ଘରେ କିପରି ତିଆରି କରିବେ ବନ୍ଧାକୋବି ଆଚାର ଜାଣନ୍ତୁ ? 

ଆବଶ୍ୟକ ସାମଗ୍ରୀ :-

ଛୋଟ ବନ୍ଧାକୋବି ଗୋଟିଏ, ତେନ୍ତୁଳି କାଗଜି ଲେମ୍ବୁ ସାଇଜର ଟେଳାଏ. ଲୁଣ, ହଳଦୀ, ସୋରିଷ 2ଚାମଚ, ରିଫାଇନ୍ ତେଲ 100 ଗ୍ରାମ, ମେଥି ଏକ ଚାମଚ, ଲଙ୍କା ଗୁଣ୍ଡ ଦୁଇ ଚାମଚ, ଶୁଖିଲା ଲଙ୍କା ଚାରିଟା, ହେଙ୍ଗୁ ଛୋଟ ଖଣ୍ଡ ।

ପ୍ରଣାଳୀ :-

ବନ୍ଧାକୋବି ଉପର ପତ୍ର ୩/୪ଟି ଖୋଲି ନେଇ ଏହାକୁ କାଟିଦିଅ । ଏହାକୁ ଚୁନା ଚୁନା କରି କାଟ । ସେଥିରେ ଲୁଣ ହଳଦୀ ଗୋଳାଇ ଦୁଇ ଘଣ୍ଟା ରଖ ।  ଦୁଇ ଘଣ୍ଟା ପରେ ଏହାକୁ ତେନ୍ତୁଳି ସହ ବାଟିଦିଅ ।  ସେଥିରେ ଲଙ୍କା ଗୁଣ୍ଡ ମିଶାଅ ।  ସୋରିଷ ଏକ ଚାମଚ, ମେଥି ଏକ ଚାମଚ, ହେଙ୍ଗୁକୁ ଭାଜି ଗୁଣ୍ଡ କରି ସେଥିରେ ମିଶାଇ ଲଙ୍କା ଗୋଟା ଗୋଟା ପକାଇ ଭାଜ ଏବଂ ସୋରିଷ ଏକ ଚାମଚ ଫୁଟାଅ । ସୋରିଷ ଫୁଟିଲେ କଡାଇ ତଳକୁ ଓହ୍ଲାଇ ଥଣ୍ଡା କରି ନିଅ । ବନ୍ଧାକୋବି ବଟା ସାଥିରେ ଏହାକୁ ମିଶାଇ ନିଅ । ଏହା ଦୁଇ ମାସ ପର୍ଯ୍ୟନ୍ତ ରହିବ ।

ପଢନ୍ତୁ ;

ଜେସିବିକୁ ଧକ୍କା ଦେଲା ଏର୍ଣ୍ଣାକୁଲମ-ହାଓ୍ବଡ଼ା ଏକ୍ସପ୍ରେସ୍ ଟ୍ରେନ୍‌

Related posts

ପ୍ରସ୍ତୁତ କରନ୍ତୁ ମେଥି କର୍ନ ପଲଉ! ଜାଣନ୍ତୁ ଏହାର ପ୍ରସ୍ତୁତି ପ୍ରଣାଳୀ

ଘରେ ପ୍ରସ୍ତୁତ କରନ୍ତୁ ମସରୁମ ଫ୍ରଇଡ ରାଇସ !

ପ୍ରସ୍ତୁତ କରନ୍ତୁ ମାଟିହାଣ୍ଡି କଙ୍କଡ଼ା!ଜାଣିରଖନ୍ତୁ ଏହାର ପ୍ରସ୍ତୁତି ପ୍ରଣାଳୀ