ଆବଶ୍ୟକ ସାମଗ୍ରୀ :-
ଗାଜର (୨୫୦ ଗ୍ରାମ) , କ୍ଷୀର (୨୫୦ ଗ୍ରାମ), ଚିନି (ସ୍ଵାଦ ଅନୁସାରେ), ଗୁଆ ଘିଅ (୬ ଚାମଚ), କାଜୁ ଓ କିସମିସ (୧୦୦ ଗ୍ରାମ) , ଗୁଜିରତି (୫ ଟି) ।
ପ୍ରଣାଳୀ :-
- ଗାଜରର ଚୋପା ଛଡାଇ ତାକୁ କାଦୁକସ (ସରୁ ସରୁ କରି କାଟିବା) କରିଦିଅନ୍ତୁ । ତାର ରସକୁ ଚିପୁଡି ଗୋଟିଏ ପାତ୍ରରେ ଅଲଗା କରି ରଖନ୍ତୁ ।
- ଏବେ ଗୋଟିଏ କଡେଇ ମଧ୍ୟମ ଆଞ୍ଚରେ ବସାନ୍ତୁ ସେଥିରେ ୪ ଚାମଚ ଘିଅ ଗୁଜୁରାତି ପକାଇ ୧ ମିନିଟ ଗରମ କରନ୍ତୁ । ସେଥିରେ ଗାଜର ପକାଇ ୧୦ ମିନିଟ ରାନ୍ଧନ୍ତୁ ।
- ତାପରେ ସେଥିରେ ଗାଜରର ରସକୁ ପକାଇ ଦିଅନ୍ତୁ । ଆଉ ଗୋଟିଏ ଜାଗାରେ କ୍ଷୀରକୁ ୧୫ ମିନିଟ ପାଇଁ ଗରମ କରନ୍ତୁ ।
- ଏବେ କ୍ଷୀରକୁ ଗାଜର ସହ ମିଶାଇ ଦିଅନ୍ତୁ ସ୍ଵାଦ ଅନୁସାରେ ଚିନି ପକାଇଦିଅନ୍ତୁ ଏବଂ ଭଲରେ ଗୋଳାଇ ୫ ମିନିଟ ପାଇଁ ସିଝିବା ପାଇଁ ଛାଡିଦିଆନ୍ତୁ ।
- ଆଉ ଏକ କଡେଇକୁ ମାଧ୍ୟମ ଅଞ୍ଚରେ ବସାଇ ୨ ଚାମଚ ଘିଅ ଦିଅନ୍ତୁ ଓ ସେଥିରେ କାଜୁ ଓ କିସମିସକୁ ପକାଇ ଭଲରେ ୨ ମିନିଟ ପାଇଁ ଭାଜି ଦିଅନ୍ତୁ । ଏବେ କାଜୁ ଓ କିସମିସକୁ ଗାଜରରେ ମିଶାଇ ଗୋଟିଏ ପାତ୍ରରେ ବାହାର କରିଦିଅନ୍ତୁ ।
ପଢନ୍ତୁ ;
ଘରେ କିପରି ରାନ୍ଧିବେ ସ୍ୱାଦିଷ୍ଟ ଆଳୁ ମୁଗଲାଇ , ଜାଣନ୍ତୁ ଏହାର ପ୍ରସ୍ତୁତି ପ୍ରଣାଳୀ ?