ଗୋଲାପୀ ଓଠ ଚାହୁଁଛନ୍ତି କି? ତେବେ ଆପଣାନ୍ତୁ ଏହି ଟିପ୍ସ

ଅଧିକାଂଶ ସମୟରେ ମହିଳାମାନେ ନିଜ ଓଠ ଜନିତ ସମସ୍ୟାକୁ ନେଇ ବହୁତ ଚିନ୍ତିତ ଥାନ୍ତି । ଓଠ ମୁହଁର ସୌନ୍ଦର୍ଯ୍ୟକୁ ଅଧିକ ଆକର୍ଷଣୀୟ କରିଥାଏ। ତେବେ ଆଜି ଆମେ ଆପଣଙ୍କୁ ଏହି ସମସ୍ୟାରୁ କିପରି ମୁକ୍ତି ପାଇବେ ତାହା ନେଇ କିଛି ସରଳ ଉପାୟ ସଂପର୍କରେ ଆପଣଙ୍କୁ ଜଣାଇବୁ । ଯାହାକୁ ନିୟମିତ ଭାବରେ ବ୍ୟବହାର କଲେ ସବୁଦିନ ପାଇଁ ଏହି ସମସ୍ୟାରୁ ରକ୍ଷା ପାଇପାରିବେ।

ଆସନ୍ତୁ ଜିଣିବା କିଛି ଟିପ୍ସ-

  • କଳା ପଡିଆସୁଥିବା ଓଠର ଉପଚାର ପାଇଁ ବିଟ୍ ରସ ଖୁବ୍ ଉପକାରୀ ହୋଇଥାଏ । ରାତିରେ ଶୋଇବା ପୂର୍ବରୁ ତାଜା ବିଟ୍ ରସ ଓଠରେ ଲଗାନ୍ତୁ ଏବଂ ସକାଳେ ଏହାକୁ ଧୋଇ ଦିଅନ୍ତୁ । ଏହାର ପ୍ରାକୃତିକ ଲାଲ ଉପାଦାନ ଓଠକୁ ମସୃଣ ଓ ଗୋଲାପୀ କରିଥାଏ ।
  • ସମାନ ପରିମାଣର ବିଟ୍ ଓ ଗାଜର ରସ ମିଶାଇ ଓଠରେ ଲଗାନ୍ତୁ ଏବଂ ୧୦ ମିନିଟ୍ ପରେ ଏହାକୁ ଉଷୁମ ପାଣିରେ ଧୋଇ ଦିଅନ୍ତୁ । ତେବେ ସପ୍ତାହକୁ ପାଖାପାଖି ୨-୩ ଥର ଏଭଳି କରିନ୍ତୁ ଏବଂ ଏହାର ଫରକ୍ ଦେଖନ୍ତୁ।
  •  କିଛି  ବୁନ୍ଦା ଅଲିଭ୍ ତେଲରେ ଏକ ଚାମଚ ଚିନି ମିଶାଇ ସପ୍ତାହରେ ଥରେ ଓଠରେ ଲଗାନ୍ତୁ। ଅଧ ଘଂଟା ପରେ ଥଣ୍ଡା ପାଣିରେ ଧୋଇ ଏହା ଉପରେ ଲହୁଣୀ ଲଗାନ୍ତୁ । ଏହା ଦ୍ୱାରା ଓଠ ନରମ ରହିବା ସହ କଳା ପଡି ନଥାଏ।
  • ରାତିରେ ଶୋଇବା ପୂର୍ବରୁ ଓଠରେ ଲେମ୍ବୁ ରସ ଲଗାନ୍ତୁ । ଏଭଳି ରୂପେ ନିୟମିତ ଲଗାଇଲେ କିଛି ମାସରେ ଏହାଦ୍ୱାରା ସୁଫଳ ମିଳିଥାଏ।
  • ଫାଳେ ଲେମ୍ବୁରେ କିଛି ମାତ୍ରାରେ ଚିନି ମିଶାଇ ଓଠରେ ଘଷନ୍ତୁ ।ଏହା ଦ୍ୱାରା ମୃତ କୋଷ ବାହାରିଯାଏ ଏବଂ କଳା ଦାଗ ଦୂର ହେବା ସହ ଓଠ ଫାଟିବା ଆଦି ସମସ୍ୟା ଦୂର ହୋଇଥାଏ।

ପଢନ୍ତୁ;

ଶୋଇବା ପୂର୍ବରୁ କେତେ ପାଣି ପିଇବା ଦରକାର ଏବଂ ଏଥିରୁ କ’ଣ ଲାଭ ମିଳିଥାଏ ? ଜାଣନ୍ତୁ ସେ ସମ୍ପର୍କରେ

Related posts

ଅଣ୍ଟା ବ୍ୟଥାର ମୁଖ୍ୟ କାରଣ, ଲକ୍ଷଣ ଓ ପ୍ରତିକାର ବିଷୟରେ ସଂକ୍ଷିପ୍ତ ବିବରଣୀ

କାନରେ ବି ହେଇପାରେ କ୍ୟାନସର, ଜାଣିରଖନ୍ତୁ ଏହାର କିଛି ଲକ୍ଷଣ

ଉଚ୍ଚ ରକ୍ତଚାପର ଲକ୍ଷଣ ଓ ଘରୋଇ ଉପଚାର ବିଷୟରେ ନଜର ପକାନ୍ତୁ