ଆସନ୍ତୁ ଜାଣିବା କେମିତି ତିଆରି କରିବା ପାଲକ୍‌ ପନିର ?

 ଆବଶ୍ୟକ ସାମଗ୍ରୀ :-

ପାଲକ୍‌ ପନିର ,ଆବଶ୍ୟକ ସାମଗ୍ରୀ ୨୫୦ଗ୍ରାମ ପାଳଙ୍ଗ ଶାଗ, ୪୦୦ଗ୍ରାମ ପନିର, ଅଧା ଚାମଚ ଜିରା, ଅଧା ଚାମଚ ଜିରାଗୁଣ୍ଡ, ଅଧା ଚାମଚ ହଳଦୀଗୁଣ୍ଡ,ଏକ ଚାମଚ କଶ୍ମୀର ମିର୍ଚ,ଅଳ୍ପ ପରିମାଣରେ କଟା ହୋଇଥିବା ଅଦା, ରସୁଣ ୧୫ଟି କୋଲା, ଲମ୍ବା ଆକାରରେ କଟା ହୋଇଥିବା କଞ୍ଚାଲଙ୍କା ୪ଟି, କଟା ହୋଇଥିବା ଏକ ବଡ ପିଆଜ, ଧନିଆ ପାଉଡର ଅଧା ଚାମଚ,ସ୍ବାଦ ଅନୁସାରେ ଲୁଣ,ଆବଶ୍ୟକ ପରିମାଣର ତେଲ, କ୍ରିମ୍‌,ଏକ ଚାମଚ ଗରମ ମସଲା ଏବଂ ଦୁଇଟି କଟା ହୋଇଥିବା ଟମାଟୋ ।

ପ୍ରସ୍ତୁତି ପ୍ରଣାଳୀ :-

ପ୍ରଥମେ ଏକ ପାତ୍ରରେ ପାଣି ଗରମ କରନ୍ତୁ। ପାଣି ଗରମ ହେଲା ପରେ ସେଥିରେ ପାଳଙ୍ଗକୁ ପକାଇ ଦୁଇଟି ମିନିଟ୍‌ ରଖନ୍ତୁ। ଏହା ଟିକେ ନରମ ହେଲାପରେ ତାକୁ ପାଣିରୁ ଛାଣି ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ। ଏବେ ଗ୍ୟାସ ଲଗାଇ କଡେଇ ବସାନ୍ତୁ। କଡେଇ ତାତିଲା ପରେ ସେଥିରେ ତେଲ ପକାନ୍ତୁ। ତେଲ ଗରମ ହେଲାପରେ ସେଥିରେ ଜିରା ପକାନ୍ତୁ ।

ତା’ପରେ କଟା ଯାଇଥିବା ପିଆଜ, କଞ୍ଚାଲଙ୍କା, ଅଦା ଏବଂ ରସୁଣ ପକାନ୍ତୁ । ପିଆଜ ଟିକେ ନାଲି ହେବା ପର୍ଯ୍ୟନ୍ତ ଭାଜନ୍ତୁ, ତା’ପରେ ସେଥିରେ କଟା ଯାଇଥିବା ଟମାଟୋକୁ ପକାନ୍ତୁ । ଟମାଟୋ ଟିକେ ନରମ ହେଲା ପରେ ଗ୍ୟାସ ବନ୍ଦ କରି ଦିଅନ୍ତୁ। ଭଜା ହୋଇଥିବା ମସଲାଗୁଡିକୁ ଥଣ୍ଡା ହେବାକୁ ଛାଡି ଦିଅନ୍ତୁ। ମସଲା ଥଣ୍ଡା ହେଲାପରେ ସିଝା ହୋଇଥିବା ପାଳଙ୍ଗ ସହ ତାକୁ ଗ୍ରାଇଣ୍ଡିଂ କରି ଦିଅନ୍ତୁ ।

ଏବେ ପୁଣି କଡେଇ ବସାଇ ସେଥିରେ ତେଲ ଗରମ କରନ୍ତୁ। ତେଲ ଗରମ ହେଲା ପରେ ସେଥିରେ ହଳଦୀଗୁଣ୍ଡ, ନାଲି ଲଙ୍କାଗୁଣ୍ଡ, ଧନିଆ ପାଉଡର, ଜିରାଗୁଣ୍ଡ ଆଦିକୁ ଭଲଭାବେ ମିଶାଇ ଦିଅନ୍ତୁ। ଏବେ ଗ୍ରାଇଣ୍ଡିଂ ହୋଇଥିବା ମସଲା ଓ ପାଲକକୁ କଢ଼ାଇରେ ପକାନ୍ତୁ ।

ଏହାପରେ ସେଥିରେ କ୍ରିମ୍‌ ଏବଂ କଟା ହୋଇଥିବା ପନିର୍‌କୁ କଡେଇରେ ପକାନ୍ତୁ। ଏବେ ଆବଶ୍ୟକ ମୁତାବକ ଲୁଣ ଏବଂ ଗରମ ମସଲା ପକାନ୍ତୁ। ଏହାକୁ ୨ମିନିଟ୍‌ ପର୍ଯ୍ୟନ୍ତ ଛାଡିଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ଆପଣଙ୍କ ପାଲକ୍‌ ପନିର ଏହାକୁ ଗାର୍ନିସିଙ୍ଗ ପାଇଁ ତା’ ଉପରେ ଅଳ୍ପ ପନିର ପକାଇ ଏହାକୁ ପରଷନ୍ତୁ ।

ପଢନ୍ତୁ ;

ଧୋକା ଦେଲା ପ୍ରେମିକ : ଜୀବନ ହାରିଲେ କିନ୍ନର

Related posts

ଆଜି ହିଁ ପ୍ରସ୍ତୁତ କରନ୍ତୁ ଦହି ଚିଙ୍ଗୁଡ଼ି,ଜାଣନ୍ତୁ ଏହାର ପ୍ରସ୍ତୁତି ପ୍ରଣାଳୀ

ପ୍ରସ୍ତୁତ କରନ୍ତୁ କ୍ୟାପ୍‌ସିକମ୍‌ ଓ ବେସନ ତରକାରୀ, ଜାଣନ୍ତୁ ଏହାର ପ୍ରସ୍ତୁତି ପ୍ରଣାଳୀ

ଆଜି ହିଁ ଘରେ ପ୍ରସ୍ତୁତ କରନ୍ତୁ ସ୍ୱାଦିଷ୍ଟ ଚିଙ୍ଗୁଡ଼ି ଫ୍ରାଏଡ଼୍‌ ରାଇସ୍‌