ଖରାଦିନେ ଘରେ କିପରି ପ୍ରସ୍ତୁତ କରିବେ ବାଦାମ କୁଲ୍‌ଫି ଜାଣନ୍ତୁ ?

ଖରାଦିନେ ସମସ୍ତେ ନିଜକୁ ଫିଟ୍ ରଖିବା ପାଇଁ କିଛି ନା କିଛି କରିଥାଆନ୍ତି । କିଏ ଖରାଦିନେ ଥଣ୍ଡା ପାନୀୟ ପିଇ ଥାଏ ତ କିଏ ଖରାରୁ ରକ୍ଷା ପାଇଁ ଭିଭିନ୍ନ ଜୁଷ ପିଇ ଥାଏ ।  ଖରାଦିନେ ଲୋକମାନେ ଆଇସକ୍ରିମ ବିଶେଷ କରି ବାଦାମ କୁଲ୍‌ଫି ଖାଇଥାଆନ୍ତି । କୁଲ୍‌ଫି ଖାଇବାକୁ ପ୍ରାୟତଃ ସମସ୍ତେ ଭଲ ପାଆନ୍ତି। ଯଦି ଆପଣ ବି କୁଲ୍‌ଫି ଖାଇବାକୁ ପସନ୍ଦ କରୁଛନ୍ତି ଏବେ ଘରେ ପ୍ରସ୍ତୁତ କରନ୍ତୁ ଟେଷ୍ଟି ବାଦାମ କୁଲ୍‌ଫି ।

ଆବଶ୍ୟକ ସାମଗ୍ରୀ :-

ଗୋଟିଏ କପ୍‌ କଟା ହୋଇଥିବା ବାଦାମ
ଗୋଟିଏ କଣ୍ଡେଷ୍ଟ ମିଲ୍କ
ଅଧା କପ୍‌ କ୍ଷୀର
କ୍ରିମ୍‌
କେଶର

ପ୍ରଣାଳୀ :-

ଏକ ବଡ ଜାଗାରେ ବାଦାମ, କ୍ରିମ୍‌ ଓ କଣ୍ଡେଷ୍ଟ ମିଲ୍କ ଭଲ ଭାବେ ଗୋଳାଇ ବହଳିଆ ପେଷ୍ଟ ତିଆରି କରନ୍ତୁ । ଏହାପରେ ଅଳ୍ପ ଆଞ୍ଚରେ ଏକ ପ୍ୟାନ୍‌ରେ କ୍ଷୀର ଫୁଟାଇ ରଖନ୍ତୁ । ଏଥିରେ କେଶର ପକାଇ ଦିଅନ୍ତୁ। କେଶର କ୍ଷୀରରେ ମିଶିଗଲା ପରେ କ୍ଷୀରର ରଙ୍ଗ ପରିବର୍ତ୍ତନ ହେବ ।

ଏହାପରେ ଗ୍ୟାସ ବନ୍ଦ କରି ଥଣ୍ଡା ହେଲା ଯାଏଁ ରଖନ୍ତୁ । ଏବେ କେଶର କ୍ଷୀରକୁ ପ୍ରସ୍ତୁତ କରିଥିବା ପେଷ୍ଟ ସହ ମିଶାଇ ଦିଅନ୍ତୁ। ଏହାପରେ ଅଳ୍ପ ଆଞ୍ଚରେ ବାଦାମକୁ ଭାଜି ଦିଅନ୍ତୁ । ଏହାପରେ ଏହାକୁ କାଟି ଦିଅନ୍ତୁ । ସେଥିମଧ୍ୟରୁ କିଛି ବାଦାମକୁ ପେଷ୍ଟରେ ମିଶାଇ ଦିଅନ୍ତୁ ଓ ଆଉ କିଛି ଗାର୍ନିସ ପାଇଁ ଅଲଗା ରଖନ୍ତୁ ।

ଏବେ ପ୍ରସ୍ତୁତ ହୋଇଥିବା ପେଷ୍ଟ କୁଲ୍‌ଫିକୁ ୪ ଘଣ୍ଟା ଫ୍ରିଜ୍‌ରେ ରଖନ୍ତୁ । ଏହାପରେ ଫ୍ରିଜ୍‌ରୁ ବାହାର କରି ବାଦାମ ଓ କେଶର ଗାର୍ନିସ କରି ଥଣ୍ଡା ଥଣ୍ଡା ସର୍ଭ କରନ୍ତୁ ।

ପଢନ୍ତୁ ;

୬୫ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା : ଶ୍ରୀଦେବୀ ସର୍ବଶ୍ରେଷ୍ଠ ଅଭିନେତ୍ରୀ , ବିନୋଦ ଖାନାଙ୍କୁ ଦାଦା ସାହେବ ଫାଲକେ ସମ୍ମାନ

Related posts

ପ୍ରସ୍ତୁତ କରନ୍ତୁ ମେଥି କର୍ନ ପଲଉ! ଜାଣନ୍ତୁ ଏହାର ପ୍ରସ୍ତୁତି ପ୍ରଣାଳୀ

ଘରେ ପ୍ରସ୍ତୁତ କରନ୍ତୁ ମସରୁମ ଫ୍ରଇଡ ରାଇସ !

ପ୍ରସ୍ତୁତ କରନ୍ତୁ ମାଟିହାଣ୍ଡି କଙ୍କଡ଼ା!ଜାଣିରଖନ୍ତୁ ଏହାର ପ୍ରସ୍ତୁତି ପ୍ରଣାଳୀ