କଳା ଦାଗ ପାଇଁ ଚିନ୍ତିତ କି? ତେବେ ଏହାକୁ ଦୂର କରିବାକୁ ଆପଣାନ୍ତୁ ଏହି ଘରୋଇ ଉପଚାର

ସମସ୍ତେ ଚାହାନ୍ତି ସୁନ୍ଦର ଓ ଚମକୁଥିବା ଚେହେରା କିନ୍ତୁ ବଢୁଥିବା ପ୍ରଦୁଷଣ ଏବଂ ସୂର୍ୟ୍ୟଙ୍କର ଅତିବାଇବାଇଗଣି ରଶ୍ମି ହୋଇଥାଏ ବାଧକ। ଆମ ଚେହେରାରେ ବେଳେବେଳେ କିଛି କାରଣ ପାଇଁ କଳା ଦାଗ ପଡିଥାଏ। ଯେମିତିକି ସୂର୍ୟ୍ୟଙ୍କର କିରଣ ପାଇଁ ଓ ଏହାର ଅନେକ କାରଣ ରହିଛି। କଳାଦାଗ ପାଇଁ ଆପଣ ଚିନ୍ତିତ କି! ଆମେ ଆପଣଙ୍କୁ କିଛି ଘରୋଇ ଉପଚାର ବିଷୟରେ କହିବୁ ଯାହା ଆପଣଙ୍କ କାଳଦାଗ ଦୂର କରିବାରେ ସାହାଯ୍ୟ କରିବ।

ଆସନ୍ତୁ ଜାଣିବା ସେ ସମ୍ପର୍କରେ-

କଳା ଦାଗ ଦୂର କରିବା ପାଇଁ ବିଲାତିର ବ୍ୟବହାର ମଧ୍ୟ କରାଯାଏ। ଏହା ଚର୍ମକୁ ଥଣ୍ଡା ରଖିବା ସହ ଚେହେରାରେ ଚମକ ଆଣିଥାଏ। ବିଲାତିକୁ ବାଟି ସେଥିରୁ କିଛି ପେଷ୍ଟ ପ୍ରସ୍ତୁତ କରନ୍ତୁ। ସେହି ପେଷ୍ଟ ବା ବିଲାତି ରଶରେ କିଛି ମହୁ ମିଶାଇ ମୁହଁରେ ଓ କଳା ପଡିଥିବା ସ୍ଥାନରେ ଲଗାନ୍ତୁ। ପ୍ରାୟ ୧୫ ମିନିଟ ପରେ ଏହାକୁ ଧୋଇଦିଅନ୍ତୁ ଦେଖିବେ କଳା ଦାଗ ଆପେ ଆପେ ଦୂର ହୋଇଯିବ।

ଲେମ୍ବୁ କଳା ଦାଗକୁ ଖୁବ ଶିଘ୍ର ହଟାଇ ଥାଏ। ଏହା ଆମ ଶରୀର ଏବଂ ତ୍ୱଚା ପାଇଁ ବହୁତ ଉପଯୋଗୀ ହୋଇଥାଏ। ଲେମ୍ବୁରସ କଳା ଦାଗ ଦୂର କରିବାରେ ସାହାଯ୍ୟ କରିଥାଏ। ଲେମ୍ବୁ ଭିଟାମିନ ସି ରେ ଭରପୁର। ଲେମ୍ବୁ ରସକୁ କଳା ପଡିଥିବା ସ୍ଥାନରେ ଲଗାନ୍ତୁ ।୧ କିମ୍ବା ୨ ମିନିଟ ରଖି ମୁହଁ ଧୋଇଦିଅନ୍ତୁ।

ବେସନକୁ ଆମେ ଖାଇବା ପାଇଁ ବ୍ୟବହାର କରିଥାଉ। ହେଲେ ଏହାକୁ ଆପଣ ତ୍ୱଚା ପାଇଁ ମଧ୍ୟ ବ୍ୟବହାର କରିପାରିବେ। ବେସନ ତ୍ୱଚାରେ ଗୋରାପଣ ଆଣିଥାଏ। ଏହାକୁ ରାତିରେ ଶୋଇବାବେଳେ ମୁହଁରେ ଲଗାଇ କିଛି ସମୟ ପରେ ଧୋଇଦିଅନ୍ତୁ।

କମଳା ଚୋପାର ଗୁଣ୍ଡ ସହ ମହୁ ମିଶାଇ ମୁହଁରେ ଲଗାନ୍ତୁ । ଶୁଖିଗଲା ପରେ ଧୋଇ ଦିଅନ୍ତୁ। ଦେଖିବେ ବହୁତ ଉପକାର ମିଳିବ।

ପଢନ୍ତୁ;  କଟକରେ ଆଜିଠୁ ଚିଟ୍‌ଫଣ୍ଡ ଅର୍ଥ ଫେରସ୍ତ

Related posts

ଫାଉଣ୍ଡେସନ ଲଗାଇବା ବେଳେ ଆପଣଙ୍କର ଭୁଲ୍‌ ହେଉଛି କି ? ଜାଣନ୍ତୁ ଲଗାଇବାର ସଠିକ ଉପାୟ

ଖାଦ୍ୟ ଥଣ୍ଡା ହେଲା ପରେ ପୁଣି ଗରମ କରି ଖାଉଛନ୍ତି କି!! କରନ୍ତୁ ନାହିଁ ଏପରି ଭୁଲ

ଏପରି ଭାବେ ଲୁଣର ବ୍ୟବହାର କରିବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ