ଦାନ୍ତ ଜନିତ ସମସ୍ୟା ପାଇଁ ଚିନ୍ତିତ କି ? ଏଥିରୁ ମୁକ୍ତି ପାଇବା ପାଇଁ ଆପଣାନ୍ତୁ କିଛି ଘରୋଇ ଉପାୟ

ମୁହଁ ର ସୌନ୍ଦର୍ଜ୍ୟ ପାଇଁ ଯେତିକି ସଚେତନ ହେବା ଦରକାର ଦାନ୍ତ ପାଇଁ ମଧ୍ୟ ସେତିକି ଯତ୍ନବାନ ହେବା ଦରକାର ।  ଦାନ୍ତର ଯଦି ଉପଯୁକ୍ତ ଯତ୍ନ ନନେବା ତେବେ ଭବିଷ୍ୟତରେ ଦାନ୍ତ ଜନିତ ବିଭିନ୍ନ ସମସ୍ୟାରେ ଆକ୍ରାନ୍ତ ହେବାରେ ଆଶଙ୍କା ରହିଛି । ସାଧାରଣତଃ ଦାନ୍ତ ସନ୍ଧିରେ ଆମେ ଖାଉଥିବା ଖାଦ୍ୟ ପଦାର୍ଥର ଅବଶିଷ୍ଟାଂଶ ରହିବା ଦ୍ୱାରା ଦାନ୍ତରେ ବିଭିନ୍ନ ସମସ୍ୟା ହୋଇ ଯନ୍ତ୍ରଣା ହୋଇଥାଏ । ଦାନ୍ତ ଜନିତ ସମସ୍ୟା ରୁ ମୁକ୍ତି ପାଇବା ପାଇଁ ଆପଣାନ୍ତୁ କିଛି ଘରୋଇ ଉପାୟ ।

• ଯଦି ଆପଣଙ୍କ ଦାନ୍ତ ବିନ୍ଧୁଛି ତେବେ ଲବଙ୍ଗତେଲ ବ୍ୟବହାର କରିପାରିବେ । ଲବଙ୍ଗ ତେଲକୁ ଦାନ୍ତ ମୂଳରେ ତୁଳାଦ୍ଵାରା ଚାପିକି ରଖନ୍ତୁ ଦେଖିବେ ଆରମ ଲାଗିବ ।

•  ଲୁଣ ମିଶ୍ରିତ ଉଷୁମ ପାଣିରେ ଗର୍ଗଲିଂ କଲେ ଦାନ୍ତ ଯନ୍ତ୍ରଣା ଲାଘବ ହୋଇଥାଏ । ଏଥିସହ ମଧ୍ୟ ଦିନକୁ ଦୁଇ ଥର ଲେଖାଏଁ ଦାନ୍ତ ଘଷିବା ଆବଶ୍ୟକ ।

•  ଆପଣ ଦାନ୍ତ ମୂଳରେ ଘିକୁଆଁରୀ ରସ ପ୍ରୟୋଗ କରନ୍ତୁ । ଏଥିରେ ଥିବା ଔଷଧିୟ ଗୁଣ ଦାନ୍ତ ଜନିତ ବିଭିନ୍ନ ସମସ୍ୟାରୁ ଉପଶମ ଦେଇଥାଏ ।

•  ଉଷୁମ ଘିଅକୁ ତୁଳାଦ୍ଵାରା ନେଇ ଦାନ୍ତ ମୂଳରେ ଚାପିକି ରଖନ୍ତୁ । ବହୁତ ଜଲଦି ଦାନ୍ତ ବିନ୍ଧାରୁ ଉପସମ ମିଳିବ ।

• ନଖ ଉଷୁମ ପଟାସ ପାଣିରେ କୁଳି କଲେ ମଧ୍ୟ ଦାନ୍ତ ଯନ୍ତ୍ରଣାରୁ ଉପସମ ମିଳିବ ।

• କିଛି ବଡ ଲୁଣ କୁ ଉଷୁମ କରି ତାକୁ ଏକ ମୋଟା କପଡାରେ ବାନ୍ଧି ସେକ ଦେଲେ ଦାନ୍ତ ବିନ୍ଧାରୁ କିଛି ମାତ୍ରାରେ ଆରାମ ମିଳେ ।

କଳାକାର ନିତୀଶ ଭରଦ୍ଵାଯଙ୍କ ବିଷୟରେ ଜାଣନ୍ତୁ

Related posts

ଅଣ୍ଟା ବ୍ୟଥାର ମୁଖ୍ୟ କାରଣ, ଲକ୍ଷଣ ଓ ପ୍ରତିକାର ବିଷୟରେ ସଂକ୍ଷିପ୍ତ ବିବରଣୀ

କାନରେ ବି ହେଇପାରେ କ୍ୟାନସର, ଜାଣିରଖନ୍ତୁ ଏହାର କିଛି ଲକ୍ଷଣ

ଉଚ୍ଚ ରକ୍ତଚାପର ଲକ୍ଷଣ ଓ ଘରୋଇ ଉପଚାର ବିଷୟରେ ନଜର ପକାନ୍ତୁ