ଦରିଦ୍ରତାକୁ ଦୂର କରିବା ପାଇଁ ଘରେ ରାଶି ଅନୁଯାୟୀ ଗଛ ଲଗାଇବା ଦ୍ୱାରା ମିଳିଥାଏ ଲାଭ ! ଆସନ୍ତୁ ଜାଣିବା ଏହା ବିଷୟରେ

ଗୃହରେ ସୁଖ- ଶାନ୍ତି  ବଜାୟ ରଖିବା ପାଇଁ ଜ୍ୟୋତିଷ ଅନେକ ଉପାୟ ବତାଇଛନ୍ତି  । ଯଦି ବ୍ୟକ୍ତି ରାଶି ଅନୁଯାୟୀ ଉପାୟ ଅବଲମ୍ବନ କରେ ,  ତେବେ ଶୁବ ଶୀଘ୍ର ଶୁଭ ଫଳ ପ୍ରାପ୍ତ ହୋଇଥାଏ  । ଜାତକର ଦୋଷ ଓ ଦରିଦ୍ରତାକୁ ଦୂର କରିବା ପାଇଁ ଘରେ ରାଶି ଅନୁଯାୟୀ ଗଛ ଲଗାଇବା ଦ୍ୱାରା ଲାଭ ମିଳିଥାଏ  । ଏଠାରେ ଜାଣନ୍ତୁ କେଉଁ ରାଶି ପାଇଁ କେଉଁ ଗଛ ଶୁଭ ହୋଇଥାଏ ;

ମେଷ ଓ ବିଚ୍ଛା ରାଶି :  ଯେଉଁ ବ୍ୟକ୍ତିଙ୍କ ରାଶି ମେଷ ଓ ବିଚ୍ଛା । ତାଙ୍କୁ ମଙ୍ଗଳଙ୍କୁ ପ୍ରସନ୍ନ କରିବା ପାଇଁ ଘରେ ଲାଲ ଫୁଲ ଥିବା ଗଛ ଲଗାଇବା ଉଚିତ।

କନ୍ୟା ଓ ମିଥୁନ ରାଶି :  ଯେଉଁ ଲୋକମାନଙ୍କ ରାଶି କନ୍ୟା ବା ମିଥୁନ ତାଙ୍କ ଗ୍ରହ ବୁଧ ହୋଇଥିବାରୁ ଏପରି ଗଛ ଲଗାନ୍ତୁ  । ଯାହା ଛୋଟ ହୋଇଥିବ ଓ ସେଥିରେ ଫୁଲ ଫୁଟୁନଥିବ।

ବୃଷ ଓ ତୁଳା ରାଶି :  ବୃଷ ଓ ତୁଳା ରାଶି ଥିବା ଲୋକଙ୍କ ଗ୍ରହ ସ୍ୱାମୀ ଶୁକ୍ର ହୋଇଥିବାରୁ ନିଜ ଘରେ  ଧଳା ଫୁଲଗଛ ଲଗାନ୍ତୁ।

କର୍କଟ ରାଶି :  କର୍କଟ ଗ୍ରହର ସ୍ୱାମୀ ଚନ୍ଦ୍ର ହୋଇଥାନ୍ତି। ସେଥିପାଇଁ ଏହି ରାଶି ଲୋକଙ୍କ ଘରେ ତୁଳସୀ ବା ଅନ୍ୟ ଛୋଟ ଔଷଧୀୟ ଗଛ ଲଗାଇବ ଦରକାର।

ଧନୁ ଓ ମୀନ ରାଶି :  ବୃହସ୍ପତି ଦେବ ଏହି ରାଶିଙ୍କର ସ୍ୱାମୀ ଅଟନ୍ତି। ଧନୁ ଓ ମୀନ ରାଶି ଥିବା ବ୍ୟକ୍ତିଙ୍କ ଘରେ ହଳଦିଆ ଫୁଲ ଗଛ ଲଗାଇଲେ ସବୁବେଳେ ପାଇଁ ଲାଭରେ ରହିବେ।

ମକର ଓ କୁମ୍ଭ ରାଶି :  ମକର ଓ କୁମ୍ଭ ରାଶିର ସ୍ୱାମୀ ଶନିଦେବ ଅଟନ୍ତି। ଏହି ରାଶିର ଲୋକମାନଙ୍କୁ ଫଳ-ଫୁଲ ହେଉନଥିବା ଗଛ ଲଗାଇବା ଦରକାର। ଯାହାର ଛାୟା ଅଧିକ ହୋଇଥିବ।

ସିଂହ ରାଶି :  ସିଂହ ରାଶି ଥିବା ବ୍ୟକ୍ତିଙ୍କ ଘରେ ଲାଲ ରଙ୍ଗର ଫୁଲ ଥିବା ଗଛ ଲଗାନ୍ତୁ।

ପଢନ୍ତୁ ;

ତରଭୁଜ ମଂଜି ବହୁତ ରୋଗକୁ ନିୟନ୍ତ୍ରଣ କରିଥାଏ ; ଆସନ୍ତୁ ଜାଣିବା ଏହାର ଫାଇଦା ବିଷୟରେ

Related posts

ଏହି ସବୁ ଲକ୍ଷଣରୁ ଜାଣନ୍ତୁ ଘରେ ବାସ୍ତୁଦୋଷ ଅଛି 

ପୁରୁଷଙ୍କ ପାଦର ଗଢ଼ଣ ଅନୁଯାୟୀ ଜାଣନ୍ତୁ କିଏ କେତେ ଭାଗ୍ୟଶାଳୀ

ବାସ୍ତୁଶାସ୍ତ୍ର ମୁତାବକ ଜଳଉତ୍ସ ଘରର କେଉଁ ସ୍ଥାନରେ ରହିଲେ କିପରି ଫଳ ଦେଇଥାଏ