ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ:ସମଲିଙ୍ଗୀ ଯୌନ ସମ୍ପର୍କ ଅପରାଧ ନୁହେଁ

ସମଲିଙ୍ଗୀ ସମ୍ପର୍କକୁ ଅପରାଧ ଭାବେ ଗ୍ରହଣ କରୁଥିବା ଆଇପିସି ଧାରା ୩୭୭ ଉପରେ ଆଜି ସୁପ୍ରିମ କୋର୍ଟ ଏକ ଐତିହାସିକ ରାୟ ଶୁଣାଇଛନ୍ତି। ସୁପ୍ରିମ କୋର୍ଟ ଏହାକୁ ଅପରାଧ ଶ୍ରେଣୀରୁ ବାହାର କରି ଦେଇଛନ୍ତି । ପ୍ରଧାନ ନ୍ୟାୟାଧୀଶ ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ୫ଜଣିଆ ଖଣ୍ଡପୀଠ ଏହାର ଘୋଷଣା କରାଯାଇଛି । ନିଷ୍ପତି ଶୁଣାଇଲା ସମୟରେ ଦୀପକ ମିଶ୍ର କହିଛନ୍ତି କି, କେହିବି ନିଜ ବ୍ୟକ୍ତିତ୍ୱଠାରୁ ବଂଚିତ ହୋଇ ପାରିବେ ନାହିଁ । ସମାଜରେ ସମସ୍ତଙ୍କୁ ବଂଚିବାର ଅଧୀକାର ରହିଛି ଏବଂ ସମାଜ ସମସ୍ତଙ୍କ ପାଇଁ ଉପଯୁକ୍ତ।

ଏହାପୂର୍ବରୁ ଏହି ମାମଲାର ଶୁଣାଣୀ କରି କୋର୍ଟ ଏହାକୁ ଅପରାଧ କହିଥିଲେ । ତେଣୁ ଚାଲେଞ୍ଜ କରି ଏକ ପିଟିସନ ଫାଇଲ ହୋଇଥିଲା । ସହମତି ଭିତ୍ତିରେ ଦୁଇଜଣ ପ୍ରାପ୍ତ ବୟସ୍କଙ୍କ ମଧ୍ୟରେ ହେଉଥିବା ଶାରୀରିକ ସମ୍ପର୍କକୁ ଅପରାଧ ଶ୍ରେଣୀରେ ସାମିଲ କରିବା ପାଇଁ ଦେଇଥିବା ନିର୍ଦ୍ଦେଶକୁ ଚାଲେଞ୍ଜ କରି ଏକ ଜନସ୍ୱାର୍ଥ ମାମଲା ରୁଜୁ ହୋଇଥିଲା । ଏହାର ଶୁଣାଣୀ କରିବା ପାଇଁ ଗଠିତ ହୋଇଥିବା ୫ଜଣିଆ ଖଣ୍ଡପୀଠ ଏହା ଅପରାଧ ନୁହେଁ ବୋଲି କହିଛନ୍ତି।

ଏହି ଐତିହାସିକ ରାୟ ସମଲିଙ୍ଗୀମାନଙ୍କ ପାଇଁ ଏକ ବଡ଼ ଖୁସି ଖବର ବୋଲି କୁହାଯାଉଛି। ସୁପ୍ରିମକୋର୍ଟଙ୍କ ଏହି ଗୁରୁତ୍ୱପୂର୍ଣ୍ଣ ରାୟ ପରେ ସବୁ ବର୍ଗରୁ ସ୍ୱାଗତ କରାଯାଇଛି।

ପଢନ୍ତୁ;ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେଲା କେନ୍ଦ୍ରୀୟ ହିନ୍ଦୀ କମିଟିର ୩୧ତମ ବୈଠକ

Related posts

ତାଳଚେରରେ ସାରକାରଖାନାର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

ବିଶିଷ୍ଟ ଚଳଚ୍ଚିତ୍ର ପ୍ରଯୋଜକ ସୁବାସ ରାଉତଙ୍କର ପରଲୋକ

ମାଲକାନଗିରିରେ ବନ୍ୟା ପରିସ୍ଥିତି,୮ଟି ସ୍ଥାନରେ ମାଗଣା ରନ୍ଧାଖାଦ୍ୟ