ଘରେ ପ୍ରସ୍ତୁତ କରନ୍ତୁ ବନ୍ଧା କୋବି ଆଚାର! ଜାଣିରଖନ୍ତୁ ଏହାର ପ୍ରସ୍ତୁତି ପ୍ରଣାଳୀ

ଆବଶ୍ୟକ ସାମଗ୍ରୀ

ବନ୍ଧାକୋବି ଗୋଟିଏ, ତେନ୍ତୁଳି, ଲୁଣ, ହଳଦୀ, ସୋରିଷ, ରିଫାଇନ୍ ତେଲ, ମେଥି, ଲଙ୍କା ଗୁଣ୍ଡ, ଶୁଖିଲା ଲଙ୍କା ଓ ହେଙ୍ଗୁ।

ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ ବନ୍ଧା କୋବିର ୩/୪ଟି ପତ୍ର କାଢ଼ି ଦିଅନ୍ତୁ। ସେଗୁଡ଼ିକୁ ବ୍ୟବହାର ହେବ ନାହିଁ। ଏବେ କୋବିକୁ ଚୂନା ଚୂନା କରି କାଟି ଦିଅନ୍ତୁ। ସେଥିରେ ଲୁଣ ଓ ହଳଦୀ ଗୋଳାଇ ଦୁଇ ଘଣ୍ଟା ରଖି ଦିଅନ୍ତୁ। ଦୁଇ ଘଣ୍ଟା

ପରେ ଏହାକୁ ତେନ୍ତୁଳି ସହ ବାଟି ଦିଅନ୍ତୁ। ବାଟଣାରେ ଅଳ୍ପ ଲଙ୍କା ଗୁଣ୍ଡ ମିଶାନ୍ତୁ। ବର୍ତ୍ତମାନ ଏକ ଚାମଚ ସୋରିଷ, ଏକ ଚାମଚ ମେଥି ଓ ହେଙ୍ଗୁକୁ ଭାଜି ଗୁଣ୍ଡ କରନ୍ତୁ। ଏହି ଗୁଣ୍ଡକୁ ମଧ୍ୟ ବନ୍ଧାକୋବି ବାଟଣାରେ ମିଶାନ୍ତୁ।

ଏବେ କଡ଼େଇରେ ତେଲ ଗରମ କରି ଫୁଟଣ ଓ ଶୁଖିଲା ଲଙ୍କା ପକାଇ ଭାଜନ୍ତୁ। ସୋରିଷ ଫୁଟିଲେ କଡ଼େଇକୁ ତଳକୁ ଓହ୍ଲାଇ ଥଣ୍ଡା କରି ନିଅନ୍ତୁ। ତା’ପରେ ଏହାକୁ ବନ୍ଧାକୋବି ବଟାରେ ମିଶାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ବନ୍ଧାକୋବି ଆଚାର। ଏହା ଦୁଇ ମାସ ପର୍ଯ୍ୟନ୍ତ ରହିବ।

ପଢନ୍ତୁ; କାକୁଡି ଖାଇବା ଦ୍ଵାରା କେଉଁ ସବୁ ରୋଗ ଦୂର ହୋଇଥାଏ ଜାଣନ୍ତୁ ?

Related posts

ପ୍ରସ୍ତୁତ କରନ୍ତୁ ମେଥି କର୍ନ ପଲଉ! ଜାଣନ୍ତୁ ଏହାର ପ୍ରସ୍ତୁତି ପ୍ରଣାଳୀ

ଘରେ ପ୍ରସ୍ତୁତ କରନ୍ତୁ ମସରୁମ ଫ୍ରଇଡ ରାଇସ !

ପ୍ରସ୍ତୁତ କରନ୍ତୁ ମାଟିହାଣ୍ଡି କଙ୍କଡ଼ା!ଜାଣିରଖନ୍ତୁ ଏହାର ପ୍ରସ୍ତୁତି ପ୍ରଣାଳୀ