ଘରେ ପ୍ରସ୍ତୁତ କରନ୍ତୁ ବନାନା ଲସି !

ଖରାଦିନେ ସମସ୍ତେ ଜୁସ ପିଇବାକୁ ପସନ୍ଦ କରିଥାଆନ୍ତି । ଏହା ଖରାରୁ ରକ୍ଷା ମଧ୍ୟ କରିଥାଏ । ତେବେ ଆପଣ ଜାଣିଛନ୍ତି କି କେମିତି ଘରେ ପ୍ରତୁତ କରିବେ ବନାନା ଲସି । ତେବେ ଆସନ୍ତୁ ଜାଣିବା ସେ ସମ୍ପର୍କରେ ।

ଆବଶ୍ୟକ ସାମଗ୍ରୀ :-

ପାଚିଲା କଦଳୀ-ଦୁଇଟି,ଦହି ଅଧା କପ,ଚିନି ଦୁଇ ଚାମଚ, ଇଲାଇଚି ପାଉଡର ଅଳ୍ପ ପରିମାଣର,ପିସ୍ତା ବାଦାମ ଏକ ଚାମଚ କଟା ହୋଇଥିବା,ବରଫ ଖଣ୍ଡ ୩-୪ଟି,କାଜୁ ବାଦାମ ଏକ ଚାମଚ କଟା ।

ପ୍ରଣାଳୀ :-

  • ପ୍ରଥମେ ପାଚିଲା କଦଳୀରୁ ଚୋପା ଛଡାଇ ଦେଇ ତାକୁ ଛୋଟ ଛୋଟ ଖଣ୍ଡ କରି ଦିଅନ୍ତୁ । ଏବେ ମିକ୍ସଚରରେ କଟା ହୋଇଥିବା କଦଳୀ ସହ ଦହି, ଚିନି ପକାଇ ଗ୍ରାଇଣ୍ଡ କରି ଦିଅନ୍ତୁ ।
  • ଏବେ ଲସିରେ ବରଫଖଣ୍ଡ ପକାଇ ମିକ୍ସ କରିଦିଅନ୍ତୁ । ଏହାପରେ ଲସିରେ ଅଳ୍ପ ଟିକେ ଲୁଣ, ଅଳେଇଚ ପାଉଡର ପକାଇ ଭଲଭାବେ ଫେଣ୍ଟି ଦିଅନ୍ତୁ । ଏବେ ଆପଣଙ୍କ ସ୍ବାଦିଷ୍ଟ ଲସି ପ୍ରସ୍ତୁତ ହୋଇଗଲା ।

ପଢନ୍ତୁ ;

ଲଚ୍ଛା ପରଟାର ସ୍ଵାଦ ନିଆରା! ଆସନ୍ତୁ ଜାଣିବା କେମିତି ତିଆରି କରିବା ଲଚ୍ଛା ପରଟା

Related posts

ଜାଣନ୍ତୁ କିପରି ପ୍ରସ୍ତୁତ କରିବେ “ଖଟା ମିଠା ଚଟପଟା ମାଛ ତରକାରୀ”

ଆଜି ହିଁ ଘରେ ପ୍ରସ୍ତୁତ କରନ୍ତୁ “ମସଲା ଆଳୁ ପୁରୀ”

ଆସନ୍ତୁ ତିଆରି କରିବା “ବେଙ୍ଗଲୀ ଷ୍ଟାଇଲ୍‌ ଫିଶ୍‌ ଫ୍ରାଏ”