ଆସନ୍ତୁ ଜାଣିବା କେମିତି ତିଆରି କରିବେ ପତ୍ରପୋଡା ଚିକେନ୍

ଚିକେନର ଭିତରେ ଲୋକମାନେ ସବୁ ଆଇଟମକୁ ବହୁ ପସନ୍ଦ ଆସିଥାଏ । ଛଣା ଓ ମସଲା ଅପେକ୍ଷା ପୋଡରେ ବେଶି ଭିଟାମିନ୍ ସହିତ ସ୍ୱାଦିଷ୍ଟ ଲାଗେ । ହେଲେ ଆପଣ କେବେ ଚିକେନ ପୋଡା ଖାଇଛନ୍ତି କି ଯଦି ଖାଇ ନାହାନ୍ତି ଆସନ୍ତୁ ତିଆରୀ କରିବା ପତ୍ରପୋଡା ଚିକେନ । ତେବେ ଆସନ୍ତୁ ଜାଣିବା କେମିତି ତିଆରି କରିବେ ପତ୍ରପୋଡା ଚିକେନ୍ ?

ଆବଶ୍ୟକୀୟ ସାମଗ୍ରୀ :-

ଚିକେନ୍ ୫୦୦ ଗ୍ରାମ୍ , ଅଦା ପେଷ୍ଟ ୨ ବଡ ଚାମଚ , ରସୁଣ ପେଷ୍ଟ – ୨ ଚାମଚ , କଟା ପିଆଜ୍ ୩ଟା , ଚିକେନ ପରିମାଣ ଦେଖି ହଳଦୀ ଓ ଲୁଣ , ଲଙ୍କା ଗୁଣ୍ଡ , ଜିରା ଗୁଣ୍ଡ , ଧନିଆ ଗୁଣ୍ଡ , ଅଧ କପ ସୋରିଷ ତେଲ , କଦଳି ପତ୍ର , ଶାଳ ପତ୍ର କିମ୍ବା ଖଲି ।

ପ୍ରଣାଳୀ :-

  1. ପ୍ରଥମେ ଚିକେନକୁ ଛୋଟ ଛୋଟ କାଟି ଭଲ କରି ଧୋଇ ଦିଅନ୍ତୁ । ଏହାପରେ ସେଥିରେ ଅଧାକପ ସୋରିଷ ତେଲ, ଅଦା ପେଷ୍ଟ, ରସୁଣ ପେଷ୍ଟ, କଟା ପିଆଜ, ଚିକେନ ପରିମାଣ ଦେଖି ହଳଦୀ, ଲୁଣ ,ଲଙ୍କା ଗୁଣ୍ଡ, ଜିରା ଗୁଣ୍ଡ, ଧନିଆ ଗୁଣ୍ଡ ପକାଇ ଗୋଳାଇ ଦିଅନ୍ତୁ । ଏହିପରି ଅବସ୍ଥାରେ ଚିକେନ ୧୫ରୁ ୨୦ ମିନିଟ୍ ରଖିଦିାନ୍ତୁ ।
  2. କିଛି ସମୟ ପରେ  କଦଳି ପତ୍ର ବା ଶାଳ ପତ୍ରରେ ଚିକେନକୁ ରଖି ପତ୍ରକୁ ସୁତୁଲିରେ ବାନ୍ଧି ଦିଅନ୍ତୁ । ଏହି ପରି କରି ୩ଟି  କଦଳି ପତ୍ର ଓ ୧ଟି ଖଲି ପତ୍ର ବାନ୍ଧି ଦିଅନ୍ତୁ । ତା ପରେ ଏହା ଉପରେ ଅଙ୍ଗାର ନିଆଁ ଗୁଣ୍ଡ ଦିଅନ୍ତୁ । ଏବେ  ଚୁଲିରେ ଏକ କଢେଇ କିମ୍ବା ମାଟି ପାତ୍ରରେ ବାଲି ରଖି ତା ଉପରେ ବନ୍ଧା ହୋଇଥିବା ଚିକେନକୁ ରଖନ୍ତୁ ।
  3.  ବାଲି ଗରମ ହେବା ପରେ ଚିକେନ୍ ଉପରେ ଅଙ୍ଗାର ନିଆଁ ଦିଅନ୍ତୁ । ଚୁଲିରେ କାଠ କମ ଦେଇ ଜଳାନ୍ତୁ । ଦେଖିବେ ଯେତେବେଳେ ପାଣି ମରିଯିବ ଜାଣିବେ ଚିକେନ ସିଝି ଯାଇଥିବ।
  4. କିଛି ସମୟ ପରେ ଚିକେନକୁ ବାହାର କରନ୍ତୁ । ତାପରେ ଚିକେନ ଉପରେ ଧନିଆ ପତ୍ର ଓ  ଲଙ୍କା ଜିରା ଗୁଣ୍ଡ ଅଳ୍ପ ମାତ୍ରାରେ ଖାଇବାକୁ ଦିଅନ୍ତୁ । ଖାଆନ୍ତୁ ଗରମା ଗରମ ଚିକେନ ପୋଡା ଭାରି ସ୍ୱାଦିଷ୍ଟ ।

ପଢନ୍ତୁ ;

ଆସନ୍ତୁ ଜାଣିବା କେମିତି ତିଆରି କରିବା ପାଲକ୍‌ ପନିର ?

Related posts

ଆଜି ହିଁ ପ୍ରସ୍ତୁତ କରନ୍ତୁ ଦହି ଚିଙ୍ଗୁଡ଼ି,ଜାଣନ୍ତୁ ଏହାର ପ୍ରସ୍ତୁତି ପ୍ରଣାଳୀ

ପ୍ରସ୍ତୁତ କରନ୍ତୁ କ୍ୟାପ୍‌ସିକମ୍‌ ଓ ବେସନ ତରକାରୀ, ଜାଣନ୍ତୁ ଏହାର ପ୍ରସ୍ତୁତି ପ୍ରଣାଳୀ

ଆଜି ହିଁ ଘରେ ପ୍ରସ୍ତୁତ କରନ୍ତୁ ସ୍ୱାଦିଷ୍ଟ ଚିଙ୍ଗୁଡ଼ି ଫ୍ରାଏଡ଼୍‌ ରାଇସ୍‌