ଶୀତଦିନରେ ତ୍ଵଚା ଶୁଷ୍କ ହେଇଯାଉଛି ? ତେବେ ଆପଣାନ୍ତୁ ଏହି ଘରୋଇ ଉପାୟ

ଶୀତଦିନ ଆସିଲାଣି । ସାଧାରଣତଃ ଏହି ସମୟରେ ତ୍ୱଚା ଶୁଷ୍କ ଦେଖାଯାଏ ଓ ତ୍ଵଚା ର ଉଜ୍ଜଳତା ହ୍ରାସ ପାଏ ।  ଯେତେ ଅଧିକ ପରିମାଣର ମଶ୍ଚରାଇଜର, ତେଲ, କ୍ରିମ ଲଗାଇଲେ ମଧ୍ୟ ମୁହଁରେ ଚମକ ଆସେ ନାହିଁ । ତେବେ ଚମକ ପାଇଁ ବିଭିର୍ଣ୍ଣ ଉପାୟ ତ ରହିଛି କିନ୍ତୁ ଘରୋଇ ଉପାୟ ରେ ଷ୍ଟିମ୍‌ ଜରିଆରେ ବି ଆପଣ ପାଇ ପାରିବେ ନିଜ ତ୍ୱଚାରେ ହଜିଯାଇଥିବା ଚମକକୁ। ତେବେ କିପରି କରିବା ଏହି ପ୍ରାକୃତିକ ଘରୋଇ ଉପାୟ, ଆସନ୍ତୁ ନଜର ପକେଇବା ।

  • ତୁଳସୀ ପତ୍ର, ଅଲିଭ ତେଲ, ଗୋଲାପ ଜଳ,ଗ୍ରୀନ ଟି, ଲେମ୍ବୁ ରସ, ମହୁ କିମ୍ବା ଆଲୋଭେରା ରସ ଭିତରୁ ଆପଣଙ୍କ ପସନ୍ଦର ଯେକୌଣସି ଦ୍ରବ୍ୟ ଗରମ ପାଣିରେ ପକାଇ ଷ୍ଟିମ୍‌ ନେଇପାରିବେ ।
  • ଷ୍ଟିମ୍ ନେବା ସମୟରେ ମୁଣ୍ଡରେ ଏ ମୋଟା ତଉଲିଆ ଘୋଡାଇ ଗରମ ପାଣି ପାତ୍ରରେ ମୂହଁକୁ ଦେଖାନ୍ତୁ । ସେହି ବାମ୍ଫରେ ୫ ରୁ ୧୦ ମିନିଟ୍ ପର୍ଯ୍ୟନ୍ତ ରହିବେ।
  • ମନେ ରଖିବେ  ଷ୍ଟିମ୍‌ ନେବା ପୂର୍ବରୁ ତ୍ୱଚାରେ କୌଣସି ପ୍ରକାର ସ୍କ୍ରବର ବ୍ୟବହାର କରିବେ ନାହିଁ । କେବଳ ଆପଣ ବ୍ୟବହାର କରୁଥିବା କୌଣସି ଫେଶୱାଶରେ ତ୍ୱଚାକୁ ଭଲ ଭାବେ ସଫା କରିବେ ।
  • ଷ୍ଟିମ୍‌ ନେବା ପରେ ହାଲକା ଉଷୁମ ପାଣିରେ ତ୍ୱଚାକୁ ଭଲ ଭାବେ ଧୋଇ ଦେବେ ଏବଂ ମୁଲତାନି ମାଟିର ଏକ ଫେସପ୍ୟାକ୍‌ ଲଗାଇବେ କିମ୍ବା ଟୋନର ସାହାଯ୍ୟରେ ତ୍ୱଚାକୁ ହାଲୁକା ଭାବେ ପୋଛି ମଶ୍ଚରାଇଜର ଲଗାଇବେ । ଖାଲି ମହୁ ମଧ୍ୟ ଲଗାଇପାରିବେ ।

ସପ୍ତାହରେ ଥରେ ଆପଣ ଏହି ଉପାୟରେ ଷ୍ଟିମ୍‌ ନେଇ ପାରିବେ ।

ପଢନ୍ତୁ, ଆପଣମାନେ ଜାଣନ୍ତି କି ବାଳାସନ ଦ୍ଵାରା କି ଫାଇଦା ମିଳେ?

Related posts

ଆପଣଙ୍କ ଓଠ ଫାଟୁଛି କି ? ତେବେ ଜାଣିରଖନ୍ତୁ ଏହି ଘରୋଇ ଉପଚାର

ସକାଳୁ ଗରମ ଲେମ୍ବୁ ପାଣି ପିଇବା ଦ୍ଵାରା କଣ ଫାଇଦା ମିଳିଥାଏ? ଜାଣନ୍ତୁ

ଦହି ପାଣି ପିଇବା ଦ୍ଵାରା କଣ ଲାଭ ମିଳିଥାଏ? ଆସନ୍ତୁ ଜାଣିବା ସେ ସମ୍ପର୍କରେ