ମୁହଁରେ ବ୍ରଣ ହେଉଛି କି!!! ଜାଣନ୍ତୁ ଏହାର କାରଣ ଓ ନିରାକରଣର ଉପାୟ

ସାଧାରଣତଃ ମୁହଁରେ ଅଧିକ ବ୍ରଣ  ହୋଇଥାଏ । ମୁହଁର ଏପରି କେତକ ସ୍ଥାନ ଅଛି ଯେଉଁଠାରେ ଅଧିକ ବ୍ରଣ ହୋଇଥାଏ । ଯୁବକ ହୁଅନ୍ତୁ ବା ଯୁବତୀ କିଶୋର ଅବସ୍ଥାରେ ବ୍ରଣ ସମସ୍ୟା  ଦେଖା ଦିଏ । ଏହାର ଅନେକ କାରଣ ରହିଛି । ଶରୀର ବାହାର  ଭିତର ତତ୍ୱ ଯୋଗୁଁ ବ୍ରଣ ସମସ୍ୟା ଦେଖାଦିଏ ।ଅଧିକ ବ୍ରଣ କପାଳ ଓ  ଗାଲରେ ହୋଇଥାଏ  । ଏହା ସହ ଓଠ ତଳେ ପାର୍ଶ୍ୱରେ, ନାକରେ , ଭୃଲତା ମଝିରେ ବ୍ରଣ ହୋଇଥାଏ । ତେବେ ଆସନ୍ତୁ ଜାଣିବା ଏହାର କାରଣ  କଣ ହୋଇଥାଏ।

ଗାଲରେ ବ୍ରଣ – ରକ୍ତରେ ଶର୍କରା ବା ସୁଗାର  ସ୍ତର ବୃଦ୍ଧି ପାଇଲେ ଗାଲରେ ଅଧିକ ବ୍ରଣ ହୋଇଥାଏ । ଏପରି ହେଲେ ମିଠା ଓ ଚିନି ଖାଇବା କମାଇ ଦିଅନ୍ତୁ । ଆବଶ୍ୟକୀୟ ଅନୁସାରେ ପାଣି ପିଅନ୍ତୁ । ମିଠା ଓ ତେଲିଆ ଖାଦ୍ୟ କମ୍‌ ଖାଆନ୍ତୁ । ମୁହଁକୁ ପିରଷ୍କାର କପଡାରେ ଏକାଧିକ ଥର ପୋଛନ୍ତୁ । ବ୍ରଣ ସମସ୍ୟାରୁ ଅନେକାଂଶରେ ମୁକ୍ତି ମିଳିବ ।
ନାକରେ ବ୍ରଣ- ଅଧିକ ମସଲା ଯୁକ୍ତ ତେଲିଆ  ଖାଦ୍ୟ ଖାଇଲେ ନାକରେ ଅଧିକ ବ୍ରଣ ହୋଇଥାଏ । ଶୋଇବା ଏପଟ ସେପଟ, ରକ୍ତଚାପରେ ବ୍ୟତିକ୍ରମ ହେଲେ ବି ନାକରେ ବ୍ରଣ ହୋଇଥାଏ ।
କପାଳରେ ବ୍ରଣ – କପାଳରେ ଅଧିକ ବ୍ରଣ ହେବାର ଅନ୍ୟ ଏକ ମୁଖ୍ୟ କାରଣ ହେଉଛି ଚିନ୍ତା ଓ କମ୍‌ ନିଦ । ଆପଣ ଠିକ୍‌ ସମୟରେ ଶୋଉ ନ ଥିଲେ , ଶୋଇବା ସମୟ ଏପଟ ସେପଟ ହେଲେ ଅଧିକ ବ୍ରଣ ହୋଇଥାଏ । ଗ୍ୟାସ ସମସ୍ୟା ହେଲେ ବି ଅଧିକ ବ୍ରଣ ହୁଏ ।
ଓଠତଳେ ଓ ପାର୍ଶ୍ୱରେ- ଓଠ ତଳେ ଓପାର୍ଶ୍ୱରେ ବ୍ରଣ ହେଲେ ଏହା ହରମୋନ୍‌ଗତ  କାରଣରୁ ହୋଇଥାଏ । ଏଥିପାଇଁ ବିଶେଷଜ୍ଞମାନେ ହରମୋନ୍‌ର ସ୍ତର ଯାଞ୍ଚ କରିବାକୁ ପରାମର୍ଶ ଦେଇଥାଆନ୍ତି । ଏହି ସ୍ଥାନରେ ଛୋଟ ଓ ନାଲି ରଙ୍ଗର ବ୍ରଣ ହୋଇଥାଏ । ମହିଳାମାନଙ୍କର ଆଣ୍ଡ୍ରୋଜେନ୍‌ ସମସ୍ୟା ହେଲେ ଏଠାରେ ବ୍ରଣ ହୋଇଥାଏ ।
ପଢନ୍ତୁ: ମହିଳା ଓ ପୁରୁଷଙ୍କ ପାଇଁ ସଞ୍ଜିବନୀ ବୁଟି ପରି କାମ ଦିଏ ଡିମିରି ଫୁଲ: ଜାଣନ୍ତୁ କିପରି

Related posts

ଖରା ଦିନେ କଞ୍ଚାଲଙ୍କା ଖାଇଲେ ମିଳିଥାଏ ଅନେକ ଫାଇଦା: ଜାଣନ୍ତୁ କ’ଣ କ’ଣ

ବାତ୍ୟା ପୂର୍ବରୁ ଓ ପରେ ଜାଣନ୍ତୁ କଣ କରିବା ଉଚିତ

ସ୍ମରଣ ଶକ୍ତିକୁ ବଢାଇବାର ରାମବାଣ ଉପାୟ, ଏବେହିଁ ପଢନ୍ତୁ