ଘରେ ପ୍ରସ୍ତୁତ କରନ୍ତୁ ନଡିଆ ବର୍ଫି, ଜାଣନ୍ତୁ ଏହାର ପ୍ରସ୍ତୁତ ପ୍ରଣାଳୀ !

ସମସ୍ତେ ଘରେ ତିଆରି ଖାଦ୍ୟ ଖାଇବାକୁ ପସନ୍ଦ କରିଥାଆନ୍ତି । ଆପଣ ଜାଣିଛନ୍ତି କି କିପରି ଘରେ କିପରି ପ୍ରସ୍ତୁତ ହୁଏ ନଡିଆ ବର୍ଫି । ଏହା ଖାଇବାକୁ ଯେତିକି ସ୍ଵାଦିଷ୍ଟ ତିଆରି କରିବାକୁ ମଧ୍ୟ ସେତିକି ସହଜ । ତେବବେ ଆସନ୍ତୁ ଜାଣିବା ଘରେ କିପରି ତିଆରି କରିବେ ନଡିଆ ବର୍ଫି ?

ଆବଶ୍ୟକ ସାମଗ୍ରୀ :-

ଏକ କପ୍‌(୨୫୦ମିଲି.ଗ୍ରାମ) ନଡିଆ କୋରା, ୩/୪ କପ୍‌ କ୍ଷୀର, ୩/୪ କପ୍‌ ରାବିଡି କିମ୍ବା ମିଲ୍କମେଡ୍‌, ୩-୪ଟି ଗୁଜୁରାତି ଗୁଣ୍ଡ, ଅଧା ଚାମଚ ଗୋଲାପଜଳ, ଏକ ଚାମଚ ଚିନି, ୨-୩ ଟେବଲ୍‌ ସ୍ପୁନ୍‌ ଘିଅ, ଅଳ୍ପ କେଶର, ୮-୧୦ଟି କାଜୁ।

ପ୍ରଣାଳୀ :-

ପ୍ରଥମେ କ୍ଷୀର ଗରମ କରନ୍ତୁ ଓ ସେଥିରେ ନଡିଆ କୋରା ପକାଇ ଭଲ ଭାବେ ଗୋଳାଇ ଏକଘଣ୍ଟା ରଖିଦିଅନ୍ତୁ । ଏବେ ଏକ ପ୍ୟାନ୍‌ରେ ଘିଅ ପକାଇ ଗରମ କରନ୍ତୁ । ଏଥିରେ ପୂର୍ବରୁ ରଖାଯାଇଥିବା ନଡିଆକୋରା ପକାଇ ୨-୩ ମିନିଟ୍‌ ପର୍ଯ୍ୟନ୍ତ ଘାଣ୍ଟନ୍ତୁ ।

ଏଥିରେ ରାବିଡି କିମ୍ବା ମିଲ୍କମେଡ୍‌ ପକାଇ ଅଳ୍ପ ଆଞ୍ଚରେ ଘାଣ୍ଟନ୍ତୁ। ଚିନି ଏବଂ ଗୁଜୁରାତି ଗୁଣ୍ଡ ପକାଇ ୨୦ରୁ ୨୫ ମିନିଟ୍‌ ଗୋଳାନ୍ତୁ । ମିଶ୍ରଣ ଅଠାଳିଆ ହୋଇଯିବା ପରେ ଗୋଲାପ ଜଳ ପକାଇ ପୁଣି ଘାଣ୍ଟନ୍ତୁ ।

ବର୍ତ୍ତମାନ ଏକ ଟ୍ରେ କିମ୍ବା ପ୍ଲେଟ୍‌ରେ ଘିଅ ଲଗାଇ ତା’ ଉପରେ ଏହି ମିଶ୍ରଣକୁ ରଖି ଛୁରି କିମ୍ବା ଚାମଚ ସାହାଯ୍ୟରେ ସମାନ କରି ଦିଅନ୍ତୁ । ଏହା ଉପରେ କେଶର ଏବଂ ଖଣ୍ଡ କାଜୁ ପକାଇ ଥଣ୍ଡା ହେବାକୁ ଛାଡି ଦିଅନ୍ତୁ । ଏହା ପରେ ନିଜ ପସନ୍ଦ ମୁତାବକ ଆକାରରେ କାଟି ଖାଇବାକୁ ଦିଅନ୍ତୁ ।

ପଢନ୍ତୁ ;

ଲଚ୍ଛା ପରଟାର ସ୍ଵାଦ ନିଆରା! ଆସନ୍ତୁ ଜାଣିବା କେମିତି ତିଆରି କରିବା ଲଚ୍ଛା ପରଟା

Related posts

ଆଜି ହିଁ ପ୍ରସ୍ତୁତ କରନ୍ତୁ ଦହି ଚିଙ୍ଗୁଡ଼ି,ଜାଣନ୍ତୁ ଏହାର ପ୍ରସ୍ତୁତି ପ୍ରଣାଳୀ

ପ୍ରସ୍ତୁତ କରନ୍ତୁ କ୍ୟାପ୍‌ସିକମ୍‌ ଓ ବେସନ ତରକାରୀ, ଜାଣନ୍ତୁ ଏହାର ପ୍ରସ୍ତୁତି ପ୍ରଣାଳୀ

ଆଜି ହିଁ ଘରେ ପ୍ରସ୍ତୁତ କରନ୍ତୁ ସ୍ୱାଦିଷ୍ଟ ଚିଙ୍ଗୁଡ଼ି ଫ୍ରାଏଡ଼୍‌ ରାଇସ୍‌