ଘରେ କିପରି ପ୍ରସ୍ତୁତ କରନ୍ତୁ ଥାଇ କାଜୁ ଚିକେନ ?ଜାଣନ୍ତୁ ଏହାର ପ୍ରସ୍ତୁତ ପ୍ରଣାଳୀ !

ଆବଶ୍ୟକ ସାମଗ୍ରୀ :-

୩୦୦ ଗ୍ରାମ ଚିକେନ,୩ କ୍ଲୋଭ ରସୁଣ,୧ ଚାମଚ କ୍ୟାପସିକମ,ପିଆଜ ଶଣ୍ଢା,୨ ଚାମଚ ଫିସ ସସ,୩ ଚାମଚ ତେଲ,୧ଟି ପିଆଜ,ଅଧ କପ କାଜୁ,୨ ଚାମଚ ସଏ ସସ,୨ ଚାମଚ ଚିନି,ଗ୍ରୀନ କ୍ୟାପସିକମ ।

ପ୍ରସ୍ତୁତି ପ୍ରଣାଳୀ :-

  • ପ୍ରଥମେ ଏକ ବାଉଲରେ ସଏ ସସ,ଫିସ ସସ,ଚିନି ଏବଂ ସାମାନ୍ୟ ଜଳ ପକାନ୍ତୁ । ଚିନି ଭିଜିବା ପର୍ଯ୍ୟନ୍ତ ଭଲ ଭାବରେ ମିଶାନ୍ତୁ । କିଛି ସମୟ ପାଇଁ ରଖି ଦିଅନ୍ତୁ ।
  • ଏବେ ଏକ ପ୍ୟାନ ବସାଇ ଗରମ କରନ୍ତୁ । ସେଥିରେ ତେଲ ପକାନ୍ତୁ । ତେଲ ଗରମ ହେବା ପରେ ଚିକେନ ପିସକୁ ପକାନ୍ତୁ । ଦୁଇ ପାଶ୍ୱର୍ ଗୋଲଡେନ ରଙ୍ଗ ହେବା ପର୍ଯ୍ୟନ୍ତ ଫ୍ରାଏ କରନ୍ତୁ । ଏହାପରେ ଚିକେନକୁ ବାହାର କରନ୍ତୁ । ଏବେ ପ୍ୟାନରେ ତେଲ ପକାଇ ଗରମ କରନ୍ତୁ ।
  • ଏହାପରେ କଟା ରସୁଣ,କଟା ପିଆଜ ଓ କ୍ୟାପସିକମ ପକାଇ ଭାଜନ୍ତୁ । ଏହାପରେ କାଜୁ ଏବଂ ପିଆଜ ଶଣ୍ଢା ପକାନ୍ତୁ । ଭଲ ଭାବରେ ଫ୍ରାଏ କରନ୍ତୁ ।
  • ଶେଷରେ ଚିକେନକୁ ସେହି ପ୍ୟାନରେ ପକାନ୍ତୁ । ଏହା ଉପରେ ଗ୍ରୀନ ଚିଲି ସସ ଗାର୍ନିସ କରନ୍ତୁ । ଫ୍ରାଏଡ ରାଇସ ସହିତ ସର୍ଭ କରନ୍ତୁ ହଟ ଥାଇ କାଜୁ ଚିକେନ।

ପଢନ୍ତୁ ;

ଘରେ ପ୍ରସ୍ତୁତ କରନ୍ତୁ ସ୍ଵାଦିଷ୍ଟ ପାଓ ଭାଜି, ଜାଣନ୍ତୁ ଏହାର ପ୍ରସ୍ତୁତ ପ୍ରଣାଳୀ !

Related posts

ପ୍ରସ୍ତୁତ କରନ୍ତୁ ମେଥି କର୍ନ ପଲଉ! ଜାଣନ୍ତୁ ଏହାର ପ୍ରସ୍ତୁତି ପ୍ରଣାଳୀ

ଘରେ ପ୍ରସ୍ତୁତ କରନ୍ତୁ ମସରୁମ ଫ୍ରଇଡ ରାଇସ !

ପ୍ରସ୍ତୁତ କରନ୍ତୁ ମାଟିହାଣ୍ଡି କଙ୍କଡ଼ା!ଜାଣିରଖନ୍ତୁ ଏହାର ପ୍ରସ୍ତୁତି ପ୍ରଣାଳୀ