ଉତ୍ତମ ସ୍ୱାସ୍ଥ୍ୟ ଚାହୁଁଛନ୍ତି କି? ତେବେ ଧ୍ୟାନରେ ରଖନ୍ତୁ ଏହି ସବୁ କଥା!

-ଆସନ୍ତୁ ଜାଣିବା ସୁସ୍ଥ ଶରୀର ପାଇଁ କିଛି ଟିପ୍ସ-

  • ଶୋଇବା ପାଇଁ ସବୁଠାରୁ ଉତ୍ତମ ସମୟ ହେଉଛି ରାତି ୧୦ରୁ ସକାଳ ଛଅ। ଏହି ସମୟରେ ଶୋଇବା ଅଭ୍ୟାସ ଥିଲେ ଶରୀର ସୁସ୍ଥ ରହେ।
  • ଦୀର୍ଘ ସମୟ ଧରି ଇୟର୍‌ ଫୋନ୍‌ ବା ହେଡ୍‌ ଫୋନ୍‌ ବ୍ୟବହାର କରନ୍ତୁୁ ନାହିଁ। ଯଦି ବହୁତ ସମୟ ଗୀତ ଶୁଣିବାର ଅଛି କିମ୍ବା କଥା ହେବାର ଅଛି ତେବେ ଇୟର୍‌ଫୋନ୍‌ କାଢ଼ି ଦିଅନ୍ତୁ।
  • ସଂଧ୍ୟା ୫ଟା ପରେ ଆଉ ଗରିଷ୍ଠ ଖାଦ୍ୟ ଖାଆନ୍ତୁ ନାହିଁ। ସକାଳ ଜଳଖିଆରେ ଯେତେ ଗରିଷ୍ଟ ଖାଦ୍ୟ ଖାଇଲେ ଭଲ ହୋଇଥାଏ। ସେହିପରି ସଂଧ୍ୟା ପରେ ହାଲୁକା।
  • ସବୁବେଳେ ମନେ ରଖିବେ ଫୋନ୍‌ରେ କଥା ହେଲା ବେଳେ ବାମ କାନରେ ଫୋନ୍‌ ଦେଇ କଥା ହେବେ। ଡାହାଣ କାନରେ ଫୋନ୍‌ ରଖି କଥା ହେବା ଶରୀର ପାଇଁ ଠିକ୍‌ ହୋଇନଥାଏ।
  • ପାଣି ସକାଳେ ଯେତେ ପରିମାଣରେ ପିଇବେ ରାତିରେ ସେତେ ପିଇବେ ନାହିଁ। ଯେପରି ସକାଳେ ପ୍ରଚୁର ପାଣି ପିଇବା ସୁସ୍ଥକର ସେହପରି ସଂଧ୍ୟା ପରେ ଅଳ୍ପ ପାଣି ପିଇବା ସୁସ୍ଥକର ହୋଇଥାଏ।
  • ଫୋନ୍‌ ଚାର୍ଜରେ ବସାଇଥିବା ବେଳେ ଫୋନ୍‌ରେ କିଛି କରନ୍ତୁ ନାହିଁ। ଯଦି ଫୋନ୍‌ ଚାର୍ଜରେ ବସାଉଛନ୍ତି ତେବେ କିଛି ସମୟ ପାଇଁ ଫୋନ୍‌କୁ ଛାଡ଼ି ଦିଅନ୍ତୁ।
  • ଯଦି କଫି ପଇବାର ସଉକ ରଖିଛନ୍ତି ତେବେ ଦିନକୁ ମାତ୍ର ଗୋଟାଏ ଥର ପିଅନ୍ତୁ। ଏକାଧିକ ଥର ଚା’ ପିଇବାରେ କୌଣସି ଅସୁବିଧା ନାହିଁ। ମାତ୍ର କଫି ଅନେକ ଥର ପିଇବା ଅସୁସ୍ଥକର ହୋଇଥାଏ।

ପଢନ୍ତୁ; ଘରେ ତିଆରି କରି ଖାଆନ୍ତୁ ନଡ଼ିଆ ସିଙ୍ଗଡ଼ା! ଜାଣନ୍ତୁ ଏହାର ପ୍ରସ୍ତୁତି ପ୍ରଣାଳୀ

Related posts

ବିୟର ଫ୍ୟାକ୍ଟ୍ରି ପାଇଁ କଟା ହେଲା ୧୦୦୦ରୁ ଉର୍ଦ୍ଧ୍ୱ ମୂଲ୍ୟବାନ ଗଛ

ଆପଣଙ୍କ ଓଠ ଫାଟୁଛି କି ? ତେବେ ଜାଣିରଖନ୍ତୁ ଏହି ଘରୋଇ ଉପଚାର

ସକାଳୁ ଗରମ ଲେମ୍ବୁ ପାଣି ପିଇବା ଦ୍ଵାରା କଣ ଫାଇଦା ମିଳିଥାଏ? ଜାଣନ୍ତୁ