ଆମିଷ ଖାଇବା ପରେ ବାସନରୁ ଦୁର୍ଗନ୍ଧ ଆସୁଛି କି? ତେବେ ଆପଣାନ୍ତୁ ଏହି ଘରୋଇ ଉପାୟ

ସାଧାରଣତଃ ଆମେ ଆମିଷ ଖାଇସାରିବା ପରେ ଯେତେଥର ବାସନ ଧୋଇଲେ ବି ସେଥିରୁ ଦୁର୍ଗନ୍ଧ ଆସିଥାଏ। ଏହି ସମସ୍ୟାରେ ଅନେକ ଲୋକ ପଡିଥାନ୍ତି , ଆପଣ ମଧ୍ୟ ଏହି ସମସ୍ୟାରେ ପଡିଥିବେ। ତେବେ ଚିନ୍ତା କରନ୍ତୁ ନାହିଁ।

ଏହି ସମସ୍ୟାରୁ ମୁକ୍ତି ପାଇବାକୁ ଆପଣାନ୍ତୁ ଏହି ଉପାୟ-

  • କମଳା ଚୋପା-ମାଛ ତରକାରୀ କରିଥିବା ବାସନରେ ଲେମ୍ୱୁ କିମ୍ୱା କମଳା ଚୋପାକୁ ପାଣିରେ ପକାଇ ଗରମ କରନ୍ତୁ। ଏହାକୁ ୩୦ ମିନିଟ୍‌ ରଖିବା ପରେ ସାବୁନରେ ଧୋଇଦିଅନ୍ତୁ। ଦେଖିବେ ସେହି ବାସନରୁ ବାସ୍ନା ପୂରା ଉଡ଼ିଯିବ।
  • ସେଓ- ଆମିଷ ରୋଷେଇ କରିବା ପୂର୍ବରୁ ସେହି ବାସନରେ ସେଓର ଏକ ଖଣ୍ଡ ଘଷିଦିଅନ୍ତୁ। ଏହାଦ୍ୱାରା ଦୁର୍ଗନ୍ଧ ମରିଯିବ।
  • ଲେମ୍ୱୁ- ବାସନରୁ ଆଇଁଷ ବାସ୍ନା ହଟାଇବା ପାଇଁ ଲେମ୍ୱୁ ଚୋପା ଘୋଷନ୍ତୁ। ଏହାପରେ ଏହାକୁ ୨୦ ମିନିଟ୍ ଛାଡ଼ି ଧୋଇ ଦିଅନ୍ତୁ। ଆପଣ ଚାହିଁଲେ ଏକ କପଡ଼ାରେ ଲେମ୍ୱୁ ରସ ମିଶାଇ ବାସନକୁ ସଫା ମଧ୍ୟ କରିପାରିବେ।
  • ଭିନେଗାର-ଭିନେଗାର କେବଳ ବାସନର ମଇଳା ସଫା କରେ ନାହିଁ ଏହା ବାସନକୁ ଚକ୍‌ଚକ୍‌ ମଧ୍ୟ କରିଥାଏ। ଯଦି ଆପଣ ବାସନରୁ ବାସ୍ନା ହଟାଇବା ପାଇଁ ଚିନ୍ତା କରୁଛନ୍ତି ତେବେ ପ୍ରଥମେ ବାସନକୁ ହାଲ୍‌କା ଭାବେ ସାବୁନରେ ସଫା କରି ଦିଅନ୍ତୁ। ଏହାପରେ ବାସନରେ ଏକ ଚାମଚ ଭିନେଗାର ପକାଇ କିଛି ସମୟ ଛାଡ଼ି ଦିଅନ୍ତୁ। ଆଉ ଧୋଇଦେଲା ପରେ ଦେଖିବେ ଆଇଁଷ ବାସ୍ନା ପୂରା ଗାଏବ।
  • ଡିସ୍‌ ୱାସ ସାବୁନ ବ୍ୟବହାର କରନ୍ତୁ-ବାସନରୁ ଆଇଁଷ ବାସ୍ନା ଦୂର କରିବା ପାଇଁ କିଛି ସମୟ ଗରମ ପାଣି ଏହାକୁ ଛାଡ଼ି ଦିଅନ୍ତୁ। ଏହାପରେ ଲିକୱିଟ୍‌ ଶୋପ୍‌ରେ ଧୋଇ ଦିଅନ୍ତୁ।

ପଢନ୍ତୁ; ସାଥୀଙ୍କ ମନ ବୁଝିବାର ସହଜ ଉପାୟ

Related posts

ଉଚ୍ଚ ରକ୍ତଚାପର ଲକ୍ଷଣ ଓ ଘରୋଇ ଉପଚାର ବିଷୟରେ ନଜର ପକାନ୍ତୁ

ଚର୍ମ ଜନିତ ସମସ୍ୟାରୁ ମୁକ୍ତି ପାଇବା ପାଇଁ କିଛି ଘରୋଇ ଉପଚାର ବିଷୟରେ ଜାଣନ୍ତୁ

୧୦ ମିନିଟ କଠିନ ବ୍ୟାୟାମ ରେ ଶରୀରକୁ କି ଉପକାର ମିଳେ ନଜର ପକାନ୍ତୁ