ଖରାଦିନେ ଲିଚୁ ବଗିଚାର ଯତ୍ନ କିପରି ନେବେ ଜାଣନ୍ତୁ ?

ଲିଚୁ ଦେଖିବାକୁ ଯେତିକି ସୁନ୍ଦର ତାହାର ବଜାର ଚାହିଦା ମଧ୍ୟ ସେତେ ଅଧିକ । ତେଣୁ ଫଳଟିକୁ ବର୍ତମାନ ଓଡିଶାରେ ବିଭିନ୍ନ ସ୍ଥାନରେ ବ୍ୟାବସାୟିକ ଭାବେ ଚାଷ କରା ଯାଉଛି । ଭାରତରେ ଲିଚୁର ସର୍ବାଧିକ ଚାଷ ବିହାରର ମୁଜାଫରପୁରରେ ରହିଛି । ତେବେ ଆସନ୍ତୁ ଜାଣିବା ଖରାଦିନେ ଲିଚୁ ବଗିଚାର ଯତ୍ନ କିପରି ନେବା  ।

ଫଳ ଚଣା ଝଡିବା ସମସ୍ୟା :-

ପ୍ରାଥମିକ ଅବସ୍ଥାରେ ଫଳ ଚଣା ଝଡିବା ଲିଚୁ ପାଇଁ ଏକ ବଡ ସମସ୍ୟା । ଉପଯୁକ୍ତ ପରାଗ ସଂଗମ ନ ହେଲେ ଚଣା ଅବସ୍ଥାରେ ଫଳ ଝଡିଯିବା ଏକ ସ୍ଵାଭାବିକ ଘଟଣା । ଏହି କ୍ଷେତ୍ରରେ ମହୁ ବାକ୍ସରେ ଉପସ୍ଥିତି ପରାଗ ସଂଗମ ଠିକ ଭାବେ କରେ ଓ ଲିଚୁ ଗଛରେ ଭଲ ଫଳ ଦେଇ ପାରେ । ଅତ୍ୟଧିକ ତାପମାତ୍ରାଯୁକ୍ତ ପବନ ,ଅଦ୍ରତାର ଅଭାବ ମଧ୍ୟ ଫଳ ଝଡେଇ ଦିଏ ।

ଫଳଫଟା ସମସ୍ୟା :-

ଯେଉଁ ଚାଷୀ ଲିଚୁ ବଗିଚା କରୁଛନ୍ତି ସେମାନେ ନଦୀ କିମ୍ବା ଝରଣା କୂଳିଆ ଉର୍ବର ମାଟିରେ ଲିଚୁ ଚାଷ କରିବା ଦରକାର । ଏହା ଦ୍ଵାରା ଗରମ ପବନ ଦାଉରୁ ଲିଚୁ ଗଛକୁ କିଛି ମାତ୍ରରେ ରକ୍ଷା କରାଯାଇପାରିବ ।

ଲିଚୁ ଚାପା କୋମଳ କରିବା ପାଇଁ ବୋରନ ,ଜିଙ୍ଗ କ୍ୟାଲସିୟମ ଆଦି ଅଣୁସାର ଦ୍ରବଣ ଫଳ ହେବା ପରେ ୨ ଥର ସିଞ୍ଚନ କରିବା ଦରକାର ।

ଚଣା ଧରିବା ପରେ ୧ ଲିଟର ପାଣିରେ ୮ ଗ୍ରାମ ଜିଙ୍ଗ ସଲଫେଟ ,୪ ଗ୍ରାମ କ୍ୟାଲସିୟମ କାର୍ବୋନେଟ ,୨ ଗ୍ରାମ ବୋରୀକ ଏସିଡ ଦ୍ରବଣ ୧୫ ଦିନ ଅନ୍ତରରେ ଲିଚୁ ଫଳ ଉପରେ ସିଞ୍ଚନ କଲେ ଫଳଫାଟିବା ସମସ୍ୟା କମାଇଥାଏ ।

ଜୀବରେଲିକ ଏସିଡ ୪୦୦ ମିଲିଗ୍ରାମ ୧ ଲିଟର ପାଣିରେ , ନାପଥାଲିନ ଏସିଟିକ ଏସିଡ ୨୦ମିଲି ଗ୍ରାମ ୧ ଲିଟର ପାଣିରେ ଦ୍ରବଣ କରି ସିଞ୍ଚନ କଲେ ଫଳଫଟା ସମସ୍ୟା କମିଯାଏ ।

ପଢନ୍ତୁ ;

ଆତ୍ମହତ୍ୟା କଲେ ‘ଇସ୍କବାଜ’ ପ୍ରଯୋଜକ ସଂଜୟ ବୈରାଗୀ

Related posts

ବିୟର ଫ୍ୟାକ୍ଟ୍ରି ପାଇଁ କଟା ହେଲା ୧୦୦୦ରୁ ଉର୍ଦ୍ଧ୍ୱ ମୂଲ୍ୟବାନ ଗଛ

ଆପଣଙ୍କ ଓଠ ଫାଟୁଛି କି ? ତେବେ ଜାଣିରଖନ୍ତୁ ଏହି ଘରୋଇ ଉପଚାର

ସକାଳୁ ଗରମ ଲେମ୍ବୁ ପାଣି ପିଇବା ଦ୍ଵାରା କଣ ଫାଇଦା ମିଳିଥାଏ? ଜାଣନ୍ତୁ