ଆଖିରେ କାଜଲ ସଠିକ ଉପାୟରେ କେମିତି ଲଗେଇବେ ଜାଣନ୍ତୁ

ଆମେ ବାହାରକୁ ଗଲେ ସବୁ ସମୟରେ ମେକଅପ ନେଇ ଥାଉ । କୌଣସି ବାହାଘର ଅଟେନ କି କୌଣସି ପାର୍ଟି ଅଟେନ କଲେ ଆମେ ମେକଅପ ନେଇ ଥାଉ । କିନ୍ତୁ ଆଖିରେ କାଜଲ ଲଗାଇବା ସମୟରେ ଟିକେ ଅସାବଧାନ ହେଲେ ମେକଅପ ଖରାପ ହୋଇ ଯାଏ । ତେବେ ଆସନ୍ତୁ ଜାଣିବା ଠିକ ଭାବରେ କେମିତି ଆଖିରେ କଜୋଲକୁ ଲଗେଇବେ ।

ଆଖିରେ କଜୋଲ କେମିତି ଲଗେଇବେ ଜାଣନ୍ତୁ

କାଜଲ କେବଳ ଆଖିର ତଳ ଭାଗରେ ନ ଲଗାଇ ଆକି ପତା ଉପରେ ମଧ୍ୟ ଲଗାଇପାରିବେ । ତେବେ କାଜଲ ମୋଟା ପରିମାଣରେ ଲଗାଇଲେ ଆଖି ଅନେକ ସମୟରେ ଛୋଟ ଦେଖାଯାଏ ।

ଆଖିକୁ ସାମାନ୍ୟ ବଡ଼ ଆକାରର ରୂପ ଦେବାକୁ ଚାହୁଁଥିଲେ ବଜାରରେ ମିଳୁଥିବା ଧଳା ରଙ୍ଗର କାଜଲକୁ ବ୍ୟବହାର କରିପାରିବେ ।

ଆବଶ୍ୟକ ପରିମାଣରେ କାଜଲ ଲଗାନ୍ତୁ, ନଚେତ୍ ଅଧିକ ପରିମାଣରେ ଲଗାଇଲେ ଏହା ଆଖି ଚାରିପାଖରେ ଲାଗିଥାଏ । ସମୟ କ୍ରମେ ଏହି କାରଣରୁ ହିଁ ଡାର୍କସର୍କଲ ହେଉଥିବାର ସୌନ୍ଦର୍ୟ୍ୟ ବିଶେଷଜ୍ଞ ପ୍ରକାଶ କରିଛନ୍ତି ।

କାଜଲ ଯେପରି ଆଖି ଚାରିପାଖେ ନ ଲାଗିଯାଏ ସେଥିପାଇଁ ଏହାର ପ୍ରୟୋଗ ପରେ ସାମାନ୍ୟ ପରିମାଣର ପାଉଡର ନେଇ ସେହି ସ୍ଥାନରେ ଲଗାଇ ପୋଛି ନେବେ ।

ପଢନ୍ତୁ ;

ରାଜ୍ୟ ସରକାରଙ୍କ ‘ଖୁସି’ ଯୋଜନା : ଏପ୍ରିଲରୁ ରାଜ୍ୟର ୧୭ ଲକ୍ଷ ସ୍କୁଲ ଛାତ୍ରୀଙ୍କୁ ମିଳିବ ମାଗଣାରେ ସାନିଟାରୀ ନାପକିନ

 

Related posts

ବିୟର ଫ୍ୟାକ୍ଟ୍ରି ପାଇଁ କଟା ହେଲା ୧୦୦୦ରୁ ଉର୍ଦ୍ଧ୍ୱ ମୂଲ୍ୟବାନ ଗଛ

ଆପଣଙ୍କ ଓଠ ଫାଟୁଛି କି ? ତେବେ ଜାଣିରଖନ୍ତୁ ଏହି ଘରୋଇ ଉପଚାର

ସକାଳୁ ଗରମ ଲେମ୍ବୁ ପାଣି ପିଇବା ଦ୍ଵାରା କଣ ଫାଇଦା ମିଳିଥାଏ? ଜାଣନ୍ତୁ