ଅଂଶୁଘାତର ଶିକାର ହୋଇଥିବା ବ୍ୟକ୍ତିଙ୍କର କିପରି କରିବେ ଚିକିତ୍ସା!!

ଅତ୍ୟଧିକ ଖରାରେ ଶରୀରର ତାପମାତ୍ରା ବଢ଼ିଗଲେ ବ୍ୟକ୍ତି ଅଂଶୁଘାତର ଶିକାର ହୁଏ। ସହର ହେଉ ଅବା ଗାଁ ତାପମାତ୍ରା ଟିକିଏ ବଢିଗଲେ ମଣିଷ ହୁଏ ଅଂଶୁଘାତର ଶିକାର। ଯେତେବେଳେ ଶରୀରର ତାପମାତ୍ରା ୪୦.୬ ଡିଗ୍ରୀ ସେଲସିୟସ୍ ବା ୧୦୫.୧ ଡିଗ୍ରୀ ଫାରେନାଇଟ୍‌ରୁ ଅଧିକ ହୁଏ, ସେତେବେଳେ ବ୍ୟକ୍ତି ଅଂଶୁଘାତର ଶିକାର ହୋଇଥାଏ।

ଆସନ୍ତୁ ଜାଣିବା ଅଂଶୁଘାତର କେତେକ ଲକ୍ଷଣ ସମ୍ପର୍କରେ

ଅଂଶୁଘାତର ଶିକାର ହୋଇଥିବା ବ୍ୟକ୍ତିଙ୍କର ତ୍ଵଚା ଶୁଖିବା ସହ ଶରୀର ବିଭିନ୍ନ ଅଙ୍ଗ ଲାଲ୍ ପଡ଼ିଯାଏ। ଏଥିସହ ଶ୍ଵାସକ୍ରିୟାର ବେଗ ବଢିବା, ରୋଗୀ ଚେତାଶୂନ୍ୟ ହୋଇଯିବା, ତଣ୍ଟି ଶୁଖିଯିବା, ମୁଣ୍ଡ ବୁଲେଇବା, ଦେହ ହାତ ଘୋଳାବିନ୍ଦ ହେବା ସହ ବାନ୍ତି ଓ ଦୁର୍ବଳ ଲାଗିବା ପରି ସମସ୍ୟା ଦେଖାଯାଏ।

ଆସନ୍ତୁ ଜାଣିବା ଅଂଶୁଘାତର ଶିକାର ହୋଇଥିବା ବ୍ୟକ୍ତିଙ୍କର କିପରି କରିବେ ପ୍ରାଥମିକ ଚିକିତ୍ସା

ପ୍ରଥମେ ଅଂଶୁଘାତରେ ଶିକାର ହୋଇଥିବା ବ୍ୟକ୍ତିଙ୍କୁ ଥଣ୍ଡା ସ୍ଥାନକୁ ନେଇଯାଆନ୍ତୁ। ଏସି ରୁମ୍‌କୁ ନେଇଯିବା ଭଲ। ଯଦି ଏହି ସୁବିଧା ନ ଥାଏ ତେବେ ଛାଇ ସ୍ଥାନରେ ରଖନ୍ତୁ। ରୋଗୀକୁ ପ୍ରଚୁର ପରିମାଣରେ ଥଣ୍ଡା ପାଣି, ଲେମ୍ବୁ–ଲୁଣ ସରବତ ତୋରାଣି, କାଞ୍ଜି ପାଣି, ପଇଡ ପାଣି ଏବଂ ଓ.ଆର.ଏସ୍ ପାଣି ପିଇବାକୁ ଦିଅନ୍ତୁ। ରୋଗୀଠାରେ ଥଣ୍ଡା ପାଣି ଛିଞ୍ଚନ କରିପାରିବେ, ଓଦା କପଡାରେ ଦେହକୁ ବାରମ୍ବାର ପୋଛନ୍ତୁ । ଉତ୍ତମ ରକ୍ତ ସଞ୍ଚାଳନପାଇଁ ରୋଗୀର ଚର୍ମକୁ ସମାଜ୍ କରନ୍ତୁ ।ରୋଗୀ ଚେତାଶୂନ୍ୟ ହୋଇଥିଲେ, ତା’ ପାଟିରେ କୌଣସି ଜିନିଷ ପୁରାଇ ରଖନ୍ତୁ ନାହିଁ। ଅଚେତ ଅବସ୍ଥାରେ ରୋଗୀ ଥିଲେ ତାଙ୍କୁ ପାଣି ପିଆନ୍ତୁ ନାହିଁ, ତୁରନ୍ତ ଡାକ୍ତରଙ୍କ ପାଖକୁ ନେଇଯାଆନ୍ତୁ।

ପଢନ୍ତୁ: ଖରା ଦିନେ କଞ୍ଚାଲଙ୍କା ଖାଇଲେ ମିଳିଥାଏ ଅନେକ ଫାଇଦା: ଜାଣନ୍ତୁ କ’ଣ କ’ଣ

Related posts

କର୍କଟ ରୋଗ ସହ ଓଜନକୁ ନିୟନ୍ତ୍ରଣ କରିଥାଏ ସଜନା ଛୁଇଁ, ଜାଣନ୍ତୁ କିପରି

ଘରୋଇ ଉପଚାର ମାଧ୍ୟମରେ ପାଆନ୍ତୁ ମୁଖକେଶରୁ ମୁକ୍ତି

ପିଲାଙ୍କୁ ସ୍କୁଲ ପଠାଇବା ସମୟରେ ପ୍ରତ୍ୟେକ ମାଆଙ୍କୁ ଧ୍ୟାନ ରଖିବା ଉଚିତ୍ ଏହି ୪ଟି କଥା