ଆପଣଙ୍କ ମୁହଁରେ ଥିବା କଳା ଦାଗ ପାଇଁ ଚିନ୍ତିତ ଅଛନ୍ତି କି? ଏଥିରୁ ମୁକ୍ତି ପାଇବା ପାଇଁ ଆପଣାନ୍ତୁ ଏହି ଘରୋଇ ଉପଚାର

ବ୍ରଣ ହେବା ପରେ କଳା ଦାଗ ମୁହଁରେ ରହିଯାଏ । ଯାହା ଏତେ ସହଜରେ ଯାଏ ନାହିଁ । ଯଦି ଆପଣ ବହୁତ ଟଙ୍କା ଖର୍ଚ କରିବା ପରେ ମଧ୍ୟ ଆପଣଙ୍କ ମୁହଁରୁ କଳା ଦାଗ ଯାଉନାହିଁ। ତେବେ କିଛି ଘରୋଇ ଉପାୟ ଅଛି ଯାହାର ବ୍ୟବହାର କରିବା ଦ୍ଵାରା ଆପଣଙ୍କ ମୁହଁରେ ଥିବା କଳା ଚିହ୍ନରୁ ମୁକ୍ତି ପାଇପାରିବେ ।

ଆସନ୍ତୁ ଜାଣିବା ଏହି ଘରୋଇ ଉପଚାର ବିଷୟରେ-

  • ବେକିଙ୍ଗ୍ ପାଉଡର୍ ଏବଂ ହାଇଡ଼୍ରୋଜେନ୍ ପେରକ୍ସାଇଡର ଏକ ପେଷ୍ଟ୍ ତିଆରି କରି ବ୍ରଣ ହୋଇଥିବା ସ୍ଥାନରେ ଲଗାଇ ୫ରୁ ୧୦ ମିନିଟ୍ ଯାଏଁ ମାଲିସ୍ କରନ୍ତୁ।
  •  ଯଦି ହାଇଡ଼୍ରୋଜେନ୍ ପେରକ୍ସାଇଡ୍ ମିଳୁନାହିଁ ତେବେ ଆପଣ ସିରକା ବେକିଙ୍ଗ୍ ପାଉଡର୍ ବ୍ୟବହାର କରିପାରିବେ।
  •  ଲେମ୍ବୁ ରସ, ମହୁ ଏବଂ କିଛି ବୁନ୍ଦା ଗ୍ଲିସେରିନ୍ ମିଶାଇ ଏକ ପେଷ୍ଟ୍ ତିଆରି କରନ୍ତୁ । ଦାଗ ହୋଇଥିବା ସ୍ଥାନରେ ଏହାକୁ ଲଗାଇ କିଛି ସମୟ ପାଇଁ ଭଲ ଭାବରେ ଘଷନ୍ତୁ। ଅଧ ଘଂଟା ପରେ ଧୋଇ ଦିଅନ୍ତୁ।
  • ସେହିପରି ହଳଦୀ ସହ ଲେମ୍ବୁ ରସ ଏବଂ ମହୁ ମିଶାଇ ମୁହଁରେ ଲଗାନ୍ତୁ।
  • କମଳା ଚୋପାର ଗୁଣ୍ଡ ସହ ମହୁ ମିଶାଇ ମୁହଁରେ ଲଗାନ୍ତୁ । ଶୁଖିଗଲା ପରେ ଧୋଇ ଦିଅନ୍ତୁ।

ପଢନ୍ତୁ ;

ଆପଣ କମ ଖାଦ୍ୟ ଖାଉଛନ୍ତି କି ?ଏହା ସ୍ୱାସ୍ଥ୍ୟ ପକ୍ଷେ ହାନିକାରକ !ଜାଣନ୍ତୁ କମ ଖାଦ୍ୟ ଖାଇବା ଦ୍ଵାରା କେଉଁ କେଉଁ ସମସ୍ୟା ଦେଖାଯାଇଥାଏ

Related posts

କର୍କଟ ରୋଗ ସହ ଓଜନକୁ ନିୟନ୍ତ୍ରଣ କରିଥାଏ ସଜନା ଛୁଇଁ, ଜାଣନ୍ତୁ କିପରି

ଘରୋଇ ଉପଚାର ମାଧ୍ୟମରେ ପାଆନ୍ତୁ ମୁଖକେଶରୁ ମୁକ୍ତି

ପିଲାଙ୍କୁ ସ୍କୁଲ ପଠାଇବା ସମୟରେ ପ୍ରତ୍ୟେକ ମାଆଙ୍କୁ ଧ୍ୟାନ ରଖିବା ଉଚିତ୍ ଏହି ୪ଟି କଥା