ପୋହଳା ମାଛ ପାଟିକୁ ସ୍ୱାଦିଷ୍ଟ ସହିତ ସ୍ୱାସ୍ଥ୍ୟ ପାଇଁ ହିତକର । ଏହି ମାଛରେ ଭିଟାମିନ୍ , ମିନେରାଲ୍ସ , ପ୍ରୋଟିନ, ଫ୍ୟାଟ୍ ଏସିଡ୍ ,କମ୍ପଲେକ୍ସ ଲାଇସୀସ, କ୍ୟାଲସିୟମ୍ , ଥ୍ରିୟୋନିୟନ ପରି ବହୁ ଗୁଣ ରହିଛି। ତେଣୁ ସପ୍ତାହରେ ୩ ଥର ନିଶ୍ଚୟ ପୋହଳା ମାଛକୁ ଖାଦ୍ୟରେ ଖାଆନ୍ତୁ । ତେବେ ଆସନ୍ତୁ ଜାଣିବା ପୋହଳା ବେସର ପ୍ରସ୍ତୁତି ପ୍ରଣାଳୀ ସଂମ୍ପର୍କରେ ।
ପ୍ରସ୍ତୁତି ପ୍ରଣାଳୀ ସଂମ୍ପର୍କରେ
ପୋହଳା ମାଛ – ୬୦୦ ଗ୍ରାମ , ଟମାଟୋ – ୨ଟି ,ପିଆଜ କଟା -୨ଟି ,କଂଚା ଲଙ୍କା – ୨ଟି , ଧନିଆପତ୍ର କଟା ,ଶୁଖିଲା ଆମ୍ବୁଲ ୨ଟି, ଧନିଆ ପାଉଡର ଛୋଟ ଚାମଚ୍ ,ସୋରିଷ ପେଷ୍ଟ ୨ଚାମଚ୍ ,ପଞ୍ଚ ଫୁଟୁଣ ୨ ଚାମଚ୍ , ଲଙ୍କା ଗୁଣ୍ଡ ୨ ଚାମଚ୍ , ସୋରିଷ ତେଲ ୬ ଚାମଚ୍ , ସ୍ୱାଦ ଅନୁସାରେ ଲୁଣ
ପ୍ରଥମେ ମାଛକୁ କାତି ଛଡାଇ ତାର ପିତ ବାହାର କରି ଭଲ ଭାବେ ଧୋଇ ଦିଅନ୍ତୁ । ଏବେ ଏକ ପାତ୍ରରେ ଲୁଣ ଓ ହଳଦୀ ପକାଇ ଗୋଳାଇ ରଖନ୍ତୁ । ଗ୍ୟାସ ଉପରେ ତାଓ୍ଵା ବସାଇ ତେଲ ଗରମ କରି ମାଛକୁ ଭାଜି ରଖନ୍ତୁ । ପରେ ଏକ କଡାଇରେ ତେଲ ଗରମ କରି ଫୁଟୁଣ , କଂଚା ଲଙ୍କା ଓ କଟା ପିଆଜ ପକାଇ କିଛି ସମୟ ଭାଜନ୍ତୁ । ପିଆଜ ଲାଲ ହୋଇ ଆସିଲେ କଟା ଟମାଟୋ ପକାଇ ୩ ମିନିଟ୍ ଭାଜନ୍ତୁ । ଏଥିରେ ସୋରିଷ ପେଷ୍ଟ, ହଳଦୀ ପାଉଡର, ଲୁଣ , ଲଙ୍କାଗୁଣ୍ଡ ଓ ଧନିଆ ପାଉଡର ପକାଇ ମମସଲାକୁ ଭଲଭାବେ କଷନ୍ତୁ । କିଛି ସମୟ ପରେ ମସଲାରେ ଦେଢ କପ୍ ପାଣି ଦେଇ ଫୁଟାନ୍ତୁ। ଏହା ପରେ ଆମ୍ବୁଲ ପକାଇ ସିଝିବାକୁ ଛାଡି ଦିଅନ୍ତୁ । ପୂର୍ବରୁ ହୋଇଥିବା ଭଜା ମାଛକୁ ପକାଇ ଢାଙ୍କୁଣି ଘୋଡାଇ ଦିଅନ୍ତୁ । ଝୋଳ ବହଳିଆ ହୋଇ ଆସିଲେ ଧନିଆପତ୍ର ପକାଇ ଗ୍ୟାସ୍ ବନ୍ଦ କରିଦିଅନ୍ତୁ । ଆପଣଙ୍କର ତିଆରି ହୋଇଗଲା ସ୍ୱାଦିଷ୍ଟ ପୋହଳା ବେସର ।
ପଢନ୍ତୁ ;
ଫିଲ୍ମ ଫ୍ରାଇଡେରେ ପରଦାକୁ ଆସିଲା ବହୁ ପ୍ରତୀକ୍ଷିତ ଫିଲ୍ମ ‘ପ୍ୟାଡ୍ମ୍ୟାନ୍’