ବେକର କଳା ଦାଗକୁ ନେଇ ଚିନ୍ତିତ ଅଛନ୍ତି କି? ଏହି ସମସ୍ୟାରୁ ମୁକ୍ତି ପାଇବାକୁ ଆପଣାନ୍ତୁ ଏହି ଉପାୟ!

ତ୍ଵଚାରେ ଉଜ୍ଜଳ ଏବଂ ଚମକ ଆଣିବାକୁ ସମସ୍ତେ ଚାହିଁଥାନ୍ତି। ନିଜ ରୂପରେ ସମସ୍ତଙ୍କୁ ଆକର୍ଷିତ କରିବାକୁ ଲୋକମାନେ ବିଭିନ୍ୟ ରାସାୟନିକ ପଦାର୍ଥ ବ୍ୟବହାର କରିଥାନ୍ତି। ମୁହଁର ଚମକ ସହ ବେକର ମଧ୍ୟ ଚମକ ଆଣିବା ନିହାତି ଦରକାର। ଅଧିକ ପ୍ରଦୂଷଣ ମୁହଁ ସହ ବେକ ଉପରେ ମଧ୍ୟ ପ୍ରଭାବ ପକାଏ ବୋଲି କେହି ଭାବନ୍ତି ନାହିଁ । କେବେ ଆପଣ ମୁହଁ ସହ ବେକକୁ ତୁଳନା କରିଛନ୍ତି ? ମୁହଁକୁ ସଫା କରିବା ନିଶାରେ ଆପଣଙ୍କ ବେକରେ ଥିବା କଳା ଦାଗ ଧୀରେ ଧୀରେ ବଢ଼ିବାରେ ଲାଗିଥାଏ।

ତେବେ ଆସନ୍ତୁ ଜାଣିବା ଏହି ଅସୁବିଧାରୁ ମକ୍ତି ପାଇବାର ଉପାୟ-

  • କଳା ଦାଗ ଦୂର କରିବାର ଏକ ଉପାୟ ହେଲା ଅଧା ଚାମଚ ଲୁଣରେ ଗୋଟେ ଚାମଚ ବେକିଙ୍ଗ ସୋଡ଼ା ଏବଂ ଅଧା ଚାମଚ ନଡ଼ିଆ ତେଲ ମିଶାନ୍ତୁ । ଏହି ମିଶ୍ରଣକୁ ବେକରେ ୫ମିନିଟ୍‌ ପର୍ଯ୍ୟନ୍ତ ଘଷନ୍ତୁ । ଏପରି କରିବା ଦ୍ୱାରା ବେକରୁ ମୃତ କୋଷିକାଗୁଡ଼ିକ ବାହାରି ଯାଇଥାଏ। ବେକ ସଫା ଲାଗିଥାଏ।
  • ଗୋଟେ ପୂରା ଚାମଚ ଚନ୍ଦନ ପାଉଡ଼ରରେ ମୁଲତାନି ମାଟି, ଲେମ୍ବୁ ରସ ଏବଂ କଞ୍ଚା କ୍ଷୀର ମିଶାଇ ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ । ଏହି ମିଶ୍ରଣକୁ ବେକରେ ଲଗାଇବା ସହ ୧୦ମିନିଟ୍‌ ପାଇଁ ଛାଡ଼ି ଦିଅନ୍ତୁ । ଏପରି କରିବା ଦ୍ୱାରା ବେକରେ ଥିବା କଳା ଦାଗ ଧୀରେ ଧୀରେ ଦୂର ହୋଇଯାଇଥାଏ।
  • ବେକରୁ କଳା ଦାଗ ଛଡ଼ାଇବା ପାଇଁ ଆପଣ ଷ୍ଟିମିଙ୍ଗ ମଧ୍ୟ କରିପାରିବେ। ପ୍ରଥମେ ଗରମ ପାଣିରେ ଟାେଓ୍ଵଲ ବୁଡ଼ାଇ ବେକରେ ଗୁଡ଼ାଇଦେବେ। ୫ ମିନିଟ୍‌ ରଖିବା ପରେ ଏହାକୁ କାଢ଼ି ଦିଅନ୍ତୁ। ଏପରି କରିବା ଦ୍ୱାରା ଆପଣଙ୍କ ତ୍ୱଚା ନରମ ହେବା ସହ ବେକରେ ଥିବା ମଇଳା ବାହାରି ଯାଇଥାଏ।

ପଢନ୍ତୁ;

ଖାଦ୍ୟକୁ ଚୋବାଇ ଖାଇଲେ ଓଜନ ବଢେନା

Related posts

ଉଚ୍ଚ ରକ୍ତଚାପର ଲକ୍ଷଣ ଓ ଘରୋଇ ଉପଚାର ବିଷୟରେ ନଜର ପକାନ୍ତୁ

ଚର୍ମ ଜନିତ ସମସ୍ୟାରୁ ମୁକ୍ତି ପାଇବା ପାଇଁ କିଛି ଘରୋଇ ଉପଚାର ବିଷୟରେ ଜାଣନ୍ତୁ

୧୦ ମିନିଟ କଠିନ ବ୍ୟାୟାମ ରେ ଶରୀରକୁ କି ଉପକାର ମିଳେ ନଜର ପକାନ୍ତୁ