ଘରେ କିପରି ପ୍ରସ୍ତୁତ କରନ୍ତୁ ପନିର ବଟର ମସଲା !

ସମସ୍ତଙ୍କୁ ଖାଇବାରେ ପସନ୍ଦ ଆସିଥାଏ ପନିର । ସବୁଠାରୁ ବେଶୀ ଲୋକପ୍ରିୟ ପନିର ବଟର ମସଲା । ଏହାକୁ ଆମେ ସବୁବେଳେ ରେଷ୍ଟୁରାଣ୍ଟରେ ହିଁ ଖାଇଥାନ୍ତି। ଭାବିଥାନ୍ତି ଯେ ଏହାକୁ ପ୍ରସ୍ତୁତ କରିବା କଷ୍ଟକର। କିନ୍ତ ତାହା ଭୁଲ। ଆପଣ ଚାହିଁଲେ ଏହାକୁ ଘରେ ବି ତିଆରି କରିପାରିବେ । ଯାହାର ସ୍ୱାଦ ରେଷ୍ଟୁରାଣ୍ଟ ପରି ହିଁ ଆସିବ। ଆସନ୍ତୁ ତିଆରି କରିବା ପନିର ବଟର ମସଲା ।

ଆବଶ୍ୟକ ସାମଗ୍ରୀ :-

ପନିର, ତେଲ, ଲୁଣ, ହଳଦୀ, ଲଙ୍କାଗୁଣ୍ଡ, ଧନିଆ ଗୁଣ୍ଡ, ଜିରା ଗୁଣ୍ଡ, ପିଆଜ, ରସୁଣ ଓ ଅଦା ପେଷ୍ଟ, ଚାଇନିଜ୍‌ ସଲ୍ଟ, ବଟର, କଟା ପିଆଜ, କଞ୍ଚା ଲଙ୍କା, ଗ୍ରୀନ ମଟର, ଧନିଆ ପତ୍ର, ପନିର ମସଲା, କରି ପାଉଡର, ଗରମ ମସଲା, କଲର ମସଲା, କାଜୁ, ମଗଜ ପେଷ୍ଟ ।

ପ୍ରଣାଳୀ :-

କିଛି ପନିର ଆଣି ଛୋଟ ଛୋଟ କରି କାଟନ୍ତୁ । ଏହା ପରେ କଡ଼େଇରେ ତେଲ ଗରମ କରନ୍ତୁ । ତେଲରେ ପନିରକୁ ଛାଣନ୍ତୁ । ପରେ ତାକୁ ପ୍ଲେଟକୁ କାଢ଼ି ଆଣନ୍ତୁ । ଏହାପରେ କଡ଼େଇରେ ତେଲ ଗରମ କରନ୍ତୁ। ସେଥିରେ ସ୍ଲାଇଟ୍‌ ଚିନି ପକାନ୍ତୁ । ଚିନିଟି ତେଲରେ ଭୁରୁଭୁରୁ ନାଲି ହେବା ପରେ କଟା ହୋଇଥିବା ପିଆଜ ପକାନ୍ତୁ ।

ପରେ ପିଆଜକୁ ନାଲି ହେବା ଅଦା, ରସୁଣ ଓ ପିଆଜ ପେଷ୍ଟ ପକାଇ କଷନ୍ତୁ। ପରେ ସେଥିରେ ଧନିଆ, ଲଙ୍କା, ଜିରା ଗୁଣ୍ଡ ଓ ଚାଇନିଜ ସଲ୍ଟ ପକାଇ ଗୋଳାନ୍ତୁ । ସେଥିରେ କରି ପାଉଡର ପକାନ୍ତୁ। କିଛି ସମୟ ପରେ ସେଥିରେ ପନିର ମସଲା ପକାନ୍ତୁ । ତାକୁ ଭଲ ଭାବରେ ଗୋଳାନ୍ତୁ । ସେଥିରେ କିଛି ଡାଲଚିନ ପାଉଡର, ସ୍ୱାଦ ଅନୁଯାୟୀ ଲୁଣ ଓ ହଳଦୀ ପକାନ୍ତୁ ।

ଏହାପରେ କଷା ଯାଇଥିବା ମସଲାରେ ଅଳ୍ପ ପାଣି ଦିଅନ୍ତୁ । ସେଥିରେ କାଜୁ ଓ ମଗଜ ପେଷ୍ଟ ଦିଅନ୍ତୁ । ମସଲା ଗ୍ରେଭି ହୋଇଗଲା ପରେ ସେଥିରେ ଛଣା ଯାଇଥିବା ପନିରକୁ ପକାନ୍ତୁ । ଆପଣ ଚାହିଁଲେ ଗ୍ରୀନ ମଟର ପକାଇ ପାରିବେ। କିଛି ସମୟ ତାକୁ ଫୁଟିବାକୁ ଦିଅନ୍ତୁ । ପରେ ତାକୁ ପ୍ଲେଟକୁ କାଢ଼ି ଆଣନ୍ତୁ । ସେଥିରେ ଗରମ ମସଲା ପକାନ୍ତୁ । ଏହାପରେ ସେଥିରେ ବଟର ଓ ଧନିଆପତ୍ର ପକାନ୍ତୁ। ପ୍ରସ୍ତୁତ ହୋଇଗଲା ବଟର ପନିର ମସଲା ।

ପଢନ୍ତୁ ;

ଘରେ ପ୍ରସ୍ତୁତ କରନ୍ତୁ ସ୍ୱାଦିଷ୍ଟ ଅଟା ହଲୱା। ଆସନ୍ତୁ ଜାଣିବା ଏହାର ପ୍ରସ୍ତୁତି ପ୍ରଣାଳୀ

Related posts

ପ୍ରସ୍ତୁତ କରନ୍ତୁ ମେଥି କର୍ନ ପଲଉ! ଜାଣନ୍ତୁ ଏହାର ପ୍ରସ୍ତୁତି ପ୍ରଣାଳୀ

ଘରେ ପ୍ରସ୍ତୁତ କରନ୍ତୁ ମସରୁମ ଫ୍ରଇଡ ରାଇସ !

ପ୍ରସ୍ତୁତ କରନ୍ତୁ ମାଟିହାଣ୍ଡି କଙ୍କଡ଼ା!ଜାଣିରଖନ୍ତୁ ଏହାର ପ୍ରସ୍ତୁତି ପ୍ରଣାଳୀ