ସୁନା କିଣିଲା ବେଳେ କେଉଁସବୁ ଦିଗ ପ୍ରତି ସାବଧାନ ରହିବେ ଜାଣନ୍ତୁ?

ଆଜି ଅକ୍ଷୟ ତୃତୀୟା । ଆଜିର  ଦିନରେ ସୁନା କାରବାର ଅଧିକ ହୋଇଥାଏ । ଏହି ଦିନ ଗହଣା କିଣିବା ଶୁଭ ହୋଇଥାଏ । ତେଣୁ ଏମିତିରେ  ଗହଣା କିଣିବା ସ୍ୱାଭାବିକ । ତେବେ ଅଫର ଲୋଭରେ ଗହଣା କିଣିବା ପୂର୍ବରୁ କେତୋଟି ସାବଧାନତା ଉପରେ ଧ୍ୟାନ ଦିଅନ୍ତୁ। ଯାହାଦ୍ୱାରା ଆପଣ ଠକାମୀରେ ଶିକାର ହେବେ ନାହିଁ । ସୁନା କିଣିଲା ବେଳେ କେଉଁ ସବୁ ସାବଧାନତା ଆପଣାଇବେ ଆସନ୍ତୁ ଜାଣିବା ।

ସୁନା କିଣିଲା ସମୟରେ ଏହି ସବୁ ଦିଗ ପ୍ରତି ଧ୍ୟାନ ଦିଅନ୍ତୁ :-

  1. ପ୍ରଥମେ ହଲ ମାର୍କ ଦେଖି ସୁନା ଗହଣା କିଣନ୍ତୁ । କାରଣ ଏହା ସୂନାର ସୁଦ୍ଧତାର ପ୍ରମାଣ ।
  2. ଗହଣା ଦୋକାନୀଠାରୁ ସୁନାର ସୁଦ୍ଧତା ଓ ମୂଲ୍ୟ ପଚାରି ବୁଝନ୍ତୁ ଓ ଏହାକୁ ବିଲ୍‌ ଲେଖିବା ପାଇଁ କୁହନ୍ତୁ ।
  3. ଅନେକ ସୁନା ଗହଣାରେ ବଭିନ୍ନ ପ୍ରକାର ଧାତୁ ଲାଗିଥାଏ । ଦୋକାନୀମାନେ ମଧ୍ୟ ଏହି ଧାତୁ ଗୁଡ଼ିକର ଟଙ୍କା ନିଅନ୍ତି । ତେଣୁ ଏହା କେଉଁ ଧାତୁ କେତେ ପରିମାଣରେ ଲାଗିଛି ପଛାରି ବୁଝନ୍ତୁ ଏହାକୁ ବିଲ୍‌ରେ ଲେଖି ରଖନ୍ତୁ ।
  4. ଶୁଦ୍ଧ ସୁନା ୨୪ କ୍ୟାରେଟ୍‌ ରେ ହୋଇଥାଏ । କିନ୍ତୁ ଏଥିରେ ଗହଣା ତିଆରି ହୋଇପାରେ ନାହିଁ ଏଥିପାଇଁ ୨୨ କିମ୍ବା ୧୮ କ୍ୟାରେଟ୍‌ର ଗହଣା ବ୍ୟବହାର କରାଯାଇଥାଏ । କିନ୍ତୁ ଭୟର ମୂଲ୍ୟ ଅଲଗ ଅଲଗା ହୋଇଥାଏ । ତେଣୁ ଏହା ଭଲ ଭାବରେ ଜାଣି ବିଲ୍‌ରେ  ଲେଖେଇ ନିଅନ୍ତୁ । ପରବର୍ତ୍ତି ସମୟରେ ଠକାମୀରେ ପଡ଼ିଲେ ଆପଣ ଦୋକାନୀ ବିରୋଧରେ କେସ୍‌ କରିପାରିବେ ।
  5. ଚିହ୍ନା ଦୋକାନରୁ ଗହଣା କିଣନ୍ତୁ ।

ପଢନ୍ତୁ ;

ଆସନ୍ତୁ ଜାଣିବା କଦଳୀ ଚୋପାର ଔଷଧୀୟ ଗୁଣ ବିଷୟରେ

Related posts

ଉଚ୍ଚ ରକ୍ତଚାପରୁ ମୁକ୍ତି ଚାହୁଁଛନ୍ତି କି? ତେବେ ନିୟମିତ ଖାଆନ୍ତୁ ଗାଜର

ଆସନ୍ତୁ ଜାଣିବା ହଳଦୀ ତେଲର ଉପକାରିତା ସମ୍ପର୍କରେ

ଛାତିରେ କେଶ ଥିବା ବ୍ୟକ୍ତି ହୋଇଥାନ୍ତି ଅଧିକ ଭାଗ୍ୟଶାଳୀ,ଜାଣନ୍ତୁ ଏହାର କାରଣ