ଟମାଟୋ ସସରେ ମଧ୍ୟ ଚମକାଇ ପାରିବେ ଷ୍ଟିଲ ବାସନ ! ଆସନ୍ତୁ ଜାଣିବା କିପରି ?

Tomato Ketchup

ଆଜିକାଲି ପ୍ରାୟ  ସମସ୍ତଙ୍କ ଘରେ ଷ୍ଟେନଲେସ ଷ୍ଟିଲର ବ୍ୟବହାର କରାଯାଉଛି । ତାହା ମଧ୍ୟ ଖୁବ ଆକର୍ଷକ ଅଟେ । କିନ୍ତୁ ସେସବୁକୁ ଠିକ ଭାବରେ ବ୍ୟବହାର ନକରିବା ଦ୍ୱାରା ତାହାକୁ ସଫା କରିବା କଷ୍ଟ  ହୋଇଯାଏ । ତେବେ ତାହାକୁ ନିୟମିତ ଭାବରେ ସଫା କରିବା ଏବଂ ତାହାର ଦାଗ ହଟାଇବା ପ୍ରତି ଗୁରୁତ୍ୱ ଦେବା ଉଚିତ ।

ଟମାଟୋ ସସରେ କିପରି ଷ୍ଟିଲବାସନ ସଫା ରଖିବେ ଆସନ୍ତୁ ଜାଣିବା ;

ଟମାଟୋ ସସକୁ ବାସନ ତଳେ ଲଗାଇ ୧୦ ମିନିଟ ପର୍ଯ୍ୟନ୍ତ ପାଇଁ  ଛାଡ଼ିଦିଅନ୍ତୁ । ଏହା ଦ୍ୱାରା ଅତି ସହଜରେ ବସିଥିବା ଦାଗ ଛାଡ଼ିଯିବ । ଖାଦ୍ୟକୁ ବହୁତ ସମୟ ଫୁଟାଇବା ଦ୍ୱାରା ଷ୍ଟେନଲେସ ଷ୍ଟିଲ ବାସନ ତଳେ ଦାଗ ଲାଗିଯାଏ । ଏହାକୁ ସଫା କରିବାର ସହଜ ଉପାୟ ହେଉଛି ଗୋଟିଏ ଚାମଚର ଏକ ତୃତୀୟାଂଶ ଭିନେଗାର ସେହି ବାସନରେ ପକାଇ ଗରମ କରନ୍ତୁ । ଏଭଳି କରିବା ଦ୍ୱାରା ଦାଗ ମଧ୍ୟ ଅତି ସହଜରେ ଛାଡ଼ିଯାଏ ।

Tomato sauce

ଘରେଇଉପାୟରେ ମଧ୍ୟ ଷ୍ଟିଲବାସନ ଚମକେଇ ପାରିବେ ,ଜାଣନ୍ତୁ କିପରି –

ଗରମ ଜଳ- ଯେତେବେଳେ ଷ୍ଟେନଲିସ ଷ୍ଟିଲ ବାସନରେ ଖାଦ୍ୟ କିମ୍ବା ଦୁଗ୍ଧ ଜଳିଯାଏ,ସେଥିରେ ଲାଗିଥିବା ଦାଗକୁ ଗରମ ଜଳ ବ୍ୟବହାର କରି ନିୟମିତ ବ୍ୟବହାର କରାଯାଉଥିବା ସ୍କ୍ରବର ସାହାଯ୍ୟରେ ସଫା କରାଯାଇପାରିବ ।

ବେକିଂ ସୋଡା- ଜଳି ଯାଇଥିବା ବାସନରେ କିଛି ଜଳ ପକାଇ ତାହାକୁ ଗରମ କରନ୍ତୁ । ଏହାପରେ ସେଥିରେ ଦୁଇ ବଡ଼ ଚାମଚ ବେକିଂ ସୋଡ଼ା ପକାଇ ସଫା କରନ୍ତୁ । ଏହା ଦ୍ୱାରା ଦାଗ ଅତି ସହଜରେ ଛାଡ଼ିଯିବ । ଯଦି ଏହାପରେ କିଛି ଦାଗ ରହୁଛି ତେବେ ସ୍କ୍ରବ ବ୍ୟବହାର କରି ଦାଗ ଛଡ଼ାଯାଇ ପାରିବ ।

ପଢନ୍ତୁ ;

୯୦ ଲକ୍ଷ ଟଙ୍କା ଚୋରି କରି ଧରା ପଡିଲେ ନୋଟ୍‌ ଛାପାଖାନାର ବରିଷ୍ଠ ଅଧିକାରୀ

Related posts

ବର୍ଷରେ କେବଳ ଥରେ ମାତ୍ର ଲଗାନ୍ତୁ ଏହି ଜିନିଷ, ଅତି ପୁରୁଣା ଯାଦୁ ତୁରନ୍ତ ଭଲ ହୋଇଯିବ

ପ୍ରେସର କୁକର ବ୍ୟବହାର କରିବାବେଳେ କରନ୍ତୁନି ଏହି ଭୁଲ୍‌

କଲେଜ୍‌ ଯାଉଥିବା ଝିଅ ୱାର୍ଡରୋବରେ ସାମିଲ୍‌ କରନ୍ତୁ ଏସବୁ ପୋଷାକ