ଥକ୍କାପଣକୁ ଅଣଦେଖା କରନ୍ତୁ ନାହିଁ? ନଚେତ୍ ହୋଇପାରେ ଏହିସବୁ ସମସ୍ୟା!

Closeup portrait of a young woman looking depressed

ଥକ୍କାପଣ  ଅଧିକ ଲାଗିଲେ ଏଥିରୁ ଶାନ୍ତି ପାଇବାକୁ ଲୋକମାନେ ଚା ପଈଥାନ୍ତି। କିନ୍ତୁ ଚା’ପିଇବା ପରେ ମଧ୍ୟ ଯଦି ଥକ୍କାପଣ ଯାଇନଥାଏ ତେବେ ଏହା କ୍ରୋନିକ୍ ଫାଟିଗ୍ୟୁ ସିନଡ଼୍ରମର ଲକ୍ଷଣ ବୋଲି ଜାଣି ନିଅନ୍ତୁ। ଯଦି ଶରୀରରେ ଏହି ସମସ୍ୟାର ସୃଷ୍ଟି ହୋଇଥାଏ ତେବେ ସାରାଦିନ ଗୋଟେ ଲୋକକୁ ଥକ୍କାପଣ ଅନୁଭବ ହୋଇଥାଏ। ଯାହାର ପ୍ରଭାବ ମଣିଷର ଶାରୀରିକ ଏବଂ ମାନସିକ ଅବସ୍ଥା ଉପରେ ପଡ଼ିଥାଏ।

ଆସନ୍ତୁ ଜାଣିବା ଏହି ଲକ୍ଷଣକୁ ଅଣଦେଖା କରିବା ଦ୍ୱାରା ଶରୀରରେ କେଉଁ ସମସ୍ୟା ଦେଖା ଯାଇଥାଏ-

  • ଯଦି ଶରୀରରେ ଆନେମିଆରେ ସମସ୍ୟା ରହିଥାଏ ତେବେ ଦିନ ସାରା ଥକ୍କାପଣ ଅନୁଭବ ହୋଇଥାଏ । ଶରୀରର ଚର୍ମ ହଳଦିଆ ପଡ଼ିବା ସହ ଚିଡ଼ଚିଡ଼ାପଣର ଲକ୍ଷଣ ଦେଖାଯାଇଥାଏ।

  • ୩୦-୪୦ବର୍ଷ ମଧ୍ୟରେ ହେଉଥିବା ଥକ୍କାପଣର କାରଣ ଥାଇରଏଡ଼୍ ମଧ୍ୟ ହୋଇପାରେ। ଥାଇରଏଡ଼୍ ଗ୍ରନ୍ଥି ଟି୩ ଏବଂ ଟି୪ ଭଳି ହରମୋନ୍ ଶରୀରରେ ତିଆରି କରିଥାଏ । କିନ୍ତୁ ବୟସ ଗଡ଼ିବା ସହ ଏହି ହରମୋନ ପରିମାଣ ଶରୀରରେ କମ ହୋଇ ଯାଇଥାଏ। ଯାହା ଫଳରେ ଥକ୍କାପଣର ସମସ୍ୟା ଦେଖା ଯାଇଥାଏ।
  • ଦିନରେ କିଛି କାମ ନ କରି ଥକ୍କାପଣ ଅନୁଭବ କରୁଥିଲେ ଖୁବ୍ ଶୀଘ୍ର ଆପଣଙ୍କ ଶରୀରରେ ହୃଦଜନିତ ସମସ୍ୟା ଦେଖାଯିବ ବୋଲି ଜାଣି ନିଅନ୍ତୁ। ଏହି ସମସ୍ୟାକୁ ଦୂର କରିବା ପାଇଁ ନିଶାଦ୍ରବ୍ୟ ସେବନଠାରୁ ଦୂରରେ ରୁହନ୍ତୁ। ୩୦-୬୦ମିନିଟ୍ ପର୍ୟ୍ୟନ୍ତ ଏରୋବିକ୍ ବ୍ୟାୟାମ କରନ୍ତୁ।
  • ପ୍ରତିଦିନ ଥକ୍କାପଣ ଅନୁଭବ ହେଉଥିଲେ ଯକୃତ ଜନିତ ସମସ୍ୟା ଦେଖା ଯିବାର ଆଶଙ୍କା ବଢ଼ି ଯାଇଥାଏ। ଯକୃତ ଜନିତ ସମସ୍ୟା ହେବା ଦ୍ୱାରା ଜ୍ୱର ହେବା, କାଶ ହେବା, ଭୋକ ନ ଲାଗିବା ଏବଂ ଶରୀର ପୀଡ଼ା ଇତ୍ୟାଦି ଲକ୍ଷଣ ଦେଖା ଯାଇଥାଏ।

ପଢନ୍ତୁ; ଚାର୍ଜରେ ବସିଥିବା ବେଳେ ମୋବାଇଲ୍ ବ୍ୟାଟେରି ବିସ୍ଫୋରଣ : ଛାତ୍ରଙ୍କ ଆଖି ନଷ୍ଟ

Related posts

ଆପଣଙ୍କ ଓଠ ଫାଟୁଛି କି ? ତେବେ ଜାଣିରଖନ୍ତୁ ଏହି ଘରୋଇ ଉପଚାର

ସକାଳୁ ଗରମ ଲେମ୍ବୁ ପାଣି ପିଇବା ଦ୍ଵାରା କଣ ଫାଇଦା ମିଳିଥାଏ? ଜାଣନ୍ତୁ

ଦହି ପାଣି ପିଇବା ଦ୍ଵାରା କଣ ଲାଭ ମିଳିଥାଏ? ଆସନ୍ତୁ ଜାଣିବା ସେ ସମ୍ପର୍କରେ