧୂମ୍ରପାନ ଭଳି ମାରାତ୍ମକ କୁଅଭ୍ୟାସରୁ ଦୂରେଇ ରହିବାକୁ କିଛି ଉପାୟ ଜାଣନ୍ତୁ