ଘରକୁ ଆସିଥିବା ଅତିଥିଙ୍କୁ ଖାଇବାକୁ ଦେବା ସମୟରେ ଏହି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ?

ସାଧାରଣତଃ ବାହାଘର କିମ୍ବା ଅନ୍ୟ ପର୍ବପର୍ବାଣିରେ ଅତିଥିମାନେ ଘରକୁ ଆସିଥାନ୍ତି। ଆମେ ତାଙ୍କୁ ସ୍ଵାଗତ କରିବା ଲାଗି ବିଭିନ୍ୟ ଯୋଜନା କରିଥାଉ। ତେବେ ଯଦି ଏତେ ସବୁର ଅଯୋଜନ କରିବା ପରେ ଆପଣଙ୍କୁ ତାହାର ମୁଲ୍ୟ ନ ମିଳେ? ପ୍ରସଂଶା ନମିଳେ ତେବେ ଏହି ଆୟୋଜନ ବୃଥା ପରି ଲାଗିଥାଏ। ଏମିତି ଆୟୋଜନ କରିବେ ଯାହାକୁ ଦେଖିବା ପରେ ଆପଣଙ୍କ ଘରକୁ ଆସିଥିବା ଅତିଥି ଆପଣଙ୍କ ପ୍ରଶଂସା ନ କରି ରହି ପାରିବେ ନାହିଁ ।

ତେବେ ଅତିଥିଙ୍କୁ ଖାଇବାକୁ ଦେବା ସମୟରେ କେଉଁ ଦିଗ ପ୍ରତି ଧ୍ୟାନ ଦେବା ଉଚିତ ଜାଣନ୍ତୁ-

  • ଘରକୁ ଆସିଥିବା ଅତିଥିଙ୍କୁ ଖାଇବାକୁ ଦେବା ପୂର୍ବରୁ ଘରର କେଉଁ ସ୍ଥାନରେ ଖାଇବାକୁ ଦେବେ ତାହା ବାଛି ନିଅନ୍ତୁ । ଯଦି ଘରକୁ ଆସିଥିବା ଅତିଥିଙ୍କ ସଂଖ୍ୟା କମ ତେବେ ଡ଼ାଇନିଙ୍ଗ ଟେବୁଲରେ ବସାଇ ଖାଇବାକୁ ଦିଅନ୍ତୁ।
  • ଡ଼ାଇନିଙ୍ଗ ଉପରେ ବସାଇ ଖାଇବାକୁ ଦେଉଥିଲେ ତା’ ଉପରେ ପଡ଼ିଥିବା କପଡ଼ା ସଫା ଅଛି କି ନାହିଁ ସେ ଦିଗ ପ୍ରତି ଧ୍ୟାନ ଦିଅନ୍ତୁ । ସେଥିପାଇଁ ଆପଣ ସିଲ୍‌କ କଭର ବ୍ୟବହାର କରି ପାରିବେ।
  • ଖାଇବାକୁ ଦେବା ସମୟରେ ସବୁଠାରୁ ଜରୁରୀ ହେଉଛି ଟିଶୁ ପେପର। ଖାଇବା ସମୟରେ ହାତ ସଫା କରିବା ପାଇଁ ଟିଶୁ ପେପର ବ୍ୟବହାର କରାଯାଇଥାଏ । ସେଥିପାଇଁ ମନେ କରି ଟିଶୁ ପେପରକୁ ଟେବୁଲ ଉପରେ ରଖି ଦିଅନ୍ତୁ।
  • ଡ଼ାଇନିଙ୍ଗ ଟେବୁଲ ମଝିରେ ଫୁଲଦାନୀ ରଖନ୍ତୁ । ଲୁଣ,ଆଚାର ଏବଂ ଲଙ୍କା ଏସବୁ ରଖିବାକୁ ଆଦୌ ଭୁଲନ୍ତୁ ନାହିଁ।
  • ଖାଇବା ସବୁବେଳେ ବାମପଟୁ ଦେବା ଆରମ୍ଭ କରନ୍ତୁ। ଏପରି କରିବା ଦ୍ୱାରା ଆପଣଙ୍କ ଖାଦ୍ୟ ବାଢ଼ିବା ସହଜ ହୋଇଯିବ।
  • ଖାଇବା ପରେ ଅଇଁଠା ଥାଳି ଉଠାଇବା ପରେ ହିଁ ଡ଼େଜର୍ଟ ଦିଅନ୍ତୁ।

ପଢନ୍ତୁ; କେଉଁ ରଙ୍ଗର ଗଣେଶ ମୂର୍ତି ପୂଜା କଲେ ଶୁଭ ମିଳିଥାଏ ଜାଣନ୍ତୁ ?

Related posts

ଧୂମ୍ରପାନ ଭଳି ମାରାତ୍ମକ କୁଅଭ୍ୟାସରୁ ଦୂରେଇ ରହିବାକୁ କିଛି ଉପାୟ ଜାଣନ୍ତୁ

ଜଙ୍କଫୁଡ଼ ଖାଦ୍ୟ ଖାଉଛନ୍ତି କି? ଜାଣନ୍ତୁ ଏହାଦ୍ଵାରା କି କି ଅସୁବିଧା ଉପୁଜେ

ଗଜାବୁଟ ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ, ଜାଣନ୍ତୁ ଏହାର କିଛି ଉପକାରିତା